ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ, ଜୟନ୍ତ, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା।…
ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା
ଅହମ୍ମଦାବାଦ୍,୨୭।୧୨: ଗୁଜରାଟର ନାଡିଆଦର ଚାକଲାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯବାନ ଜଣଙ୍କ ଭାନିପୁର ଗ୍ରାମରେ ଅନଲାଇନରେ ଭିଡିଓ…
ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ
ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା ଶରଣାର୍ଥୀ ତଥା ବିସ୍ଥାପିତ ସହାୟତା ଗୋଷ୍ଠୀ ଜେନେରାଲ କୋର୍ଡିନେସନ ମୁଖପାତ୍ର ଆଡାମ ରିଗେଲ କହିଛନ୍ତି,…
ଟ୍ରକ ଧକ୍କାରେ ଚାଲିଗଲା ଜୀବନ: ସ୍ଥାନୀୟ ଲୋକଙ୍କ ଉତ୍ତେଜନା, ରସ୍ତାରୋକୋ
ଭବାନୀପାଟଣା,୨୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ନମ୍ବର ଜାତୀୟ ରାଜପଥ ଚାରବାହାଲ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ସୋମବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପାଟଣା ବ୍ଲକ ଟେମେରି ଗ୍ରାମର ଜଗମୋହନ ବିହାରୀ। ଜଗମୋହନ ବ୍ୟାଙ୍କ…
ବିମାନ ବନ୍ଦରରେ ଆରମ୍ଭ ହେଲା ରାଣ୍ଡମ ଟେଷ୍ଟ: ମଙ୍ଗଳବାରରୁ ହସ୍ପିଟାଲରେ ‘ମକ୍ ଡ୍ରିଲ୍’
ନୂଆଦିଲ୍ଲୀ,୨୬।୧୨: ଚାଇନାରେ କରୋନା ଭାଇରସ୍ ତାଣ୍ଡବ ରଚିବାରେ ଲାଗିଛି। ଉକ୍ତ ଦେଶରେ ଲଗାତର ଭାବେ ପଜିଟିଭ୍ ମାମଲା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚାଇନାର ପରିସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ସର୍ତକ…
ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ରହିଛି। ସୂଚନା ମୁତାବକ, ଚାଇନା ଏବଂ ପାକିସ୍ତାନ ଗୋଟିଏ ହୋଇଗଲେଣି…
ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ
ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
ଭାରତ ଯୋଡୋ ଯାତ୍ରା ଏବଂ ରାହୁଲଙ୍କୁ ବଦନାମ କରିବା ଲାଗି ୩୦ ଜଣିଆ ଟିମ୍ କରିଛି ଭାଜପା:କଂଗ୍ରେସ
ନୂଆଦିଲ୍ଲୀ,୨୬।୧୨: ‘ଭାରତ ଯୋଡୋ ଯାତ୍ରା’ର ପ୍ରଥମ ପର୍ଯ୍ୟାୟ ସୋମବାର ସମାପ୍ତ ହୋଇଛି। ଜାନୁଆରୀ ୩ରୁ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ୯ ଟି ଭିଡିଓ ଜାରି କରାଯାଇ ଭାଜପାକୁ ଟାର୍ଗେଟ କରାଯାଇଛି। ବିଶେଷକରି…
ନୂଆ ବର୍ଷ ପାଇଁ କର୍ନାଟକରେ ଜାରି ହେଲା ଗାଇଡ୍ଲାଇନ୍
ବେଙ୍ଗାଲୁରୁ,୨୬।୧୨: କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। ଚାଇନାରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କର୍ନାଟକ ସରକାର ମଧ୍ୟ ସତର୍କ ହୋଇ ନୂଆ ବର୍ଷ…
ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ ଏକ ସ୍ବପ୍ନ ପରି ଭାବନ୍ତି। ସେହିଭଳି କେବଳ ସୀମିତ ଓଭର ଖେଳ ନୁହେଁ…
ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ
ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍ ଦକ୍ଷିଣ କୋରିଆର ଆକାଶ ସୀମାକୁ ଉଲ୍ଲଂଘନ କରିବା ପରେ ଦକ୍ଷିଣ କୋରିଆ ଯୁଦ୍ଧ ବିମାନ ସହିତ ଏହାର ପ୍ରତିଶୋଧ ନେଇଥିବା…
ଗୟାରେ କରୋନା ବିସ୍ଫୋରଣ
ପାଟଣା,୨୬।୧୨: ବିହାରର ଗୟାରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ଏକାସାଙ୍ଗରେ ୪ଜଣ ବିଦେଶୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆର୍ଟିପିସିଆର୍ ଟେଷ୍ଟରେ ଏନେଇ ଜଣାପଡ଼ିବା ପରେ ସମସ୍ତଙ୍କୁ ପୃଥକାବାସରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗୟା ବିମାନବନ୍ଦରରେ ଆର୍ଟିପିସିଆର୍ ଟେଷ୍ଟରେ ଏହି…
Archives


