Posted inଖେଳ

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ଆସିଥିବା ପାକିସ୍ତାନ ଦଳର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। କିନ୍ତୁ ଦାନସୁକା ରାଜପାକ୍‌ସେ ଏବଂ ଓ୍ବାନିନ୍ଦୁ ହାସରାଙ୍ଗା ମଧ୍ୟରେ ଷଷ୍ଠ ଉଇକେଟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହେତୁ ଶ୍ରୀଲଙ୍କା ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଶ୍ରୀଲଙ୍କାର ଅର୍ଦ୍ଧେକ ଦଳ ୧୦ ଓଭର ମଧ୍ୟରେ ପାଭିଲିୟନକୁ ଫେରିଥିଲେ। ଓପନର କୁସାଲ ମେଣ୍ଡିସ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ପାଥୁମ ନିସାଙ୍କା ଏବଂ ଧନଞ୍ଜୟ ଡି ସିଲଭା ୨୧ ରନ୍‌ର ଭାଗିଦାରୀ କରିଥିଲେ। ୧୧ ବଲରେ ୮ ରନ ସ୍କୋର କରିବା ପରେ ନିସଙ୍କା ଆଉଟ ହୋଇଥିଲେ। ଗୁନାତିଳକ ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ ଏବଂ ସେ ୪ ବଲରେ ମାତ୍ର ୧ ରନ ସ୍କୋର କରିପାରନ୍ତି। ଏହା ପରେ ଧନଞ୍ଜୟ ଡି ସିଲଭା ମଧ୍ୟ ୨୧ଟି ବଲରେ ୨୮ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମାତ୍ର ଦୁଇଟି ରନ ସ୍କୋର କରିବା ପରେ ଅଧିନାୟକ ଦାସୁନ ଶନାକା ଆଉଟ୍‌ ହୋଇଥିଲେ। ଏହା ପରେ ହାସରାଙ୍ଗା ଏବଂ ରାଜପାକ୍‌ସେ ପଞ୍ଚମ ଉଇକେଟ ପାଇଁ ୩୬ ବଲରେ ୫୮ ରନ ବାଣ୍ଟିଥିଲେ। ୨୧ ବଲରେ ୩୬ ରନ କରି ହସରାଙ୍ଗା ଆଉଟ୍‌ ହୋିଥିଲେ। ଭାନୁକା ରାଜପାକ୍‌ସେ ୪୫ ବଲରୁ ୭୧ ରନରେ ଅପରାଜିତ ରହିଥିଲେ।
ପାକିସ୍ତାନ ପକ୍ଷରୁ ହରିଶ ରୌଫ ୩ଟି, ନଶିମ ଶାହା, ଇଫତିକର୍‌ ଅହମ୍ମଦ, ଶଦାବ ଖାନ୍‌ ଗୋଟିଏ ଲେଖଶଏ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?