ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପିଲା ବସିବାକୁ ବେଞ୍ଚ ନାହିଁ

ବୈପାରିଗୁଡ଼ା,୧୬ା୧ (ଡିି.ଏନ୍‌.ଏ.): ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସରକାର ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ସାମିଲ କରିଛନ୍ତି। ସ୍ମାର୍ଟ ଶ୍ରେଣୀକକ୍ଷ ବ୍ୟବସ୍ଥା କରାଯାଇଛି। ସେଠାରେ ପିଲାଙ୍କ ପଢ଼ିବା ପାଇଁ ସ୍ମାର୍ଟବୋର୍ଡର ବ୍ୟବସ୍ଥା ରହିଛି। ଇଣ୍ଟରନେଟ୍‌ ସଂଯୁକ୍ତ ଉକ୍ତ ସ୍ମାର୍ଟବୋର୍ଡରେ ପିଲାମାନେ ଅଡିଓ ଏବଂ ଭିଜୁଆଲରେ ପାଠ୍ୟ ବିଷୟ ଅତି ସହଜରେ ବୁଝିପାରିବେ। ମାତ୍ର ବାସ୍ତବ କ୍ଷେତ୍ରରେ ଉକ୍ତ ଯୋଜନାରେ ଅନେକ ଅବ୍ୟବସ୍ଥା ଥିବା ନଜରକୁ ଆସୁଛି। ଏହାର ଏକ ଉଦାହରଣ ବୈପାରିଗୁଡ଼ା ବ୍ଲକ ସଦର ମହକୁମାରେ ଥିବା ବ୍ଲକର ପୁରାତନ ହାଇସ୍କୁଲ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଗତ ଜୁନ ୫ରେ ଉକ୍ତ ହାଇସ୍କୁଲ ସମେତ ବ୍ଲକର ୯ଟି ହାଇସ୍କୁଲକୁ ୫-ଟିରେ ସାମିଲ କରିଥିଲେ।
ଉକ୍ତ ଯୋଜନାରେ ହାଇସ୍କୁଲକୁ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବାକୁ ୨ଟି ସ୍ମାର୍ଟ ଶ୍ରେଣୀ କକ୍ଷ, ଗୋଟିଏ ଇ ଲାବ୍‌ ଓ ଗୋଟିଏ ଇ-ଲାଇବ୍ରେରି ରହିଛି। ତେବେ ଦଶମ ଶ୍ରେଣୀରେ ୨୧୫ ଜଣ ଛାତ୍ରୀଛାତ୍ର ଥିବା ବେଳେ ୨ଟି ସେକ୍ସନ କରାଯାଇଛି। ସେକ୍ସନ ‘ଏ’ରେ ୧୦୭ ଜଣ ଏବଂ ସେକ୍ସସନ ‘ବି’ରେ ୧୦୮ ଜଣ ଅଧ୍ୟୟନ କରୁଛନ୍ତି। ସେହିପରି ନବମ ଶ୍ରେଣୀରେ ୨୬୧ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କୁ ୩ଟି ସେକ୍ସନରେ ଭାଗ କରାଯାଇଛି। ସେକ୍ସନ ‘ଏ’ରେ ୯୦, ‘ବି’ରେ ୯୧ ଓ ‘ସି’ରେ ୮୦ ଜଣ ରହିଛନ୍ତି। ପିଲାଙ୍କ ପାଇଁ ପ୍ରତ୍ୟେକ ଶ୍ରେଣୀ କକ୍ଷରେ ୨୦ଟି ବେଞ୍ଚ୍‌ ପଡ଼ିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦଶମ ଶ୍ରେଣୀ ପିଲାଙ୍କୁ ଦିନେ ଛାଡ଼ି ଦିନେ ସେକ୍ସନ ଅଦଳବଦଳ କରି ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନ କରାଯାଉଛି। ନବମ ଶ୍ରେଣୀ ପିଲାଙ୍କୁ ପ୍ରତି ୩ ଦିନରେ ଥରେ ପ୍ରତି ସେକ୍ସନ ପିଲାଙ୍କୁ ରୋଟେସନ କରି ସ୍ମାର୍ଟରୁମ୍‌ରେ ବସାଯାଉଛି। ଅନ୍ୟ ଦିନରେ ସମସ୍ତଙ୍କୁ ନର୍ମାଲ କ୍ଲାସ୍‌ରୁମ୍‌ରେ ବସାଇ ଶିକ୍ଷାଦାନ କରାଯାଉଛି। ତେବେ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପ୍ରତି ବେଞ୍ଚରେ ୨ ଜଣ ପିଲା ବସିବା ସୁବିଧା ଥିବା ବେଳେ ଏତେ ସଂଖ୍ୟକ ପିଲା କିପରି ବସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଶମ ଶ୍ରେଣୀରେ ଅଧିକ ୪ଟି ବେଞ୍ଚ ଆଡ୍‌ଜଷ୍ଟ କରାଯାଇଥିବାବେଳେ ଆଉ ବେଞ୍ଚ ପକାଇବାକୁ ସ୍ଥାନ ନାହିଁ। ନବମ ଶ୍ରେଣୀରେ ମଧ୍ୟ ଅନୁରୂପ ଅବସ୍ଥା। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ସଏଙ୍କୁ ପଚାରିବାରୁ ସେ କହିଲେ, ପିଲାଙ୍କୁ ଆଡ୍‌ଜେଷ୍ଟମେଣ୍ଟ କରି ବସାଯାଉଛି। ବେଞ୍ଚରେ ୨ ଜଣ ବଦଳରେ ୩ ଜଣଙ୍କୁ ବସାଯାଉଛି। ଜାଗା ନ ହେଲେ ତଳେ ମଧ୍ୟ ବସାଇବାକୁ ପଡୁଛି। ସେହି ହିସାବରେ ୨୪ ବେଞ୍ଚରେ ୭୨ ଜଣ ଛାତ୍ରୀଛାତ୍ର ବସିଲେ ବାକି ପିଲା ବସିବେ କେଉଁଠି ବୋଲି ତାଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସେହିପରି ବିଦ୍ୟାଳୟ ଇ-ଲାଇବ୍ରେରିରେ ୯ଟି କମ୍ପ୍ୟୁଟର ରହିଛି। ମାତ୍ର ସେଗୁଡିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଇ-ଲାଇବ୍ରେରିରେ ଅନ୍‌ଲାଇନ ବଦଳରେ ବହି ପଢୁଛନ୍ତି ଛାତ୍ରୀଛାତ୍ର। ସୂଚନାଯୋଗ୍ୟ, ବିଦ୍ୟାଳୟକୁ ୫-ଟି ଯୋଜନାରେ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ସେଥିରୁ ୩୮ ଲକ୍ଷ ଟଙ୍କା ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ ଲାଇବ୍ରେରି ,ଇ-ଲାବ୍‌ ସମେତ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ ହୋଇଛି। ତେବେ ସୌନ୍ଦର୍ଯ୍ୟକରଣ ଲାଗି ବିଦ୍ୟାଳୟ କାନ୍ଥ ଓ ପାଚେରିରେ ଅଙ୍କାଯାଇଥିବା ଚିତ୍ର ବର୍ଷେ ନ ପୂରୁଣୁ ଫିକା ପଡ଼ିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri