ମହାରାଷ୍ଟ୍ରରେ ରାହୁଲଙ୍କୁ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ
ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ଦାବି ପୁଣି…
ବ୍ରିଟେନ୍ରେ ହିନ୍ଦୁ ବିରୋଧୀ ହିଂସା ନିନ୍ଦା କଲା ଭାରତ
ଲଣ୍ଡନ,୧୯।୯: ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଅପରାଧ ଘଟଣାକୁ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସୋମବାର ଦୃଢ଼ ନିନ୍ଦା କରିଛି। ହିନ୍ଦୁ ଧର୍ମସ୍ଥଳୀରେ ହିଂସା ଓ ଭଙ୍ଗାରୁଜା ଘଟଣାର ଦୃଢ଼ ପ୍ରତିବାଦ କରାଯାଉଛି ବୋଲି ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଏ…
କୋଭିଡ୍ ମହାମାରୀ ଶେଷ ହୋଇଛି
ଓ୍ବାଶିଂଟନ,୧୯।୯: ଆମେରିକାରେ କୋଭିଡ୍ ମହାମାରୀ ଶେଷ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି। ଆଗାମୀ ଦିନରେ ଆମେରିକା ଅର୍ଥନୀତିରେ ଉନ୍ନତି ଆସିବାକୁ ଯାଉଛି ବୋଲି ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ ନିର୍ବାଚନର ୨ମାସ ପୂର୍ବରୁ ବାଇଡେନ୍ ଏକ…
ମହାରାଣୀଙ୍କ ଅନ୍ତିମ ଯାତ୍ରା: ୨ ମିନିଟ୍ ନୀରବିଲା ବ୍ରିଟେନ
ଲଣ୍ଡନ,୧୯ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍ଲେର ଐତିହାସିକ କିଙ୍ଗ୍ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍କୁ ଦିବଂଗତ ସ୍ବାମୀ ପ୍ରିନ୍ସ…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିପାରନ୍ତି ଥରୁର: ସବୁଜ ସଙ୍କେତ ଦେଲେ ସୋନିଆ
ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ସରଗରମ ରହୁଛି। ଆସନ୍ତା ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ନେତା ଶଶୀ ଥରୁର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏଥିପାଇଁ…
ଭାଜପାରେ ସାମିଲ ହେବା ପରେ କ୍ୟାପଟେନ୍ଙ୍କୁ ମିଳିପାରେ ଏହି ପଦ
ନୂଆଦିଲ୍ଲୀ,୧୯।୯: ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସୋମବାର ଭାଜପାରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ(ପିଏଲ୍ସି) ମଧ୍ୟ ଭାଜପା ସହ ବିଲୟ ହୋଇଛି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ…
ପାର୍ଥ ଚାଟାର୍ଜୀଙ୍କ ୪୮କୋଟିର ସମ୍ପତ୍ତି ବାଜ୍ୟାପ୍ତ
କୋଲକାତା,୧୯।୯: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀଙ୍କର ୪୮କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ଫାର୍ମହାଉସ୍, ଫ୍ଲାଟ୍, କୋଲକାତାର ପ୍ରମୁଖ…
ବିମାନରୁ ଓହ୍ଲାଇଦେଲେ ମାନ୍ଙ୍କୁ: ଅକାଳୀର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲା ଏଏପି
ଚଣ୍ଡିଗଡ଼,୧୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ସେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଛି। ଏନେଇ ଶିରୋମଣି ଅକାଳୀ…
ଅପରେଶନ୍ ଲୋଟସ୍ ଦାବି ମଧ୍ୟରେ ଆସ୍ଥା ପ୍ରସ୍ତାବ ଆଣିବେ ମାନ ସରକାର
ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ସରକାର ଭାଙ୍ଗିବା ପାଇଁ ଭାଜପା ପକ୍ଷରୁ ‘ଅପରେଶନ ଲୋଟସ୍’ ଅଭିଯାନ ଚାଲିଥିବା ଆମ୍ ଆଦ୍ମୀ ପାର୍ଟି (ଏଏପି) ଅଭିଯୋଗ କରିଛି। ଏଏପିର ୧୦ଜଣ ବିଧାୟକଙ୍କୁ ଭାଜପା କିଣିନେବା ପାଇଁ ୨୫ କୋଟି ଲେଖାଏ ଟଙ୍କା ଯାଚିଥିବା ଅଭିଯୋଗ ହୋଇଥିଲା।…
ଫୁଲିଲା ହୀରାକୁଦ ଜଳଭଣ୍ଡାର, ଖୋଲିଲା ୪ ଗେଟ୍
ସମ୍ବଲପୁର,୧୯ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ଛତିଶଗଡ଼ରେ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ଫୁଟ୍ ରହିଥିବା…
ନୀତୀଶଙ୍କୁ ସମର୍ଥନ କରିବେନି ଶିବପାଲ
ଲକ୍ଷ୍ନୌ,୧୯।୯: ଆଗାମୀ ୨୦୨୪ରେ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନୀତୀଶଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜ ପାର୍ଟି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମର୍ଥନ କରିବେ…
ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କଲେ ଯୁବକ, ପାଟିରେ ଭରିଦେଲେ କାଦୁଅ
ଲକ୍ଷ୍ନୌ,୧୯ା୯: ଉତ୍ତରପ୍ରଦେଶର ଏକ ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିବା ପରେ ତାଙ୍କ ପାଟିରେ କାଦୁଅ ଭର୍ତ୍ତି…
Archives


