ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର

ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏନେଇ ବକିଂଘମ୍‌ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ ପରିବାରର ସମସ୍ତ ବ୍ୟକ୍ତି ସ୍କଟଲାଣ୍ଡରେ ପହଞ୍ଚିଛନ୍ତି। ବର୍ତ୍ତମାନ ମହାରାଣୀ ଏଲିଜାବେଥ ସେଠାରେ ଅଛନ୍ତି। ଏହି ସମୟରେ ମହାରାଣୀ କୌଣସି ସ୍ଥାନକୁ ଯିବାକୁ ଅସମର୍ଥ ଥିବାରୁ ସେ ତାଙ୍କର ସମସ୍ତ ସାକ୍ଷାତାକାର ଲଣ୍ଡନର ବକିଂଘମ୍‌ ପ୍ୟାଲେସ ପରିବର୍ତ୍ତେ ସ୍କଟଲାଣ୍ଡର ବାଲମୋରାଲ ଦୁର୍ଗରେ କରୁଛନ୍ତି। ଅନ୍ୟପଟେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମହାରାଣୀଙ୍କ ଅସୁସ୍ଥତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଖବର ପାଇ ସମଗ୍ର ଦେଶ ଏବେ ଚିନ୍ତିତ ଅଛି। ଲିଜ ଟ୍ରସ ଟୁଇଟ କରି କହିଛନ୍ତି, ମୁଁ ଏବଂ ବ୍ରିଟେନର ଲୋକମାନେ ଏହି ସମୟରେ ରାଣୀ ଏବଂ ତାଙ୍କ ପରିବାରଙ୍କ ସହ ଅଛନ୍ତି। ବୁଧବାର ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରେ ରାଣୀଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ରାଣୀ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଏଠାକୁ ଆସିଥିବା ବେଳେ ବାଲମୋରାଲ ଦୁର୍ଗରେ ରହୁଥିଲେ। ଦୀର୍ଘ ଦିନରୁ ରାଣୀ ଅସୁସ୍ଥ ଅଛନ୍ତି। ବକିଂଘମ୍‌ ପ୍ୟାଲେସ ଅନୁଯାୟୀ, ତାଙ୍କୁ ଏପିସୋଡିକ ମୋବିଲିଟି ସମସ୍ୟା ରହିଛି। ଏହି ସମସ୍ୟା ଏହି ବୟସର ଲୋକଙ୍କୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ...

କାନାଡ଼ାରେ ଭାଙ୍ଗିଦେଲେ ଗାନ୍ଧୀ ପ୍ରତିମୂର୍ତ୍ତି, ଭାରତର ପ୍ରତିବାଦ

ରିଚ୍‌ମଣ୍ଡ, ୧୪ା୭: କାନାଡାର ରିଚ୍‌ମଣ୍ଡ ହିଲ୍‌ ସହରରେ ଥିବା ମହାତ୍ମା ଗାନ୍ଧୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। କିଛି ଖଲିସ୍ତାନୀ ସମର୍ଥକ ଏବଂ ପାକିସ୍ତାନ...

ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା

କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ...

ଜଳବାୟୁର ନରସଂହାର ଦେଖି ସ୍ତବ୍ଧ ହେଲେ ଜାତିସଂଘ ମୁଖ୍ୟ…

ଇସଲାମାବାଦ, ୧୧।୯ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଭୟଙ୍କର ବିନାଶକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି।...

କାରଖାନା ସହ ଜଳିଗଲେ ୧୬ ଶ୍ରମିକ

କରାଚୀ,୨୮।୮: ପାକିସ୍ତାନର ବାଣିଜି୍ୟକ ରାଜଧାନୀ କରାଚୀସ୍ଥିତ ଏକ ରାସାୟନିକ କାରଖାନାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଶ୍ରମିକ ପ୍ରାଣ ହରାଇଛନ୍ତି। କାରଖାନାରେ ଆହୁରି ୨୫...

ରୁଷିଆରେ ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

ଲଣ୍ଡନ,୫।୩ : ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ(ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି। ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର...

କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା...

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ...

Advertisement
Archives

Model This Week