Posted inଖେଳ

ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ

ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଷ୍ଟାର୍କ ଆଣ୍ଠୁରେ ଆଘାତ ପାଇଥିବାବେଳେ ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ପାଦ ଓ ସାଇଡ୍‌ ଷ୍ଟ୍ରେନ୍‌ ସମସ୍ୟାରେ ଅଛନ୍ତି। ଆହତ ସମସ୍ୟା ମାମୁଲି ଥିଲେ ହେଁ ଆଗକୁ ଟି୨୦ କ୍ରିକେଟ ବିଶ୍ୱକପକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ରିସ୍କ ନେବାକୁ ଚାହୁଁନାହିଁ। ଅକ୍ଟୋବରରେ ଅଷ୍ଟ୍ରେଲିଆ ଏହାର ଘରୋଇ ମାଟିରେ ଟି୨୦ କ୍ରିକେଟ ବିଶ୍ୱକପ ଖେଳିବ। ଭାରତ ବିପକ୍ଷ ଟୁର୍‌ ପାଇଁ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦିଆଯାଇ ସାରିଥିବାରୁ ଆହତ ଏହି ୩ ଖେଳାଳିଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ଆଉ ୩ ଜଣଙ୍କୁ ନେବାକୁ ବାଧ୍ୟ ହୋଇଛନ୍ତି।

ବଦଳ ଖେଳାଳିଭାବେ ଅଷ୍ଟ୍ରେଲିଆ ଦଳରେ ନାଥାନ ଏଲିସ, ଡାନିଏଲ ସାମ୍ସ ଓ ସିଅନ ଆବୋଟ ସ୍ଥାନ ପାଇଛନ୍ତି। ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ଜିମ୍ବାଓ୍ବେ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆଘାତ ପାଇଥିଲେ। ଷ୍ଟାର୍କଙ୍କ ପାଦରେ ସ୍କାନ କରାଯିବାପରେ ତାଙ୍କୁ ବିଶ୍ରାମ ପରାମର୍ଶ ଦିଆ ଯାଇଛି। ଅଷ୍ଟ୍ରେଲିଆ ଦଳ ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲି, ନାଗପୁର ଓ ହାଇଦ୍ରାବାଦରେ ୩ଟି ଟି୨୦ ଖେଳିବ। ଭାରତ ଟୁର୍‌ପରେ ଅଷ୍ଟ୍ରେଲିଆ ଆଗାମୀ ବିଶ୍ୱକପ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?