କାନାଡ଼ା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା…

ଟରୋଣ୍ଟୋ,୧୫।୯ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କାନାଡାର ଭାରତୀୟ ଉଚ୍ଚ ଆୟୋଗ ସ୍ବାମୀନାରାୟଣ ମନ୍ଦିରର ଭଙ୍ଗାରୁଜାକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବାକୁ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ମୂଳ କାନାଡିୟ ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ଏହା ପୂର୍ବରୁ ଅନ୍ୟ ମନ୍ଦିରଗୁଡିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି।

ମନ୍ଦିରର ଭଙ୍ଗାରୁଜା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିପରି ମନ୍ଦିର କାନ୍ଥରେ ଖାଲିସ୍ତାନୀ ସ୍ଲୋଗାନ ଦେଖିବାକୁ ମିଳୁଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ବ୍ରମ୍ପଟନ ସାଉଥ ସାଂସଦ ସୋନିଆ ସିଦ୍ଧୁ ଟୁଇଟ କରି କହିଛନ୍ତି ଯେ ଆମେ ଏକ ବହୁ ସଂସ୍କୃତି ଏବଂ ବହୁ-ଧାର୍ମିକ ସମ୍ପ୍ରଦାୟରେ ବାସ କରୁଛୁ ଯେଉଁଠାରେ ସମସ୍ତେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ। ଏଭଳି କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଭଳି ଆକ୍ରମଣରେ ବ୍ରମ୍ପଟନ ମେୟର ପାଟ୍ରିକ ବ୍ରାଉନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ କାନାଡାରେ ଏହି ପ୍ରକାର ଘୃଣାର ସ୍ଥାନ ନାହିଁ। ଅପରାଧୀମାନେ ଶୀଘ୍ର ଏହାର ଦଣ୍ଡ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?