ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ

କିଭ୍‌/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍‌ରେ ମସ୍କୋର ଧ୍ୱଂସଲୀଳାକୁ ରବିବାର ୨୦୦ ଦିନ ପୂରିଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ଆଗରେ ହାର ମାନିଛି ରୁଷିଆ ସେନା। ଖର୍କିଭ୍‌ ତଥା ଆଖପାଖ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି ୟୁକ୍ରେନୀୟ ସୈନ୍ୟ। ଅନେକ ସ୍ଥାନରେ ରୁଷିଆର ଶକ୍ତିଶାଳୀ ସଶସ୍ତ୍ର ବଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଥିବା ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣକୁ ରବିବାର ୨୦୦ ଦିନ ପୂରିଛି। ୟୁକ୍ରେନୀୟ ସୈନ୍ୟମାନେ ରୁଷିଆ ପ୍ରତିପକ୍ଷଙ୍କୁ ମୁହଁତୋଡ଼ ଜବାବ ଦେଇ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ଅନେକ ଅଞ୍ଚଳକୁ ପୁନଃ ଦଖଲ କରିଛନ୍ତି। ଫଳରେ ରୁଷୀୟ ସୈନ୍ୟ ଛତ୍ରଭଙ୍ଗ ଦେଇ ସମ୍ପୃକ୍ତ ଅଞ୍ଚଳରୁ ପଳାୟନ କରିଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରି ରୁଷିଆ ଯେଉଁ ଅଞ୍ଚଳଗୁଡ଼ିକୁ ଦଖଲ କରିଥିଲା ଏବେ ସେସବୁକୁ ପୁଟିନ୍‌ଙ୍କ ସଶସ୍ତ୍ର ବଳ ହାତରୁ ପୁଣି ଛଡ଼ାଇ ଅଣାଯିବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏକ ଟେଲିଭିଜନ୍‌ ବାର୍ତ୍ତାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଲେନ୍‌ସ୍କିଙ୍କ ଏହି ପରାକ୍ରମକୁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପ୍ରଶଂସା କରିଛନ୍ତି।

