ଆମକୁ ଦଶମନ୍ତପୁର ବ୍ଲକରେ ମିଶାଅ: ଗ୍ରାମବାସୀ

ଦଶମନ୍ତପୁର,୧୬ା୧ ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୩ କି.ମି. ଦୂରରେ ଥିବା ଗୁମ୍ଭାରିଗୁଡ଼ା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି। ଏଠାରେ ସରକାରଙ୍କ କୌଣସି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଅନ୍ୟପକ୍ଷରେ ଏହି ଗୁମ୍ଭାରିଗୁଡ଼ା ଗ୍ରାମ ରାୟଗଡ଼ା ଜିଲା କାଶୀପୁର ବ୍ଲକର କୁଚେଇପଦର ପଞ୍ଚାୟତ ଅଧୀନରେ ଥିବାରୁ ଦଶମନ୍ତପୁର ବ୍ଲକ ପ୍ରଶାସନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିପାରୁାହିଁି। ଏପରିସ୍ଥଳେ ଦଶମନ୍ତପୁର ବ୍ଲକରେ ମିଶିବା ଲାଗି ଗ୍ରାମବାସୀଙ୍କ ସ୍ବର କ୍ରମଶଃ ଦୃଢ଼ ହେବାରେ ଲାଗିଛି।
୫୭ଟି ଆଦିବାସୀ ପରିବାର ବସବାସ କରୁଥିବା ଏହି ଗ୍ରାମର ଜନସଂଖ୍ୟା ରହିଛି ୨ଶହ। ରାୟଗଡ଼ା ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଗ୍ରାମରେ ବିକାଶ ଅପହଞ୍ଚ ହୋଇ ରହିଛି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂପ। ପାନୀୟ ଜଳ ଆବଶ୍ୟକତା ପୂରଣ ଲାଗି ଗ୍ରାମବାସୀ ନିକଟସ୍ଥ ଝରଣା ଉପରେ ନିର୍ଭର କରନ୍ତି। କେବେ ଗ୍ରାମରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ିନାହିଁ ବୋଲି କହନ୍ତି ସେମାନେ। ଗ୍ରାମଠାରୁ ଦଶମନ୍ତପୁର ପାଖ ହେଉଥିବାରୁ ସବୁ କାର୍ଯ୍ୟରେ ସେମାନେ ଦଶମନ୍ତପୁର ଉପରେ ନିର୍ଭର କରନ୍ତି। ବ୍ଲକ କାର୍ଯ୍ୟାଳୟରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ସେମାନଙ୍କୁ ୭୦ କି.ମି. ଯିବାକୁ ପଡ଼େ। ଗ୍ରାମରେ କୌଣସି ଅଘଟଣ ଘଟିଲେ ୩୫ କି.ମି. ଦୂର ଦୋରାଗୁଡ଼ା ଥାନାକୁ ଯିବାକୁ ପଡୁଥିବା କହନ୍ତି କନ୍ଦୁ ନାଚିକା, କେମିଡି ମାଣ୍ଡିଙ୍ଗା, ଆରତ ନାଚିକା, ମାଧବ ପ୍ରାସିକା, ଦୋରା ପ୍ରାସିକା, ଗୋପାଳ ମାଣ୍ଡିଙ୍ଗା, ତିଳସୀ ନାଚିକା, ଜ୍ୟୋତି ପ୍ରାସିକା, ସାଦାଇ ମାଣ୍ଡିଙ୍ଗା, ଭାଙ୍ଗାରି ନାଚିକା, ସିଙ୍ଗାରି ପ୍ରାସିକା, କମଳା ମାଣ୍ଡିଙ୍ଗା ପ୍ରମୁଖ ଗ୍ରାମବାସୀ। ସବୁ କ୍ଷେତ୍ରରେ ଆମେ ଅବହେଳିତ ହେଉଥିବାରୁ ଆମକୁ ଦଶମନ୍ତପୁର ବ୍ଲକରେ ମିଶାଇବାକୁ ସେମାନେ ଦାବି କରିଛନ୍ତି। ନିର୍ବାଚନ ସମୟରେ ଅନେକ ନେତା ତୁମକୁ ଦଶମନ୍ତପୁର ବ୍ଲକରେ ମିଶାଇ ଦେବୁ କହି ଭୋଟ ନେଇ ପରେ ଭୁଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆମକୁ ଦଶମନ୍ତପୁର ବ୍ଲକରେ ନ ମିଶାଇଲେ ଆଗାମୀ ଦିନରେ ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମଦେବତୀଙ୍କ ନିକଟରେ ଭୋଟ୍‌ ବର୍ଜନ ଶପଥ

ଛେଣ୍ଡିପଦା,୨୩|୧(ସ୍ବ.ପ୍ର.) ୨୦ ବର୍ଷ ହେଲା ଗଁାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରଶାସନ, ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ଦୀର୍ଘ ବର୍ଷର...

ଟିଟିଲାଗଡ଼ରେ ତୈଳ ଦର ବୃଦ୍ଧି ପ୍ରତିବାଦ

ଟିଟିଲାଗଡ଼,୧୫।୨(ଡି.ଏନ୍‌.ଏ.): ଆଜି ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହନ ଚଳାଚଳ,...

ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ...

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଣ୍ଟାବାଞ୍ଜ,୮।୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣିମା ଉତ୍ସବ ଧୂମଧାମ୍‌ରେ ପାଳନ ହେଉଥିବା ବେଳେ ମୀନାବଜାର ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର...

ଛତିଶଗଡ଼ର ୨୧ ଜଣିଆ ସିଡିପିଓ ଟିମ୍‌ଙ୍କ ଗଞ୍ଜାମ ପରିଦର୍ଶନ

ଗଞ୍ଜାମ,୧୫ା୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡର ୨୧ ଜଣିଆ ସିଡିପିଓ ଟିମ ପରିଦର୍ଶନରେ ଆସି ଗଞ୍ଜାମ ବ୍ଲକରେ ସମନିତ୍ୱ ଶିଶୁ ବିକାଶ ଯୋଜନାର...

ମାହାଙ୍ଗା ଡବଲ ମର୍ଡର ଘଟଣା: ହାଜର ହେଲେନି ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୩ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହଜାର ହେବାକୁ ମାନ୍ୟବର କୋର୍ଟ ଗୁରୁବାର ଆଦେଶ...

CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯

ଭଦ୍ରକ ଅଫିସ,୨୮।୪: ରାଜ୍ୟରେ ମଙ୍ଗଳବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ତଥ୍ୟ ଦେବାକୁ ୨ ବିଡିଓଙ୍କୁ ଲୋକପାଳଙ୍କ ନିର୍ଦ୍ଦେଶ

ମାଲକାନଗିର, ୧୦।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜାଣିବାକୁ ଚାହୁଁଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗି ନିରାଶ ହେବା ପରେ ଆବେଦନକାରୀ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଲୋକପାଳ ମାମଲାକୁ ଗ୍ରହଣକରି...

Advertisement
Archives

Model This Week