Posted inଫୁରସତ

କାଖରେ କୁନି ଝିଅକୁ ଧରି ର଼୍ୟାମ୍ପ ଓ୍ବାକ୍‌, ଚର୍ଚ୍ଚାରେ ଏହି ମଡେଲ…

କଥାରେ ଅଛି ମା’ ସର୍ବସଂହା। ନିଜର ପିଲା ପାଇଁ ସେ କିଛି ବି କରିପାରେ। କେବେ ତାକୁ କାଖରେ ଧରି ସେ ମଜୁରିଆ ଭାବେ କାମ କରିପାରେ ତ କେବେ ପିଠିରେ ପକାଇ ନିଜର ଡ୍ୟୁଟି ମଧ୍ୟ କରିପାରେ। ଏଭଳି ଅନେକ ଦୃଶ୍ୟ ମା’ର ମହାନତାକୁ ବୟାନ କରେ। ଏହି କ୍ରମକୁ ଏବେ ଆଗକୁ ନେଇଛନ୍ତି ଜଣେ ମଡେଲ। ପ୍ରଥମ ଥର ପାଇଁ ମଡେଲଜଣଙ୍କ ହାତରେ ନିଜ କୁନି ଶିଶୁକୁ ଧରି ର଼୍ୟାମ୍ପ ଓ୍ବାକ୍‌ କରିଛନ୍ତି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

अलीशा गौतम उरांव (Photo: Special Permission)

ମଡେଲଜଣଙ୍କ ହେଲେ ଅଲିଶା ଗୌତମ ଉରାଓଁ। କିଛି ବର୍ଷ ଧରି ସେ ମଡେଲିଂ କରି ଆସୁଛନ୍ତି। ନିକଟରେ ସେ ଏକ ଆଦିବାସୀ ଫ୍ୟାଶନ ଶୋ’ରେ ଭାଗ ନେଇଥିଲେ। ସେଥିରେ ସେ ନିଜର ପରିଧାନ ସହ କୋଳରେ ଝିଅଙ୍କୁ ଧରି ର଼୍ୟାମ୍ପ ଓ୍ବାକ୍‌ କରିଥିଲେ। ଏହି ଶୋ’କୁ ଏବେ ସୁପରହିଟ୍‌ ବୋଲି କୁହାଯାଉଛି।

अलीशा उरांंव गौतम (Photo: Special Permission)

ଅଲିଶା ଏନେଇ କହିଛନ୍ତି, କିଛିଦିନ ପୂର୍ବେ ଏହି ଫ୍ୟାଶନ ଶୋ’ ହୋଇଥିଲା। ଏଥିରେ ସେ ତାଙ୍କ ଝିଅଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ର଼୍ୟାମ୍ପ ଓ୍ବାକ୍‌ ସମୟରେ ଦଶ ମାସର ଝିଅ ନାୟରା ତାଙ୍କୁ ଛାଡ଼ିବାକୁ ଅମଙ୍ଗ ଥିଲେ। ସେ ତାଙ୍କୁ ଜାବୁଡ଼ି ଧରିଥିଲେ। ଏଥିଯୋଗୁ ତାଙ୍କ ପାଳି ଆସିବା ପରେ ସେ ଝିଅଙ୍କୁ ଧଳା ରଙ୍ଗର ଲୁଗାରେ ଗୁଡାଇ ର଼୍ୟାମ୍ପ ଓ୍ବାକ୍‌ କରିବାକୁ ଯାଇଥିଲେ। ଲୋକେ ତାହା ଦେଖି କ’ଣ ଭାବିବେ ସେ ଚିନ୍ତା କରି ନ ଥିଲେ। ହେଲେ ଲୋକଙ୍କ ତାଳି ସାଙ୍ଗକୁ ପ୍ରଶଂସା ଦେଖି ସେ ବିଭୋର ହୋଇଛନ୍ତି। ଯଦି ଜଣେ ମା’ ଛୁଆକୁ ନେଇ ବିଲରେ ଧାନ ରୁଇଁ ପାରୁଛି ତେବେ ର଼୍ୟାମ୍ପ ଓ୍ବାକ୍‌ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଛୁଆ ହୋଇଗଲେ କ୍ୟାରିୟର ଶେଷ ହୋଇଯିବ ତାହା ନୁହେଁ। ଦେଖନ୍ତୁ ଝିଅଙ୍କୁ ଧରି ର଼୍ୟାମ୍ପ ଓ୍ବାକ୍‌ କରିବା ପରେ ସମସ୍ତେ ତାଙ୍କୁ ଫୋନ୍‌ କରୁଛନ୍ତି। ତାଙ୍କ କାମର ଯଥାର୍ଥତା ତାଙ୍କୁୁ ମିଳିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri