Posted inଜାତୀୟ

ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ

ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଗୋଆ ପୋଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି। ତେବେ ସୋନାଲିଙ୍କ ପରିବାର ସଦସ୍ୟ ପୋଲିସର ତଦନ୍ତରେ ଖୁସି ନାହାନ୍ତି। ରବିବାର ସୋନାଲିଙ୍କ ଝିଅ ଯଶୋଦରା ପୁଣି ଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି।
ଯଶୋଧରା କହିଛନ୍ତି, ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଠାରୁ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ନିଶ୍ଚିତତା ପାଇନାହୁଁ। ହରିୟାଣାର ହିସାରରେ ଏକ ଖାପ ପଞ୍ଚାୟତ ଯଶୋଧରା ଏହା କହିଥିଲେ। ସୋନାଲିଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଖାପ ପଞ୍ଚାୟତ ସଂଗଠିତ ହୋଇଥିଲା। କିଛି ଦିନ ପୂର୍ବରୁ ଯଶୋଧରା ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମା’ଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୩ରେ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପିଓକେ’ରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୪ା୮(ପି.ଟି.): ଭାରୀତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଖାପାଖି ୩୦ କିମି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି। ସେନାର ଏହି...

୧୮ ମାସ ପରେ ଆରମ୍ଭ ହେଲା ଜମ୍ମୁ-କଶ୍ମୀରରେ 4G ଇଣ୍ଟରନେଟ ସେବା

ଶ୍ରୀନଗର,୬।୨: ଜମ୍ମୁ-କଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଶୁକ୍ରବାର ହଟାଇ ଦିଆଯାଇଛି। ଦୀର୍ଘ ୧୮ମାସ ପରେ ଏହି ସେବା ରାଜ୍ୟରେ ଲାଗୁ...

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬...

କୋର୍ଟ ପରିସରରୁ ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ହିଂସା ଓ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ସଂମ୍ପୃକ୍ତ ଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଏଏପି)ର...

ଆସନ୍ତାକାଲିଠାରୁ ଭୋପାଳରେ ଲକ୍‌ଡାଉନ୍‌ କଡ଼ାକଡ଼ି: ଖୋଲାରହିବ କ୍ଷୀର, ଔଷଧ ଦୋକାନ

ଭୋପାଳ,୫।୪: ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୨ ହୋଇଥିବା ବେଳେ ସେଥିରୁ...

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି।...

ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି ୩.୮୬ କୋଟି

ନୂଆଦିଲ୍ଲୀ,୧୯।୮: ଦେଶରେ ୩.୮୬ କୋଟିରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍‌ ଭାକ୍ସିନ ପ୍ରଥମ ଡୋଜ୍‌ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ସୂଚନା ଅଧିକାର...

ବାଜପେୟୀ, ଆଡଭାନୀଙ୍କୁ ପ୍ରଶଂସା, ନାଁ ନ ନେଇ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୪।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ନୀତୀଶ କୁମାର ଗୃହରେ ଭାଜପା ନେତା...

Advertisement
Archives

Model This Week