ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ
ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ନିଂ ଅଫିସର ଉପଜିଲାପାଳ ଦୟାମୟ ପାଢ଼ୀ କହିଛନ୍ତି। ଆସନ୍ତା ୧୭ରେ ନାମାଙ୍କନପତ୍ର ପ୍ରତ୍ୟାହାର…
ବାହାହେବା ପାଇଁ ମୋଦିଙ୍କୁ ଚିଠି
ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ…
୧୦୦ବି ଛୁଇଁପାରିଲାନି ସିଏସ୍କେ
ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୩୬ ରନ୍ର ଅପରାଜିତ ଇନିଂସ ସତ୍ତ୍ୱେ ସିଏସ୍କେ ମାତ୍ର…
ବିନା ଡିଆର୍ଏସ୍ରେ ଖେଳାଗଲା
ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରାରମ୍ଭିକ ୨ ଓଭରରେ ନିଷ୍ପତ୍ତି ପୁନଃ ବିଚାର ପ୍ରକ୍ରିୟା (ଡିଆର୍ଏସ୍) ଉପଲବ୍ଧ ନ ଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡଲାଇଟ୍…
ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ
କୋକସରା,୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡୋଙ୍ଗରି ଗାଁର ଦ୍ୱାରିକା ଦାସ(୨୨)ଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଆତ୍ମହତ୍ୟା ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରର…
ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସହ ବୁଧବାର ରୁଦ୍ଧଦ୍ୱାର ବୈଠକ ପରେ ୟୁନାଇଟେଡ୍ ନ୍ୟାଶନାଲ ପାର୍ଟି(ୟୁଏନ୍ପି) ନେତା ତଥା ୭୩…
ଦିନେ ବଢ଼ିଲେ ଦିନେ କମୁଛି: ଚିନ୍ତା ବଢ଼ାଉଛି ରାଜଧାନୀ
ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନେ କରୋନା ସଂକ୍ରମଣ ବଢ଼ୁଛି ତ ଦିନେ କମୁଥିବା ପରିଲକ୍ଷିତ ହୋଇଛି। ବୁଧବାର ତୁଳନାରେ ଗୁରୁବାର ଦିଲ୍ଲୀରେ କରୋନା ସଂକମ୍ରଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ…
ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ
ଜମ୍ମୁ,୧୨।୫: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି। ବଡଗାମ ତହସିଲ୍ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କର୍ମଚାରୀ ଜଣକ ରାହୁଲ ଭଟ୍ଟ ବୋଲି ଜଣାପଡ଼ିଛି। ରାହୁଲ କଶ୍ମୀର…
୧୫ ରାଜ୍ୟର ୫୭ ରାଜ୍ୟ ସଭା ଆସନ ପାଇଁ ଜୁନ ୧୦ରେ ହେବ ଭୋଟିଂ
ନୂଆଦିଲ୍ଲୀ,୧୨ ।୫: ନିର୍ବାଚନ କମିଶନ ଗୁରୁବାର ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫ ରାଜ୍ୟର ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ଜୁନ ୧୦ରେ ଭୋଟ…
ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍ସେ
କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ ଓ…
ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନରେ ଜୁନ୍ ୧୦ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏନ୍ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ଏହି ନିର୍ବାଚନ…
ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ଗୁଜରାଟର ଭରୁଚଠାରେ ଗୁରୁବାର ଆୟୋଜିତ ‘ଉତ୍କର୍ଷ ସମରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହି ସମୟରେ ସେ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇ ଭାବପ୍ରବଣ ହୋଇପଡିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କ ସହ…
Archives


