Advertisement

ମନି ପ୍ଲାଣ୍ଟଠାରୁ ବି ଅଧିକ ଶୁଭ ଏହି ୪ ଗଛ; ଘରେ ରଖିଲେ ରହେ ନାହିଁ ଧନର ଅଭାବ…

ଆର୍ଥିକ ଉନ୍ନତି ପାଇଁ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାନ୍ତି। ବାସ୍ତୁ ଅନୁଯାୟୀ ଘରେ ମନି ପ୍ଲାଣ୍ଟ ରଖିବା ଦ୍ୱାରା ଆର୍ଥିକ ସମୃଦ୍ଧି ଘଟିଥାଏ। ସେହି ଘରେ କେବେ ବି ଟଙ୍କାପଇସାର ଅଭାବ ରହେ ନାହିଁ। ବାସ୍ତୁରେ ମଧ୍ୟ ଏଭଳି ୫ ଗଛ ବିଷୟରେ କୁହାଯାଇଛି ଯାହା ମନି ପ୍ଲାଣ୍ଟଠାରୁ ମଧ୍ୟ ଶୁଭ। ଆସନ୍ତୁ ଜାଣିବା:

-ଦୁବ: ବାସ୍ତୁ ଅନୁଯାୟୀ ଯାହା ବଗିଚାରେ, ଛାତ ଉପରେ ନଚେତ ବାଲ୍‌କୋନୀରେ ଦୁବ ଥାଏ, ଉକ୍ତ ଘରେ କେବେ ବି ଧନର ଅଭାବ ରୁହେ ନାହିଁ। ଘର ଆଗରେ ଦୁବ ଘାସ ଲଗାଇବାର ଅନେକ ଲାଭ ରହିଛି। ସନ୍ତାନ ପ୍ରାପ୍ତି ଲାଗି ମଧ୍ୟ ଘର ସାମ୍ନାରେ ଏହାକୁ ଲଗାଇବା ଶୁଭ। ଏହାକୁ ଲଗାଇଲେ ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ରହିଥାଏ।

-ତୁଳସୀ: ଘରେ ତୁଳସୀ ଲଗାଇବା ଶୁଭ। କାରଣ ଏହା ମା’ ଲକ୍ଷ୍ମୀଙ୍କ ସ୍ବରୂପ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ତାହା ଉପରେ ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ରହିଥାଏ॥ ତୁଳସୀ ଘର ଅଗଣାରେ ରହିଲେ ଆରୋଗ୍ୟର ବରଦାନ ମିଳିବା ସହ ଧନର ଭଣ୍ଡାର କେବେ ହେଲେ ଖାଲି ରୁହେ ନାହିଁ।

-ଅରଖ: ଅରଖ ଫୁଲକୁ ଗଣେଶଙ୍କ ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁଯାୟୀ ଏହି ଫୁଲ ଗଛକୁ ବଗିଚାରେ ରଖିବା ବହୁତ ଶୁଭ। ଏହାଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ। ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଏହା ଭଲ।

-କନିଅର ଗଛ: ନିଜର ପାର୍କ ଏବଂ ବଗିଚାରେ ଅନେକେ କନିଅର ଗଛ ଲଗାଇଥାନ୍ତି। ଏହି ଗଛର ଧଳା ଫୁଲ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଏହାର ବାସ୍ନାରେ ଦରିଦ୍ରତା ଦୂର କରିବା ସହ ଖୁସିର ବାତାବରଣ ବୃଦ୍ଧି ପାଇଥାଏ।

-ଜାଡେ ପ୍ଲାଣ୍ଟ: ଏହାକୁ ମଧ୍ୟ କସୁଲା ଓବାଟା କୁହାଯାଏ। ବାସ୍ତୁ ଅନୁଯାୟୀ ଏହି ଗଛ ବେଶ ଚମତ୍କାରୀ। ଏହାକୁ ଘରେ ରଖିଲେ ଧନଧାନ୍ୟ ବୃଦ୍ଧି ପାଇଥାଏ। ଘରେ ସକରାତ୍ମକ ଉର୍ଜା ବୃଦ୍ଧି ପାଇବା ସହ ନକରାତ୍ମକତା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ...

ସ୍ମାର୍ଟ ଘଣ୍ଟା

ଘଣ୍ଟା ଆମକୁ ସମୟ ବିଷୟରେ ଅବଗତ କରାଇଥାଏ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ୍‌ ଘଣ୍ଟା ପ୍ରସ୍ତୁତ ହେଲାଣି। ହେଲେ ଏପରି ଏକ ସ୍ମାର୍ଟ ଘଣ୍ଟା ଅଛି,...

ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ...

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର...

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

ଦୂର କରନ୍ତୁ କଳାଦାଗ

ଅଧିକାଂଶ ମହିଳାଙ୍କର କହୁଣି ଏବଂ ଆଣ୍ଠୁ ଆଦି ଅଧିକ କଳା ପଡ଼ି ଯାଇଥାଏ। ଏହି ସବୁ ସ୍ଥାନରୁ କଳାଦାଗ କିପରି ଦୂର କରିବେ ଜାଣି ରଖନ୍ତୁ।...

Advertisement
Archives

Model This Week