Posted inଖେଳ

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍‌ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି ୬୧ ବଲ୍‌ରେ ୧୨୨ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏହି ସମୟରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଥିଲେ। ସୂଚନାଯୋଗ୍ୟ, ବିରାଟ ୨୦୧୯ ନଭେମ୍ବର ବାଲାଂଦେଶ ବିପକ୍ଷରେ ଖେଳି ଶେଷ ଶତକ ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ୮୩ଟି ଇନିଂସରେ ଖରାପ୍‌ ପ୍ରଦର୍ଶନ କରିଥିଲେ। ଫଳରେ ସେ ପ୍ରଶଂସକଙ୍କ ସମାଲୋଚନାର ଶୀକାର ମଧ୍ୟ ହୋଇଥିଲେ। ଏହି ଶତକୀୟ ଇନିଂସ୍‌ ବଳରେ କୋହଲିଙ୍କ ଆତ୍ମବିଶ୍ୱାସ ପୁଣି ଫେରିଛି। ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚରେ କୋହଲିଙ୍କ ଏହି ଦମ୍‌ଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଇନା ସେମିଫାଇନାଲରେ

ପ୍ୟାରିସ, ୨୭ା୩ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକାର ଇରିସ ଓ୍ବାଙ୍ଗ୍‌ ବିପକ୍ଷରେ ବିଜୟ ହାସଲ ସହ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ବାଲ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ...

୩ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପରାସ୍ତ: ଅଷ୍ଟ୍ରେଲିଆର ସିରିଜ ସୁଇପ୍‌

ସିଡ୍‌ନୀ, ୬।୧ (ଏପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୭୯ ରନରେ...

ଓ୍ବର୍ନଙ୍କୁ ଶେଷ ବିଦାୟ

ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍‌ଡା ଫୁଟବଲ୍‌ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ...

ସର୍ବଭାରତୀୟ ପୋଲିସ ହକି ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): କଲିଙ୍ଗ ଷ୍ଟାଡିୟମ୍‌ରେ ସୋମବାରଠାରୁ ଆରମ୍ଭ ହୋଇଛି ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା। ପୋଲିସ ଡିଜି ଅଭୟ ସପ୍ତମ ବାଟାଲିୟନରେ ଏହାକୁ ଉଦ୍‌ଘାଟନ...

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ...

ଓ୍ବିଲିୟମସନଙ୍କ ବିଶ୍ୱକପ୍‌ ରେକର୍ଡ

ଲଡର୍‌ସ,୧୪।୭(ପିଟି)- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ରବିବାର ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ୩୦ ରନ୍‌ର...

୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍‌ନେସ୍‌ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି...

କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି

ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍‌ଜୀ...

Advertisement
Archives

Model This Week