ପୁଣି ଗୋଳିଆ ପାଣି ଯୋଗାଣ
ଯାଜପୁର ରୋଡ,୧୯ା୮(ଡି.ଏନ.ଏ.): ଯାଜପୁର ଜିଲାର ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ ହେଉଛି। ଜଳଯୋଗାଣ ଦାୟିତ୍ୱରେ…
କମୁଛି ବନ୍ୟାପାଣି, ବଢୁଛି ଦୁର୍ଦ୍ଦଶା
ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ.ଏ.),୧୯ା୮: ବୈତରଣୀ ନଦୀର ଜଳ ପତ୍ତନ ହ୍ରାସ ହେବା ପରେ ଯାଜପୁର ଜିଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ଏହାସହ ଜଳସମ୍ପଦ ବିଭାଗ ପକ୍ଷରୁ କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି…
ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ
ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସାଧାରଣତଃ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବପର ହୋଇ…
ଭାଇ ମୁହଁରେ ମୁଖାଗ୍ନି ଦେଲେ ଭଉଣୀ
କଟକ ଅଫିସ,୧୯ା୮:ପୋଲିସ ଓ ଡାକ୍ତରଙ୍କ ମଣିଷପଣିଆ ପାଇଁ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି ଭଉଣୀ। ଗୁରୁବାର କଟକ ଖାନ୍ନଗର ସ୍ବର୍ଗଧାମଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳର ଫଗୁଲାଲ ମାଝି(୨୫) କର୍କଟ…
ବନ୍ୟାପାଣିରେ ପହଁରି ଅଟ୍ରି ଗଲେ ବିଧାୟକ
ଖୋର୍ଦ୍ଧା ଅଫିସ,୧୯ା୮:ମହାନଦୀର ଜଳସ୍ତର ବଢ଼ିବା ଯୋଗୁ ଏହାର ଶାଖା ନଦୀ ରଣନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଫଳରେ ଖୋର୍ଦ୍ଧା ଜିଲା ଅଟ୍ରି ସ୍ଥିତ ଉଷ୍ଣ ପ୍ରସ୍ରବଣରେ ୫ରୁ ୬ ଫୁଟର ବନ୍ୟାପାଣି ଲହଡି ମାରୁଛି। ଉଷ୍ମ ପ୍ରସ୍ରବଣ ସମ୍ପୂର୍ଣ୍ଣ ଭାବେ ବୁଡି…
ମାନବିକତା ହିଁ ସର୍ବୋତ୍ତମ
ସାମାଜିକ କାର୍ଯ୍ୟକର୍ତ୍ତା, ମାନବସେବାକୁ ବ୍ରତ କରି ନିଜ ଜୀବନକୁ ବାଜି ଲଗାଉଥିବା ଅଥବା ଜୀବନବଳି ଦେଇଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ଅଗଷ୍ଟ ୧୯। ଏହି ଦିନ ସାରା ବିଶ୍ୱ ମାନବିକତା ଦିବସ ପାଳିଥାଏ। ସମ୍ପ୍ରତି ବିଶ୍ୱ କରୋନା, ମଙ୍କିପକ୍ସ ଭଳି…
ଡାକ୍ତରଙ୍କୁ ହଜାରେ କୋଟିର ମାଗଣା ଉପହାର ଦେଇଛି ଡୋଲୋ କମ୍ପାନୀ
ନୂଆଦିଲ୍ଲୀ,୧୯।୮(ପି.ଟି.):ଜ୍ୱର ଓ ଯନ୍ତ୍ରଣା ଉପଶମ କରୁଥିବା ୬୫୦ ମିଲିଗ୍ରାମ ଡୋଲୋ ଟାବ୍ଲେଟ ଲେଖିବା ନିମନ୍ତେ ସମ୍ପୃକ୍ତ କମ୍ପାନୀ ଡାକ୍ତରମାନଙ୍କୁ ୧,୦୦୦ କୋଟି ଟଙ୍କାର ମାଗଣା ଉପହାର ଦେଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଭିଯୋଗ କ୍ରମେ ଏକ ଏନ୍ଜିଓ ଏହି…
ଟ୍ରମ୍ପଙ୍କ ଗସ୍ତ ଲାଗି ୩୮ ଲକ୍ଷ ଖର୍ଚ୍ଚ କରିଥିଲା କେନ୍ଦ୍ର
ନୂଆଦିଲ୍ଲୀ,୧୯।୮:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୨୦୨୦ ଫେବୃୟାରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ସ୍ତ୍ରୀ ମେଲାନିଆ, ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍ କୁଶ୍ନର ଅହମଦାବାଦ, ଆଗ୍ରା ଓ ନୂଆଦିଲ୍ଲୀ ଭ୍ରମଣ କରିଥିଲେ। ସେମାନଙ୍କର…
ୟୁକ୍ରେନ୍ରେ ଗୁଟେରସ୍, ଏର୍ଡୋଗାନ୍
ଲଭିଭ୍, ୧୯ା୮:ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏବଂ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ଗୁରୁବାର ଏହି ପୂର୍ବ ୟୁରୋପୀୟ ଦେଶୀ ଲଭିଭ୍ ସହରରେ ପହଞ୍ଚିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ…
ଭାଇରାଲ ଭିଡିଓରେ ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ
ହେଲସିଙ୍କି,୧୯।୮:ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ଏହାର କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀଙ୍କ ଡ୍ରଗ୍ସ ପରୀକ୍ଷା ଲାଗି ବିରୋଧୀମାନେ ଦାବି…
ଜିନ୍ପିଙ୍ଗ୍ଙ୍କ ସାମୁଦ୍ରିକ ଅଭିସନ୍ଧି
ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି ମିଲିଟାରି…
‘ଶେଷରେ ଅଲୋଡ଼ା କିନ୍ନରକୁ ଭରସାକଲେ ମାତାପିତା’
ଭୁବନେଶ୍ୱର,୧୯।୮:ସାଧାରଣତଃ ମାତାପିତାଙ୍କଠାରୁ କିନ୍ନର ଶିଶୁଟିଏ ଜନ୍ମ ନେଲେ ତାକୁ ଅଲୋଡ଼ା ଭାବି ନବଜାତ ଶିଶୁଟିକୁ ଏଣେତେଣେ ଛାଡି ଦେଇଥାନ୍ତି। କିନ୍ତୁ କିଏ ଜାଣେ ଦୁର୍ଲଭ ମାନବ ଜନ୍ମ ପାଇଥିବା ସେହି ଶିଶୁଟି ପରବର୍ତ୍ତୀ ସମୟରେ କିନ୍ନର ହୋଇ ବି କେଉଁ ବିରଳ…
Archives


