Posted inଖେଳ

ରିଫ୍ରେଶର କୋର୍ସ ଭାରୋତ୍ତୋଳନ ବିକାଶରେ ସହାୟକ ହେବ: ସାନ୍ଧୁ

ଭୁବନେଶ୍ୱର, ୧୫।୯ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)ର ମିଳିତ ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମରେ ଏକ ୩ ଦିନିଆ ଟେକ୍ନିକାଲ ଅଫିସିଆଲ ରିଫ୍ରେଶର କୋର୍ସ (ନ୍ୟାଶନାଲ କାଟେଗୋରି-୨ ଓ କାଟେଗୋରି-୧) ଏବଂ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଲେଭଲ-୧ ସାର୍ଟିଫିକେଶନ ଇଣ୍ଟ୍ରୋଡକ୍ଟରି କୋର୍ସ ଅନୁଷ୍ଠିତ ହୋଇଯାଇଛି। ଏହା ୧୨ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହୋଇଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ପାଲ୍‌ ସିଂ ସାନ୍ଧୁ ଏବଂ ଆଇଡବ୍ଲ୍ୟୁଏଲ୍‌ଏଫ୍‌ର ବୈଷୟିକ ଅଧିକାରୀ କୁମ୍ବାସି ସୁବ୍ରମଣ୍ୟ ଏହି ଟ୍ରେନିଂ ପ୍ରୋଗ୍ରାମକୁ ପରିଚାଳନା କରିଥିଲେ। ଏଥିରେ ଓଡ଼ିଶାର ମୋଟ ୨୨ କୋଚ୍‌ ଅଂଶଗ୍ରହଣ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ପ୍ରତିନିଧିତ୍ୱ କରିବା ପାଇଁ ରାଜ୍ୟରେ କ୍ୱାଲିଫାଏଡ ଟେକ୍ନିକାଲ ଅଫିସିଆଲଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
”ଓଡ଼ିଶାରେ ବୈଷୟିକ ଦୃଷ୍ଟିରୁ ଅଧିକାରୀଙ୍କ ସଂଖ୍ୟା ଅଳ୍ପ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆମେ ଅଂଶଗ୍ରହଣକାରୀଙ୍କ ଦକ୍ଷତା ଜାଣିପାରିଲୁ। ଏକ ପରୀକ୍ଷା କରାଯାଇଛି। ମେରିଟ ଭିତ୍ତିରେ ସେମାନେ ନ୍ୟାଶନାଲ କାଟେଗୋରି -୨ ଓ କାଟେଗୋରି -୧ ରେଫରି ପାଇଁ ଯୋଗ୍ୟତା ଅର୍ଜନ କରିବେ“ ବୋଲି ପାଲ୍‌ ସିଂ ସାନ୍ଧୁ ପ୍ରକାଶ କରିଛନ୍ତି। ନ୍ୟାଶନାଲ-୧ କାଟେଗୋରି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେଫରିମାନେ ଜାତୀୟ ଓ ରାଜ୍ୟସ୍ତରୀୟ ଚାମ୍ପିୟନଶିପ୍‌ ପରିଚାଳନା କରିପାରିବେ। କାଟେଗୋରି-୨ ରେଫରି ଜିଲାସ୍ତରରେ ପ୍ରତିଯୋଗିତା ପରିଚାଳନା କରିବେ। ଦୀର୍ଘକାଳୀନଭିତ୍ତିରେ ଏହି ପ୍ରକ୍ରିୟା ଜାରି ରହିଲେ ଏହା ଓଡ଼ିଶାରେ ଭାରୋତ୍ତୋଳନର ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଭାରୋତ୍ତୋଳକଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ଅଛି ବୋଲି ସୁବ୍ରମଣ୍ୟ କହିଛନ୍ତି। ”୩ ଦିନିଆ କୋର୍ସ ଓଡ଼ିଶାର ଭାରୋତ୍ତୋଳନ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବ। ଆମେ ଏକ ପରୀକ୍ଷା କରିଛୁ, ଯାହାକି ଭାରତୀୟ ଭାରୋତ୍ତୋଳନ ଫେଡେରେଶନ ଦ୍ୱାରା ସ୍ବୀକୃତିପ୍ରାପ୍ତ। ଯୋଗ୍ୟତାସମ୍ପନ୍ନ ଅଂଶଗ୍ରହଣକାରୀମାନେ ବୈଷୟିକ ଅଧିକାରୀ ହୋଇପାରିବେ। କ୍ୱାଲିଟି ବୈଷୟିକ ଅଧିକାରୀ ବାହାର କରିବା ପାଇଁ ପ୍ରଥମଥର ପାଇଁ ଦେଶରେ ଏକ ରାଜ୍ୟ ସରକାର ଭାରୋତ୍ତୋଳନରେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କ୍ରୀଡ଼ାକୁ ପ୍ରମୋଟ କରିବା ପାଇଁ ଅନ୍ୟ ରାଜ୍ୟମାନେ ମଧ୍ୟ ଏପରି ପଦକ୍ଷେପ ନେବା ଆବଶ୍ୟକ“ ବୋଲି ସୁବ୍ରମଣ୍ୟ ପ୍ରକାଶ କରିଛନ୍ତି।
ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ବ୍ରହ୍ମପୁରର ପଦ୍ମିନୀ ପାଢ଼ୀ କହିଛନ୍ତି ଯେ, ଭାରୋତ୍ତୋଳନ ଇଭେଣ୍ଟ ଅବସରରେ ବିଭିନ୍ନ ପାରାମିଟର ଜଜ୍‌ କରିବା ପାଇଁ ରିଫ୍ରେଶର କୋର୍ସ ଆମକୁ ଅନେକ ସାହାଯ୍ୟ କରିଛି। ଆମେ ବିଭିନ୍ନ ନୀତି ନିୟମ ସମ୍ପର୍କରେ ଅବଗତ ହେଲୁ, ଯାହାକି ପ୍ରତିଯୋଗିତା ସମୟରେ ଆମକୁ ସହାୟତା କରିବ। ସେହିପରି ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ବାଳିକାଙ୍କ ପାଇଁ ଭାରୋତ୍ତୋଳନ କୋଚ୍‌ ଦାୟିତ୍ୱ ନିର୍ବାହ କରୁଥିବା ଧର୍ମା ରାଓଙ୍କ ମତରେ, ଏହା ଓଡ଼ିଶାର କୋଚ୍‌ମାନଙ୍କୁ ଜଣେ ରେଫରିଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକର ବିଭିନ୍ନ କାଟେଗୋରିରେ ଅଂଶଗ୍ରହଣ ପାଇଁ ସହାୟତା କରିବ। ପୂର୍ବତନ ଜାତୀୟ ଭାରୋତ୍ତୋଳିକା ରାନୁ ମହାନ୍ତି କହିଛନ୍ତି ଯେ, ଏପରି କୋର୍ସ ସିନିୟର ଖେଳାଳିଙ୍କୁ ମୋଟିଭେଟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?