ବିଶେଷକରି ବିଗତ ୨୪ ଘଣ୍ଟା ମଧ୍ୟରେ ଖର୍‌କିଭ୍‌ ରିଜିୟନ୍‌ରେ ୟୁକ୍ରେନ୍‌ ହାସଲ କରିଥିବା ସଫଳତା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁପିଆନସ୍କ ଓ ଇଜିୟମ୍‌ ଭଳି ଅନ୍ୟ ଅଞ୍ଚଳଗୁଡ଼ିକରେ ରୁଷିଆ ସେନା ୟୁକ୍ରେନ୍‌ ସୁରକ୍ଷା ବଳଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଖେରାସନ ଅଞ୍ଚଳର ନିପର ନଦୀ ପଶ୍ଚିମ ପଟେ ଥିବା ରୁଷିଆ ସୈନ୍ୟଙ୍କ ଦୁର୍ଗ ମଧ୍ୟ ଭୁଶୁଡ଼ିବାରେ ଲାଗିଛି। ୟୁକ୍ରେନ୍‌ ସେନାମୁଖ୍ୟ ଭାଲେରି ଜାଲୁଝନି କହିଛନ୍ତି, ଖରକିଭ୍‌ ଅଞ୍ଚଳରେ ଆମେ ତିନିପଟୁ ମାଡ଼ିସାରିଲୁଣି। ଚଳିତ ମାସ ଆରମ୍ଭରୁ ଅଦ୍ୟାବଧି ୩,୦୦୦ ବର୍ଗ କି.ମି. (୧,୧୫୮ ବର୍ଗ ମାଇଲ) ଅଞ୍ଚଳ ନିଜ ଦଖଲକୁ ଫେରାଇ ଆଣିଛୁ। ଏନେଇ ଜେଲେନ୍‌ସ୍କି ନିଜ ସେନାକୁ ପ୍ରଶଂସା କରିଛନ୍ତି। ଏଥିସହ ଆଗକୁ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମିଳିଲେ ଶୀତରେ ଆହୁରି ଅଧିକ ଅଞ୍ଚଳକୁ ମୁକ୍ତ କରିବାରେ କିଭ୍‌ ସକ୍ଷମ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ରୁଷିଆ ପକ୍ଷରୁ ଜର୍ମାନୀ ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରାଯାଇଥିବାବେଳେ ପାଶ୍ଚାତ୍ୟରେ ଶକ୍ତି ସଙ୍କଟ ବଢ଼ିବାରେ ଲାଗିଛି। ଏଭଳି ସମୟରେ ଜେଲେନ୍‌ସ୍କି ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅଧିକ ଆର୍ଥିକ ଓ ସାମରିକ ସହାୟତା ଆଶା କରିଛନ୍ତି। ଦଖଲକାରୀମାନେ କିପରି ପଳାୟନ କରିବାରେ ଲାଗିଛନ୍ତି ତାହା ଆମେ ଦେଖୁଛୁ। ଆମେ ଯଦି ସାମରିକ ଦୃଷ୍ଟିରୁ ଆଉ ଟିକେ ଅଧିକ ବଳୁଆ ହୋଇପାରନ୍ତୁ ତେବେ ଶୀତଋତୁରେ ସେମାନଙ୍କୁ ଘଉଡ଼ାଇବା ପ୍ରକ୍ରିୟା ଆହୁରି ତ୍ୱରିତ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏନେଇ ୟୁକ୍ରେନ୍‌ ସେନା ରୁଷିଆକୁ କଟାକ୍ଷ କରି ସୋସିଆଲ ମିଡିଆରେ କେତେକ ପୋଷ୍ଟ କରିଛି। କିଭ୍‌ର ସାମରିକ ବିଶ୍ଳେଷକ ଓଲେହ ଝଡନୋଭ୍‌ କହିଛନ୍ତି, ବର୍ତ୍ତମାନର ସଫଳତା ଆଗକୁ ଲୁହାନସ୍କ ଅଞ୍ଚଳରେ ମଧ୍ୟ ରୁଷୀୟ ସୈନ୍ୟଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବ, ଯହାକୁ ମସ୍କୋ ଗତ ଜୁଲାଇ ପ୍ରାରମ୍ଭରେ ଦଖଲ କରିଥିବା ଦାବି କରିଥିଲା।

ସେପଟେ ଶନିବାର ରୁଷିଆର ରାତିଅଧିଆ ଆକ୍ରମଣରେ ଇଷ୍ଟର୍ନ ଡୋନେସ୍କରେ ୧୦ ନାଗରିକଙ୍କ ମୃତ୍ୟୁ ଘଟିଥିବା ପ୍ରୋଭିନ୍ସ ଗଭର୍ନର ପଭ୍‌ଲୋ କିରିଲେନ୍‌କୋ ଟେଲିଗ୍ରାମରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଖରକିଭ୍‌ ରିଜିୟନ୍‌ର ୟୁକ୍ରେନ୍‌ ସେନାଘାଟିଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଥିବା ନେଇ ରବିବାର ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।
ରୁଷିଆ ଦଖଲରେ ଥିବା ୟୁକ୍ରେନ୍‌ର ଜାପୋରିଝିଆ ଆଣବିକ କେନ୍ଦ୍ରରେ ବିକିରଣ ବିପର୍ଯ୍ୟୟ ଆଶଙ୍କା କରି କିଭ୍‌ ପକ୍ଷରୁ ୟୁରୋପର ସର୍ବବୃହତ୍‌ ତଥା ବିଶ୍ୱ ଦଶମ ବଡ଼ ଆଟମିକ୍‌ ପାଓ୍ବାର ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିଲା। ତେବେ କିଛି ସମୟ ପରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିବା ନେଇ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ଏକ ବିବୃତିରେ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?