Home

୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଭାଙ୍ଗିଲା ଭାଜପା-ଜେଡିୟୁ ମେଣ୍ଟ: ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ କୁମାର

ପାଟନା,୯।୮: ବହୁ କଳ୍ପନାଜଳ୍ପନା ପରେ ବିହାରରେ ଜେଡିୟୁ ଏବଂ ଭାଜପାର ମେଣ୍ଟ ଶେଷରେ ଭାଙ୍ଗି ଯାଇଛି। ମଙ୍ଗଳବାର ସକାଳୁ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଯେକୌଣସି ସମୟରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି କୁହାଯାଉଛି। ଯଦିଓ ଏନେଇ ଜେଡିୟୁ କିମ୍ବା…

ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ପୋଲାର୍ଡ

ଲଣ୍ଡନ,୯।୮:ୱେଷ୍ଟଇଣ୍ଡିଜର ବିସ୍ଫୋରକ ଅଲରାଉଣ୍ଡର କିରନ ପୋଲାର୍ଡ ୬୦୦ ଟି-୨୦ ମ୍ୟାଚ ଖେଳିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଦି ହଣ୍ଡ୍ରେଡ୍‌ ଲିଗରେ ଲଣ୍ଡନ ସ୍ପିରିଟ ପକ୍ଷରୁ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ…

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ ଉପହାର କାର୍ଡ ମାଗିଥିଲେ। ଟିନା ଡାବି ଏହି ସୂଚନା ଜୈସଲମେର ଏସପିଙ୍କୁ ଦେଇଥିଲେ। ୟୁଆଇଟି…

ଟମାଟୋ ଫେସ୍‌ପ୍ୟାକ୍‌

ଟମାଟୋ ସ୍କିନ୍‌ ପାଇଁ ବହୁତ ଉପକାରୀ। ଯେତେବେଳେ ଆପଣ ଭାବୁଛନ୍ତି କି ଆପଣଙ୍କ ତ୍ୱଚା ଟିକେ ସଫା ଦେଖାଯିବ ସେତେବେଳେ ଆପଣ ଟମାଟୋର ସାହାଯ୍ୟ ନେଇପାରିବେ। ଆପଣ ଯଦି ଚାହୁଁଛନ୍ତି ଫେୟାର ତ୍ୱଚା ତେବେ ଟମାଟୋ ଫେସିଆଲ୍‌କୁ ଆପଣାଇପାରିବେ… ଷ୍ଟେପ୍‌-୧: କ୍ଲିଜିଂ…

ଓଜନ କମାଇବାକୁ ହେଲେ ଯୋଗ କରନ୍ତୁ

ଯୋଗ କରିବା ଦ୍ୱାରା ଶରୀରର ଓଜନ କମାଇପାରିବେ। ଏଥିସହ ଆପଣ ହେଲ୍‌ଦୀ ଡାଏଟ୍‌ ନିଅନ୍ତୁ। ଏହା ଆପଣଙ୍କ ଓଜନ କମାଇବା, ମସ୍ତିଷ୍କ ଓ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆପଣ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆହୋଇଥିବା…

ସ୍ମାର୍ଟଫୋନ୍‌ ଆଣିପାରେ ବିପଦ

ଏବେ ହାଇଟେକ୍‌ ଯୁଗ। ସ୍ମାର୍ଟଫୋନ୍‌ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍‌ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର ଅଛି। ଏହା ହୁଏତ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆପଣଙ୍କ ସହ ବାନ୍ଧି ରଖିଥାଏ, କିନ୍ତୁ…

ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ଦୁଇ ଗୁଣା ଜରିମାନା

ଭୁବନେଶ୍ୱର,୯ା୮(ବ୍ୟୁରୋ)-ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ଏବେ ଦୁଇଗୁଣା ଜରିମାନା ଦେବାକୁ ହେବ। ପୂର୍ବରୁ ୫୦୦ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ୧୦୦୦ ଟଙ୍କା ଦେବାକୁ ପଡିବ। ଏ ନେଇ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)…

ବିହାରରେ ରାଜନୀତି ପାଣିପାଗ ବଦଳିବା ନିଶ୍ଚିତ:ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଲେ ନୀତୀଶ କୁମାର

ପାଟନା,୯।୮: ବିହାରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଓଲଟପାଲଟ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଭାଜପା ଛାଡି ଆରଜେଡି ସହ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ମଙ୍ଗଳବାର ସମୟ ମାଗିଛନ୍ତି। ନୀତୀଶଙ୍କ…

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ତ୍ୟାଗୀଙ୍କୁ ଗିରଫ କରିବା ପାଇଁ ଏସଟିଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଥିଲା। ଶେଷରେ ତାଙ୍କ…

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଭାଜପାରୁ ୯, ଶିନ୍ଦେ ଗୋଷ୍ଠୀର ୯ ମନ୍ତ୍ରୀ ନେଲେ ଶପଥ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ମୁମ୍ବାଇସ୍ଥିତ ରାଜଭବନରେ ୧୮ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ବୃଦ୍ଧି ପାଇଛି। ଶିନ୍ଦେ ସରକାରରେ…

ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍‌: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ପାଟନା,୯।୬: ବିହାରରେ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ମଙ୍ଗଳବାର ଏକ ନୂଆ ଟୁଇଷ୍ଟ୍‌ ଆସିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି, ଜେଡିୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri