Posted inଜାତୀୟ

ଗୁଜରାଟରେ ୧୦ ହଜାର କୋଟିର ଅବକାରୀ ଠକେଇ

ନୂଆଦିଲ୍ଲୀ,୨୨ା୮: କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟଣାଓଟରା ଚରମ ସୀମାରେ ପହଞ୍ଚତ୍ଲାଣି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ର କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଦର୍ଶାଇ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ସୁପାରିସ କରିବା ପରଠାରୁ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଥିଲା। ତଦନ୍ତ ବ୍ୟୁରୋ ପକ୍ଷରୁ ଦାଏର ଏଫ୍‌ଆଇଆର୍‌ରେ ଅବକାରୀ ବିଭାଗ ଦାୟିତ୍ୱରେ ଥିବା ସିସୋଡିଆଙ୍କ ସମେତ ୧୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବାବେଳେ ସେ ଏଯାଏ ମୁକୁଳିପାରି ନାହାନ୍ତି। ଏବେ ସିସୋଡିଆ ନିଜ ଗିରଫଦାରି ଆଶଙ୍କା କରିଛନ୍ତି। ଭାଜପା ଶାସିତ ଗୁଜରାଟରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାର ଅବକାରୀ ଟିକସ ଠକେଇ ଚାଲିଥିବାବେଳେ ସିବିଆଇ ସେଥିପ୍ରତି ଆଖି ବୁଜିଦେଇ ତାଙ୍କ ନଁାରେ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର (ଏଲ୍‌ଓସି) ଜାରି କରିଥିବା ସିସୋଡିଆ କହିଛନ୍ତି। ଅନ୍ୟପକ୍ଷେ ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କ ବିରୋଧରେ ଏଲ୍‌ଓସି ଜାରି ହୋଇ ନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାକୁ ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବଢ଼ୁଥିବା ଜାତୀୟ ପତିଆରାକୁ ନୂ୍ୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚକ୍ରାନ୍ତ ବୋଲି ଅଭିହିତ କରିଛି। ଅପରପକ୍ଷରେ ଭାଜପା କହିଛି, ହ୍ୟାଣ୍ଡ୍‌କଫ୍‌ କେଜ୍‌ରିଓ୍ବାଲଙ୍କ ନିକଟତର ହେବାରେ ଲାଗିଛି।

୨୦୧୭ ନଭେମ୍ବର ୧୭ରୁ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳିତ ଥିବାବେଳେ ଗତ ଜୁଲାଇରେ ଏହାର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ସୁପାରିସ କରିଥିଲେ। ଏକ୍ସାଇଜ୍‌ ପଲିସି ସ୍କାମ୍‌ର ତଦନ୍ତ ଭାର ସିବିଆଇ ହାତକୁ ଯିବା ପରେ ଦିଲ୍ଲୀ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା ଓ ସ୍ବାସ୍ଥ୍ୟ ମଡେଲକୁ ନେଇ ଈର୍ଷାନ୍ବିତ ହୋଇ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଏଏପି ନେତାମାନଙ୍କ ବିରୋଧରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏଜେନ୍ସି କାର୍ଯ୍ୟାନୁଷ୍ଠାନକୁ ‘ଡ୍ରାମା’ କହି ନିଜ ଗିରଫଦାରି ଆଶଙ୍କା କରିଥିବାବେଳେ କୌଣସି ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ ଆଇଟ୍‌ ସର୍କ୍ୟୁଲାର ଜାରି କରାଯାଇ ନ ଥିବା ରବିବାର ସିବିଆଇ ପକ୍ଷରୁ କୁହାଯାଇଛି। ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ଜାରି କରାଗଲେ ସିସୋଡିଆ ସରକାରଙ୍କୁ ନ ଜଣାଇ ଦେଶଛାଡ଼ି ବାହାରକୁ ଯାଇପାରିବେ ନାହିଁ। ଜବତ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରି ଜେରା ପାଇଁ ନୋଟିସ କରାଯାଉଛି ବୋଲି ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ ସିବିଆଇ ସ୍କାନରରେ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀମାନଙ୍କ ସହ ହୋଇଥିବା ବହୁ କୋଟି ଟଙ୍କାର ଅନୂ୍ୟନ ୨ଟି ଆର୍ଥିକ କାରବାର ରହିଛି। ମଦ ବ୍ୟବସାୟୀ ତଥା ଇଣ୍ଡୋ ସ୍ପିରିଟ୍‌ ମାଲିକ ସମୀର ମାହେନ୍ଦ୍ରୁ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ସିବିଆଇ ଜାଣିବାକୁ ପାଇଛି। ମଦ ଲାଇସେନ୍ସ ପାଇଁ ବେପାରୀଙ୍କଠାରୁ ସଂଗୃହୀତ ଟଙ୍କାକୁ ସିସୋଡିଆଙ୍କ ସହଯୋଗୀ ଅମିତ୍‌ ଆରୋରା (ଗୁରୁଗ୍ରାମସ୍ଥିତ ବଡ୍ଡି ରିଟେଲ ପ୍ରା.ଲିଃ. ଡାଇରେକ୍ଟର), ଦୀନେଶ ଆରୋରା ଓ ଅରୁଣ ପାଣ୍ଡେ କେତେଜଣ ଅମଲାତନ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଇଥିବା ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି। ଭାଜପାର ଦିଲ୍ଲୀ ଅଧ୍ୟକ୍ଷ ଅଦେଶ ଗୁପ୍ତା ଓ ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ରବିବାର କେଜ୍‌ରିଓ୍ବାଲଙ୍କୁ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ଅଭିହିତ କରିଛନ୍ତି। ଏଥିସହ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ କେଜ୍‌ରିଓ୍ବାଲ ଓ ମୋଦିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ ହେବ ବୋଲି ଏଏପି କହୁଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନରେ କ’ଣ ହେଲା ତାହା ସମସ୍ତେ ଜାଣନ୍ତି। ଆଗକୁ ମଧ୍ୟ ଏଏପିକୁ ଭୋଟର ଜବାବ ଦେବେ ବୋଲି ଗୌରବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri