ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା ଅଭିଯୋଗରେ ପାକ୍ସ ଡିଇଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ସମବାୟ ବିଭାଗ ବରଖାସ୍ତ କରିଛି। ଏବେ ପୁଣି ଆଉ ଏକ ବିବାଦରେ ପାକ୍ସ ଛନ୍ଦି ହୋଇଛି। ପାକ୍ସଠାରୁ ୩ କିମି ଦୂର ଭାଲିଆମୁଣ୍ଡା ଆରଏମ୍‌ସି ସାପ୍ତାହିକ ବଜାରକୁ ମଣ୍ଡି ସ୍ଥାନାନ୍ତରିତ କରି ଧାନକ୍ରୟ କରାଯାଉଛି। ଏହାକୁ ନେଇ ବିବାଦ ଉପୁଜିଛି। କେତେକ ବୋପାରୀଙ୍କୁ ସୁହାଇଲା ଭଳି ମଣ୍ଡି ସ୍ଥାନାନ୍ତରିତ ଅଭିଯୋଗ ହୋଇଛି। ବିନା ସୁରକ୍ଷାରେ ସେଠାରେ ଖୋଲା ଆକାଶରେ ହଜାର ହଜାର ବସ୍ତା ଧାନ ପଡିରହିବା ଚାଷୀଙ୍କ ଅସନ୍ତୋଷର କାରଣ ସାଜିଛି। ଏହାକୁ ନେଇ ଆପତ୍ତି ଉଠିବାରୁ ଜିଲା ଯୋଗାଣ ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଶନିବାର କ୍ଷେତ୍ର ପରିଦର୍ଶନ କରିଥିଲେ। ଅଧିକାରୀଙ୍କ ଉପସ୍ଥିତିରେ ଧାନ କିଣାଯାଇଥିଲା। ୭ଟି ଗାଡିରେ ୨୨ଶହ କୁଇଣ୍ଟାଲ ଧାନ ଉଠାଣ ହୋଇଥିବା ପାକ୍ସ ସୂତ୍ରରୁ ପ୍ରକାଶ। କ୍ରୟ ପୂର୍ବରୁ ମଣ୍ଡିରେ ଚାଷୀଙ୍କୁ ଛିଡା କରି ଫଟୋ ନେଇଥିଲେ ଅଧିକାରୀ। ସତ୍ୟତା ଜାଣିବା ପାଇଁ କେଉଁ ଚାଷୀ କେତେ ବସ୍ତା ଧାନ ଆଣିଥିଲେ ତାହା ପଚାରିଥିଲେ। ହେଲେ ଅଧିକାଂଶ ଚାଷୀ ବିକ୍ରି ପାଇଁ କେତେ ବସ୍ତା ଧାନ ଆଣିଛନ୍ତି କହିବା ଦୂରର କଥା, ଧାନର କିସମ ବି କହି ପାରି ନ ଥିବା ଜଣାପଡିଛି। ଅଧିକାରୀଙ୍କ ଆଗରେ ଚାଷୀଙ୍କ କାର୍ଡ ହାତେଇ ଧାନ କାରବାର କରୁଥିବା କେତେକ ବେପାରୀଙ୍କ ଅସଲତା ପଦାରେ ପଡି ଯାଇଥିବା ଆଲୋଚନା ହେଉଛି।
ଯୋଗୀସର୍ଡା, ବାଦିବାହାଲ ଓ ବୁଢୀପଦର ପଞ୍ଚାୟତର କେତେକ ଗ୍ରାମକୁ ନେଇ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗଠିତ। ୨୦୨୨-୨୩ ବର୍ଷରେ ପାକ୍ସରେ ଚାଷୀଙ୍କ ଧାନବିକ୍ରି ପାଇଁ ୮୬୫ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଦ୍ୟାବଧି ୫୪୯ଜଣ ଚାଷୀଙ୍କ ୨୧ହଜାର ୮୪୯କୁଇଣ୍ଟାଲ ଧାନକ୍ରୟ ହୋଇଛି। ପାକ୍ସରୁ ଧାନ କିଣିବା ପାଇଁ ତୁଷୁରାର ବିକାଶ, ଶ୍ରୀଗଣେଶ ଓ ନାରାୟଣୀ ମିଲର୍ସ ଟାର୍ଗେଟ ପାଇଥିଲେ। ହେଲେ ଜିଲାପାଳ ନାରାୟଣୀକୁ ଧାନକ୍ରୟରୁ ବାତିଲ କରି ଲୋକନାଥ ମିଲର୍ସକୁ ଦାୟିତ୍ୱ ଦେଇଥିଲେ। ଲୋକନାଥ ମିଲର୍ସ ଟାର୍ଗେଟ ପାଇଥିବା ୫୫୧୦ କୁଇଣ୍ଟାଲରୁ ୧ ଶହ କୁଇଣ୍ଟାଲ କ୍ରୟ କରିବାକୁ ବାକି ରହିଛି। ସେହିପରି ଶ୍ରୀଗଣେଣ ୧୦୪୦ କୁଇଣ୍ଟାଲ ୫୯ କେଜି ଧାନ କ୍ରୟ ବାକି ରହିଛି। ଅପରପକ୍ଷେ ବିକାଶ ମିଲର୍ସ ସର୍ବାଧିକ ୧୬ ହଜାର ୧୨୫ କୁଇଣ୍ଟାଲ ୭୪ କେଜି ଟାର୍ଗେଟ ପାଇଛି। ସେଥିରୁ ୧୦ ହଜାର ୯୪୯ କୁଇଣ୍ଟାଲ ୬୮ କେଜି ଏବେ ସୁଦ୍ଧା କ୍ରୟ କରିଛି। ମିଲର୍ସଙ୍କ ଅସହଯୋଗ ଯୋଗୁ ମଣ୍ଡିରୁ ଧାନ ଉଠାଣରେ ବାଧକ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଥିସହିତ କଟ୍‌ନୀଛଟନି ଏକ ପ୍ରମୁଖ ସମସ୍ୟା ହୋଇଛି। ସମିତି ପରିସରରେ ତାର ଜାଲି ସହ ସିସି କ୍ୟାମେରା ଲାଗିଛି। ଏହାସତ୍ତ୍ୱେ ଚାଷୀଙ୍କ ଧାନ ଚୋରି ଅଭିଯୋଗ ହୋଇଆସୁଥିଲା। ଏବେ ପାକ୍ସଠାରୁ ୩ କିମିଦୂର ଖୋଲା ସ୍ଥାନରେ ଧାନ କିଣିବା ଏବଂ ବିନା ସିସ କ୍ୟାମେରାରେ ହଜାରହଜାର ବସ୍ତା ଧାନ ପଡି ରହିବା ଚାଷୀଙ୍କୁ ସଂଶୟରେ ପକାଇଛି। ଏବେବି ୧୨ ଶହ କୁଇଣ୍ଟାଲ ଧାନ ମଣ୍ଡିର ଖୋଲା ଆକାଶ ତଳେ ପଡି ରହିଛି ଏବଂ ଚାଷୀମାନେ ଶୀତକାକରରେ ଜଗି ରହିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri