Posted inଜାତୀୟ

ଫଟୋ ଶେୟାର ନୀତୀଶଙ୍କୁ ଟାର୍ଗେଟ୍‌ କଲେ ପ୍ରଶାନ୍ତ କିଶୋର, ପରେ କରିଦେଲେ ଡିଲିଟ୍‌

ପାଟନା, ୮।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫଟୋ ଜରିଆରେ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତୀଶ କୁମାରଙ୍କ ୪ଟି ଫଟୋ ଶେୟାର କରିଛନ୍ତି। ଏହି ସମସ୍ତ ଫଟୋରେ ନୀତୀଶ କୁମାର ବିଭିନ୍ନ କାର୍ଯ୍ୟକ୍ରମରେ ମୋଦିଙ୍କ ଆଗରେ ନତମସ୍ତକ ହେଉଥିବା ଦେଖାଯାଇଛି। ରୋଚକ କଥା ହେଉଛି, ଫଟୋ ଛାଡିବାର କିଛି ସମୟ ପରେ ସେ ଟୁଇଟ୍‌ କରିଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ଖବରଦାତା ମାନେ ଏକାଧିକ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଉପରେ ଏକ ପ୍ରଶ୍ନ ହେବାରୁ ସେ ରାଗିଯାଇଥିଲେ। ନିକଟରେ ପ୍ରଶାନ୍ତ କିଶୋର କହିଥିଲେ, ବିହାରରେ ଯାହା ଘଟିଛି ତାହା ଜାତୀୟ ରାଜନୀତିରେ ଅଧିକ ପ୍ରଭାବ ପକାଇବ ନାହିଁ। ଏହାର ଜବାବରେ ନୀତୀଶ କହିଛନ୍ତି,ପ୍ରଶାନ୍ତ କିଶୋରଙ୍କ କଥାବାର୍ତ୍ତାର କିଛି ଅର୍ଥ ନାହିଁ। ସେ ବିହାରର ଏ,ବି,ସି କିଛି ଜାଣନ୍ତି ନାହିଁ। ଯଦି ସେ କିଛି କହୁଛନ୍ତି, ତେବେ ବୁଝନ୍ତୁ ଯେ ତାଙ୍କ ମନ ଭାଜପା ସହିତ ରହିବ, ଏହା ଭାଜପାକୁ ସାହାଯ୍ୟ କରିବ। ସାରା ଦେଶରେ ସେ ଅନେକ ପାର୍ଟି ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହା ଏକ ବ୍ୟବସାୟ। ସେ ବିହାରରେ ଯାହା କରିବାକୁ ଚାହାଁନ୍ତି, ସେ କରନ୍ତୁ। ତାଙ୍କର ମନ୍ତବ୍ୟର କୌଣସି ଅର୍ଥ ନାହିଁ। ବୋଧହୁଏ ନୀତୀଙ୍କ ଏଭଳି ମନ୍ତବ୍ୟ ଶୁଣି ପ୍ରଶାନ୍ତ କିଶୋର ଏଭଳି ଟୁଇଟ୍‌ କରିଛନ୍ତି।
ସୂଚନାଯୋଗ୍ୟ, ନୀତୀଶ କୁମାର ଗତ ମାସରେ ବିହାରରେ ଭାଜପା ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ସରକାର ଗଠନ କରିଥିଲେ। ସେବେଠାରୁ ସେ ବିରୋଧୀ ଏକତା ଉପରେ ଲଗାତାର ଗୁରୁତ୍ୱ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌୩ଏନ୍‌୨ ଭାଇରସ: ୩ ରାଜ୍ୟରୁ ୬ ମୃତ

ବେଙ୍ଗାଲୁରୁ,୧୦।୩: ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ...

ଲଭ୍‌ ଜିହାଦ ନିରୋଧୀ ଆଇନରେ ପ୍ରଥମ ମାମଲା

ଲକ୍ଷ୍ନୌ, ୩୦।୧୧: ଉତ୍ତରପ୍ରଦେଶର ନୂଆ ଧର୍ମାନ୍ତରୀକରଣ ନିରାକରଣ ଆଇନ (ଲଭ୍‌ ଜିହାଦ ନିରୋଧୀ ଆଇନ)ରେ ରାଜ୍ୟ ପୋଲିସ ଶନିବାର ପ୍ରଥମ ମାମଲା ରୁଜୁ କରିଛି। ରାଜ୍ୟପାଳ...

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି...

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ନିନ୍ଦା କଲା ଭାରତ

ବ୍ରିସ୍‌ବେନ୍‌/ନୂଆଦିଲ୍ଲୀ,୪ା୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା...

ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍...

ଆମ୍ବୁଲାନ୍ସ୍‌ରେ ୨୨ ମୃତଦେହ ଗଦା: ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ…

ମୁମ୍ବାଇ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...

ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର...

ଅନ୍‌ଲାଇନ ଗେମ୍‌ ନିୟନ୍ତ୍ରଣ ପାଇଁ ଆସିବ କଠୋର ଆଇନ

ଭୋପାଳ,୧୩।୧: ଅନ୍‌ଲାଇନ ଗେମ୍‌ ପିଲାଙ୍କ ଜୀବନ ନେଉଥିବା ବେଳେ ଏହା ମା’ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟପ୍ରଦେଶ ସରକାର...

Advertisement
Archives

Model This Week