‘ଗାଁ ମାଟି ମୋତେ ଲେଖକ, ଚିତ୍ରଶିଳ୍ପୀ କରିଛି’
ଚଣ୍ଡିଖୋଲ,୧୭ା୧୧: ମୋ ଗାଁ ପାଇଁ ମୁଁ ଆଜି ଏହି ସମ୍ମାନ ପାଇଛି। କାରଣ ମୋ ଗାଁ ମୋତେ ଗଢିଛି। ତା’ର ମାଟି, ପାଣି ଓ ପବନ ମୋତେ ଆଜି ଜଣେ ଲେଖକ ଓ ଚିତ୍ରଶିଳ୍ପୀ ଭାବେ ସାରା ପୃଥିବୀରେ ପରିଚୟ କରାଇଛି।…
ଭରସା ପାଉନି, ଜୀବନ ହାରୁଛନ୍ତି
ଭୁବନେଶ୍ୱର (ବ୍ୟୁରୋ)/ବ୍ରହ୍ମପୁର ଅଫିସ,୧୭ା୧୧:ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ପୋଲିସ ବିଭାଗରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍କାର ଆଣୁଛନ୍ତି। ଏପରି କି ପୋଲିସ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଏବଂ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ…
ସ୍ବଦେଶୀ ରକେଟ ବିକ୍ରମ-ଏସର ଉତ୍କ୍ଷେପଣ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ…
ଶ୍ରୀହରିକୋଟା,୧୭।୧୧ : ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ନଭେମ୍ବର ୧୮ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯିବ। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ ଏରୋସ୍ପେସ ଦ୍ୱାରା ବିକଶିତ…
ଧାନ ଫସଲରେ ପୋକ
ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ ସେଗୁଡ଼ିକ ପାଚିଲା ଧାନ ଭଳି ଦେଖାଯାଉଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ।…
କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ଗିରଫ
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ଡବ୍ଲ୍ୟୁଏସ୍ଏସ୍ ମୟୂରଭଞ୍ଜ ଜିଲା ଉଦଳା ସବ୍-ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଚଢ଼ାଉ ଓ ଯାଞ୍ଚରୁ ତାଙ୍କ ସହ ପରିବାର ସଦସ୍ୟଙ୍କ ନାଁରେ ୬ କୋଟି ଟଙ୍କାର…
ପଦ୍ମପୁରକୁ ମିଳିବ ଜିଲା ମାନ୍ୟତା
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲା ମାନ୍ୟତା ଦିଆଯିବ। ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି।…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୭।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…
ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ଲକ୍ଷ୍ମଣ
ୱେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ୱେଲିଂଟନ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର କାର୍ଯ୍ୟନିର୍ବାହୀ କୋଚ ଭିଭିଏସ ଲକ୍ଷ୍ମଣ ଟି-୨୦ କ୍ରିକେଟରେ ସଫଳତାର ମନ୍ତ୍ର କହିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦…
ଲକଡାଉନ ନେଇ ଚାଇନାରେ ବିଦ୍ରୋହ…
ବେଜିଂ,୧୭।୧୧ : ଚାଇନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ…
ଭାରତ-ପାକିସ୍ତାନରେ ସଙ୍କଟ, ଭୂସ୍ଖଳନ କ୍ଷତିରେ ୧୪୭ ପ୍ରତିଶତ ବୃଦ୍ଧି, ମରୁଡିରେ ୬୩ ପ୍ରତିଶତ…
ନୂଆଦିଲ୍ଲୀ,୧୭।୧୧ : ସମଗ୍ର ବିଶ୍ୱରେ ମାନବ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଜଳବାୟୁ ଉପରେ ମଧ୍ୟ ପ୍ରଭାବ ପଡୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ପାକିସ୍ଥାନ ଭଳି ଦେଶର ଅବସ୍ଥା ବିଗିଡି ଯାଉଛି।…
ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ନିନ୍ଦା କରିଛନ୍ତି। ଆତଙ୍କବାଦ ପାକିସ୍ତାନର ଏକ ପ୍ରମୁଖ ସମସ୍ୟା ବୋଲି ସେ ଶେଷରେ ସ୍ବୀକାର କରିଛନ୍ତି। ନିୟମିତ ପୋଲିସ ପାଟ୍ରୋଲିଂ ଭ୍ୟାନ୍…
ସିନେଟରେ ସମଲିଙ୍ଗୀ ବିଧେୟକ…
ଓ୍ବାଶିଂଟନ,୧୭।୧୧ : ଆମେରିକାର ଲୋକସଭାରୁ ସମଲିଙ୍ଗୀ ବିବାହ ବିଲକୁ ସୁରୁଖୁରୁରେ ପାସ କରିବା ପରେ ଏହା ବର୍ତ୍ତମାନ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉପସ୍ଥାପିତ ହୋଇଛି। ବର୍ତ୍ତମାନ ଡେମୋକ୍ରାଟ୍ସର ସମସ୍ତ ୫୦ ସଦସ୍ୟ ଏହା ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଏହି…
Archives


