ମ୍ୟାନମାରରେ ଫସିରହିଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କଲା ବୈଦେଶିକ ମନ୍ତ୍ରଣାଳୟ

ନାପିଦ୍ୱ,୫।୧୦: ମ୍ୟାନମାରରେ ଫସିରହିଥିବା ଅନେକ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଉଦ୍ଧାର କରିଛି। ମ୍ୟାନମାରରେ ନକଲି ଚାକିରି ରାକେଟରେ ଫସିରହିଥିବା ୪୫ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ ପ୍ରାୟ ୩୨ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଆଉ ୧୩ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାଗରିକମାନେ ବୁଧବାର ତାମିଲନାଡୁରେ ପହଞ୍ଚିଛନ୍ତି। ସୂଚନା ମୁତାବକ, ମ୍ୟାନମାରରେ ନକଲି ଚାକିରି ରାକେଟ ଚଳାଉଥିବା ଲୋକଙ୍କଠାରୁ ଅନେକ ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି। ଏଥିସହ ଉକ୍ତ ଦେଶରେ ବେଆଇନ ପ୍ରବେଶ ପାଇଁ ସେମାନଙ୍କୁ ମ୍ୟାନମାର ଅଧିକାରୀଙ୍କ ହାଜତରେ ରହିଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଫେରାଇ ଆଣିବା ପାଇଁ ଆଇନଗତ ଔପଚାରିକତା ଆରମ୍ଭ ହୋଇଛି ବୋଲି ଅରିନ୍ଦମ ବାଗଚି କହିଛନ୍ତି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ଭାରତ ସରକାର ଯୁବକମାନଙ୍କୁ ବିଦେଶରେ ଆଇଟି କ୍ଷେତ୍ରରେ ନକଲି ଚାକିରି ବିଷୟରେ ଚେତାବନୀ ଦେଇଥିଲେ। ତେବେ ଥାଇଲାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମ୍ୟାନମାରକୁ ଠକି ନେଇଥିବା ଶହେରୁ ଅଧିକ ଭାରତୀୟଙ୍କ ମାମଲା ସର୍ବସମ୍ମୁଖକୁ ଆସିବା ପରେ ବୈଦେଶିକ ମନ୍ତ୍ରଣାଳୟ ଲୋକଙ୍କୁ ସତର୍କ ରହିବାକୁ ଆଡଭାଇଜରୀ ଜାରି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?