Posted inଖେଳ

ଇଂଲଣ୍ଡକୁ ହରାଇଲା ଭାରତ

ଡର୍ବି,୧୫ା୯(ପି.ଟି.): ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଛି ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଥିବା ବେଳେ ଗୁରୁବାର ଅନ୍ତିମ ମ୍ୟାଚ ଖେଳାଯିବ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଫ୍ରେୟା କେମ୍ପଙ୍କ ଅପରାଜିତ ୫୧ ରନ ବଳରେ ୬ ଉଇକେଟ ହରାଇ ୧୪୨ ରନ କରିଥିଲା। ଜବାବରେ ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୧୬.୪ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଭାରତୀୟ ବୋଲର ଟାଇଟ ବୋଲିଂ କରିଥିଲେ। ସୋଫିଆ ଡଙ୍କଲି(୫), ଡାନିଏଲ ଓ୍ବାୟାଟ୍ଟ(୬) ଓ ଆଲିସ୍‌ କ୍ୟାପସେ(୫) ସହଜରେ ଆଉଟ ହେବା ସହିତ ଇଂଲଣ୍ଡ ୧୬ ରନରେ ୩ ଉଇକେଟ ହରାଇଥିଲା। ପରେ ସ୍ନେହ ରଣାଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ୫୪ ରନରେ ୫ ଉଇକେଟ ହରାଇଥିଲା। ତେବେ କେମ୍ପ(୫୧*) ଓ ମାଇଆ ବୌଚିଅର(୩୪)ଙ୍କ ମଧ୍ୟରେ ୬୫ ରନର ଭାଗୀଦାରି ହୋଇଥିଲା। ୧୭ ବର୍ଷୀୟା କେମ୍ପ ୩୭ ବଲର ଇନିଂସରେ ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ୧୮ ତମ ଓଭରରେ ରଣା ବୌଚିଅରଙ୍କୁ ଆଉଟ କରି ଏହି ଭାଗୀଦାରି ଭାଙ୍ଗିଥିଲେ। ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ ୬ ଉଇକେଟରେ ୧୪୨ ରନ ସଂଗ୍ରହ କରିଥିଲା। ସ୍ନେହ ରଣା ୨୪ ରନରେ ୩ ଉଇକେଟ ନେଇଥିବା ବେଳେ ରେଣୁକା ସିଂ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୪୩ ରନର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ ଓପନର ସ୍ମୃତି ମନ୍ଧାନା(୭୯*) ଓ ଶେଫାଳି ବର୍ମା(୨୦) ପାଓ୍ବାର ପ୍ଲେରେ ଯୋଡିଥିଲେ ୫୫ ରନ୍‌। ୧୭ ବଲ ଖେଳି ୨୦ ରନ୍‌ କରିଥିବା ଶେଫାଳି ପାଓ୍ବାର ପ୍ଲେର ଅନ୍ତିମ ବଲରେ ଆଉଟ ହୋଇଥିଲେ। ଏହାର ୧୬ ବଲ ମଧ୍ୟରେ ଦୟଲାନ ହେମଲତା ମାତ୍ର ୯ ରନ କରି ଫ୍ରେୟା ଡେଭିସଙ୍କ ବଲରେ ବୋଲ୍ଡ ହୋଇଥିଲେ। ୭୭ ରନରେ ଦୁଇ ଉଇକେଟର ପତନ ପରେ ଅଧିନାୟିକା ହରମନପ୍ରୀତ କ୍ରିଜ୍‌ରେ ଯୋଗ ଦେଇଥିଲେ। ସେ ମନ୍ଧାନାଙ୍କ ସହିତ ୬୯ ରନ ଯୋଡି ଦଳକୁ ବିଜୟୀ କରିଥିଲେ। ୫୩ ବଲ୍‌ ଖେଳ ସ୍ମୃତି ୧୩ ଚୌକା ସହିତ ଅପରାଜିତ ୭୯ ରନ କରିଥିଲେ। ସେହିପରି ୨୨ ବଲ ଖେଳି ହରମନପ୍ରୀତ୍‌ ୪ ଚୌକା ମାରିଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ମନ୍ଧାନାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?