Posted inଖେଳ

ଭିନେଶଙ୍କୁ ବ୍ରୋଞ୍ଜ

ବେଲଗ୍ରେଡ୍‌,୧୫ା୯(ପି.ଟି.) : ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗତ। ଏହା ସହିତ ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ଦୁଇଟି ବିଶ୍ୱ ଚାମ୍ପିୟନଶିପ ପଦକ ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି। ୨୮ ବର୍ଷୀୟ ଭିନେଶ ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ବିଡେନର ଜୋନ୍ନା ମାଲ୍‌ମଗ୍ରେନଙ୍କୁ ୮-୦ରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ୨୦୧୯ରେ କାଜାଖସ୍ତାନର ନୁର ସୁଲତାନରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ମଙ୍ଗଳବାରର ମଙ୍ଗୋଲିଆର ଖୁଲାନ ବଟଖ୍ୟୁଗାଙ୍କ ନିକଟରୁ ୭-୦ରେ ପରାଜିତ ହୋଇଥିଲେ ଭିନେଶ। ବଟଖ୍ୟୁଗା ଫାଇନାଲରେ ପହଞ୍ଚିବାରୁ ଭିନେଶଙ୍କୁ ରିପିଚେଜରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ମିଳିଲା। ରିପିଚେଜ ମୁକାବିଲାର ପ୍ରଥମ ରାଉଣ୍ଡରେ କାଜାଖସ୍ତାନର ଝୁଲଡିଜ ଏସିମୋଭାଙ୍କୁ ଫଲ୍‌ ସହିତ ୪-୦ରେ ପରାସ୍ତ କରିଥିଲେ। ପରବର୍ତ୍ତୀ ଲଢ଼େଇରେ ଆଜାରବୈଜାନର ଲୈଲା ଗୁରବାନୋଭା ଆହତ କାରଣରୁ ଅଂଶଗ୍ରହଣ ନକରିବାରୁ ବ୍ରୋଞ୍ଜ ପଦକ ମୁକାବିଲାରେ ପହଞ୍ଚିଥିଲେ ଭିନେଶ।
ସେହିପରି ୬୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନିଶା ଦହିୟା ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବେ। କ୍ୱାର୍ଟର ଫାଇନାଲରେ ବୁଲଗେରିଆର ସୋଫିଆ ଜର୍ଜିଭାଙ୍କୁ ୧୧-୦ରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ। ତେବେ ସେମି ମୁକାବିଲାରେ ଜାପାନର ଜୁନିୟର ବିଶ୍ୱ ଚାମ୍ପିୟନଶିପ ଚାମ୍ପିୟନ ଆମି ଇଶିଙ୍କ ନିକଟରୁ ୪-୫ରେ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନଶମ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri