Home

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‌

ସମ୍ବଲପୁର,୮ା୯(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଗୋଟିଏ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ଗୁରୁବାର ଅପରାହ୍ନ ୩ଟାରେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଯାଇଛି। ଏହି ଜଳଭଣ୍ଡାରରେ ୬୩୦ ଫୁଟ ଜଳଧାରଣ…

ପ୍ରଥମ ଥର କମ୍ପାନୀର ସିଇଓ ହେଲା ରୋବୋ

ବେଜିଂ,୮ା୯: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜୀବନକୁ ଅଧିକ ସହଜ କରିଥିବା ବେଳେ ଏହାର ଉପଯୋଗରେ ନିର୍ମିତ ରୋବୋ ଧୀରେ ଧୀରେ ମାନବ କର୍ମଚାରୀଙ୍କ ସ୍ଥାନ ନେବାକୁ ଯାଉଛି। ଚାଇନା ଏହାର ମେଟାଭର୍ସ କମ୍ପାନୀ ନେଟ୍‌ଡ୍ରାଗନ୍‌ ଓ୍ବେବ୍‌ସଫ୍ଟରେ ଏକ ରୋବୋକୁ ସିଇଓ ନିଯୁକ୍ତି…

ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର କଲା ଭାରତ, ଚାଇନା

ଲଦାଖ,୮।୯: ଭାରତ ଓ ଚାଇନା ସେନା ମଧ୍ୟରେ ଷୋଡ଼ଶ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ପରେ ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ରହିଥିବା ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ (ପିପି-୧୫) ଅଞ୍ଚଳରୁ ଉଭୟ ପକ୍ଷ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି।…

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍‌ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି ୬୧…

କୋହଲିଙ୍କ ଦମ୍‌ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍‌ର ଟାର୍ଗେଟ

ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍‌ର…

ଉଦ୍‌ଘାଟିତ ହେଲା ‘କର୍ତ୍ତବ୍ୟ ପଥ’, ଦେଶ ପାଇଁ ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୮।୯: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଥିଲେ। ଏହା ପୂର୍ବରୁ କର୍ତ୍ତବ୍ୟ ପଥରେ ଥିବା ନେତାଜୀ…

ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର

ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏନେଇ ବକିଂଘମ୍‌ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ ପରିବାରର ସମସ୍ତ…

ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ,୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ଇଣ୍ଡିଆ ଗେଟ ନିକଟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାପରେ ସେ ମୂର୍ତ୍ତି ନିକଟରେ ପୁଷ୍ପାଞ୍ଜଳି ଦେଇଛନ୍ତି । ସୁଭାଷ ବୋଷଙ୍କ ଏହି…

୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ

ନାଇରୋବି,୮।୯: ବିଶ୍ୱର ପଡ଼ ପରିବାର। ଜଣେ ବକ୍ତିଙ୍କ ୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ। ୬୧ବର୍ଷୀୟ ଡେଭିଡ ସକାୟୋ କାଲୁହାନା ନାମକ ଜଣେ ବ୍ୟକ୍ତି ସମସ୍ତ ସ୍ତ୍ରୀଙ୍କ ସହିତ ପଶ୍ଚିମ କେନିଆର ଏକ ଛୋଟ ଗାଁରେ ରୁହନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ପାଇଁ ବିଭିନ୍ନ…

ଘରୋଇ ବିଦ୍ୟୁତ୍‌ ଦର କମାଇବେ ସରକାର

ଲଣ୍ଡନ,୮ା୯: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ ଗୁରୁବାର କହିଛନ୍ତି, ଆଗାମୀ ଦିନରେ ପ୍ରବଳ ଥଣ୍ଡା ପାଗର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ତାଙ୍କ ସରକାର ଘରୋଇ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ବିଦ୍ୟୁତ୍‌ ଶକ୍ତି ମୂଲ୍ୟ ହ୍ରାସ କରିବେ। ସଂସଦରେ…

ବିଗୁଲ ବଜାଇଲେ ମମତା: ନୀତୀଶ-ସୋରେନଙ୍କ ସହ ଲଢ଼ିବେ ୨୦୨୪ ନିର୍ବାଚନ

କୋଲକାତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତା ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ବିଗୁଲ ବଜାଇଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡ଼ଖଣ୍ଡ…

ଫଟୋ ଶେୟାର ନୀତୀଶଙ୍କୁ ଟାର୍ଗେଟ୍‌ କଲେ ପ୍ରଶାନ୍ତ କିଶୋର, ପରେ କରିଦେଲେ ଡିଲିଟ୍‌

ପାଟନା, ୮।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫଟୋ ଜରିଆରେ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତୀଶ କୁମାରଙ୍କ ୪ଟି ଫଟୋ ଶେୟାର କରିଛନ୍ତି। ଏହି ସମସ୍ତ ଫଟୋରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?