ଥାଇଲାଣ୍ଡ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ିଲା, ୩୧ ନିଖୋଜ-୭୫ ଉଦ୍ଧାର…
ବ୍ୟାଙ୍କକ,୧୯।୧୨ : ଥାଇଲାଣ୍ଡ ନୌସେନାର ଏକ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୧୦୦ ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୧ ଜଣ ନିଖୋଜ ଥିବା ଜଣାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ରବିବାର…
ଭୂସୀମା ଉପରେ ନଜର ରଖିବା ପାଇଁ ନୌସେନାର ସହାୟତା ନେଉଛି ସ୍ଥଳସେନା…
ନୂଆଦିଲ୍ଲୀ,୧୯।୧୨ : ଚାଇନା ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଭାରତ ଏବେ ନିରନ୍ତର ନଜର ରଖିବା ପ୍ରଣାଳୀରେ ବୃଦ୍ଧି କରୁଛି। ଏଥିପାଇଁ ସେନା ମଧ୍ୟ ନିଜର ସାମର୍ଥ୍ୟ ବୃଦ୍ଧି କରିଛି। ବିଶେଷ କରି ସମ୍ବେଦନଶୀଳ ଭୂମି ସୀମାରେ ଶତ୍ରୁପକ୍ଷର…
ଦେଶରେ ୭.୨୦ ପ୍ରତିଶତ ଲୋକଙ୍କ ପାଖରେ ପାସପୋର୍ଟ, ଶୀଘ୍ର ଛୁଇଁବ ୧୦ କୋଟି…
ନୂଆଦିଲ୍ଲୀ,୧୯।୧୨ : ଦେଶର ୭.୨୦ ପ୍ରତିଶତ ନାଗରିକଙ୍କ ପାଖରେ ପାସପୋର୍ଟ ଅଛି। ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଲୋକଙ୍କ ପାସପୋର୍ଟ ତିଆରି ହୋଇସାରିଛି। ଏହି ପାସପୋର୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଗତ ଦଶନ୍ଧିରେ ତିଆରି କରାଯାଇଛି। ଆସନ୍ତା କିଛି ମାସ ମଧ୍ୟରେ…
ପେଟେଣ୍ଟ ଅନୁମୋଦନ ସମୟ ସୀମା କମ କରିବାକୁ ଯୋଜନା କରୁଛନ୍ତି ସରକାର: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୧୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟେଣ୍ଟ ପାଇଁ ଦାଖଲ ହୋଇଥିବା ଆବେଦନଗୁଡିକର ଅନୁମୋଦନ ସମୟକୁ ଆହୁରି ହ୍ରାସ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହାକୁ ୭୨ମାସରୁ ୧୨ ରୁ ୨୪ ମାସକୁ ହ୍ରାସ କରାଯାଇସାରିଛି। ତେବେ…
ସପ୍ତାହକ ପରେ ପୁଣି ଫେରିଲା ଶୀତ
ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ)- ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ ରହିଥିବା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଗତ ମଙ୍ଗଳବାର ଅଞ୍ଚଳରେ ସର୍ବନିମ୍ମ ତାପମାତ୍ରା…
ଛାତ୍ରଙ୍କୁ ଛାଡିଦେଲେ ଅପହରଣକାରୀ
ନୟାଗଡ ଅଫିସ୍/ଓଡଗାଁ, ୧୯।୧୨(ସ୍ବ.ପ୍ର.): କୁରାଳ ସୁବୁଦ୍ଧିସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣାର ନୂଆମୋଡ। ଅମ୍ରିତଙ୍କୁ ପଡୋଶୀ ପଣ୍ଡିତ ସାହିର ଏକ ତାଲା ପକା ଘରୁ ସୋମବାର ଭୋର ସମୟରେ ଉଦ୍ଧାର କରାଯାଇଛି। ଭୋର ସମୟରେ ବାରି ପଟେ…
ବୁଲେଟ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ପୁରୁଷୋତ୍ତମପୁର,୧୯।୧୨(ଡି.ଏନ.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ବ୍ରହ୍ମପୁର-ପୁରୁଷୋତ୍ତମପୁର ରାସ୍ତାର ଚାଙ୍ଗୁଡିଆ ପଦର ସାହି ଛକଠାରେ ଏକ ବୁଲେଟ ମୋଟର ସାଇକେଲ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝୁନୁ ନାୟକ (୪୯)। ସେ ରାସ୍ତାରେ ଚାଲି ଚାଲି…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…
ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…
ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ ଲିୟନ, ନିସ ଏବଂ ରାଜଧାନୀ ପ୍ୟାରିସ ରାସ୍ତାରେ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପୋଲିସ…
ସରିଲା ଫିଫା ବିଶ୍ୱକପ୍: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ଦୋହା,୧୯।୧୨:ଫିଫା ବିଶ୍ୱକପ୍ର ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟ୍ରଫି ଜିତିଛି। ମ୍ୟାଚରେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଆର୍ଜେଣ୍ଟିନା ଦ୍ୱିତୀୟାର୍ଦ୍ଧରେ ପଛରେ ପଡ଼ିଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସକୁ ଫେରାଇ…
ମଝି ଆକାଶରେ ବିମାନ ଟଳମଳ, ୩୬ ଯାତ୍ରୀ ଆହତ…
ହନୋଲୁଲୁ,୧୯।୧୨ : ଫେନିକ୍ସରୁ ହନୋଲୁଲୁ ଅଭିମୁଖେ ଉଡାଣ କରୁଥିବା ହାୱାଇ ଏୟାରଲାଇନ୍ସର ବିମାନରେ ଏୟାର ଟର୍ବୁଲାନ୍ସ ବଢ଼ିବା ଯୋଗୁ ମଝି ଆକାଶ ଟଳମଳ ହୋଇଛି। ଏହା ଦ୍ୱାରା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୧ ଜଣ ଯାତ୍ରୀ ଗୁରୁତର ଆହତ…
ଥରିଲା ନେପାଳ
କାଠମାଣ୍ଡୁ,୧୯।୧୨: ନେପାଳର କାଠମାଣ୍ଡୁରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଠାରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ୫୦ କିଲୋମିଟର ଦୂରରେ ଥିବା ଧାଡିଙ୍ଗ ଜିଲାରେ ଥିଲା। ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବାବେଳେ…
Archives


