Posted inଫୁରସତ

ବୀର ସୁରେନ୍ଦ୍ର ସାଏ: ଇଂରେଜଙ୍କ ବିରୁଦ୍ଧରେ ୨୦ ବର୍ଷର ଲଢ଼େଇ,୩୬ ବର୍ଷକାଳ କାରାଗାର…

ବୀର ସୁରେନ୍ଦ୍ର ସାଏ ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ ବିତାଇଥିଲେ ।

ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ ଏବଂ ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀକୁ ଚକିତ କରିଥିଲା ।

୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁତ୍ର ମିତ୍ରଭାନୁ ସାଏ ଓ ଜଣେ କନ୍ୟା ଥିଲେ ।

ବୀର ସୁରେନ୍ଦ୍ର ସାଇ ଏବଂ ତାଙ୍କ ସହଯୋଗୀ ମାଧୋ ସିଂ, କୁଞ୍ଜଲ ସିଂ, ଆରି ସିଂ, ବରୀ ସିଂ, ଉଦାନ୍ତ ସାଇ, ଉଜଲ ସାଇ, ଖାଗେଶ୍ୱର ଦାଓ, କରୁଣାକର ସିଂ, ସାଲେଗ୍ରାମ ବରିହା, ଗୋବିନ୍ଦ ସିଂ, ପହର ସିଂ, ରାଜୀ ଘାସ, କମଲ ସିଂ, ହାତି ସିଂ, ସାଲିକ ରାମ ବାରିହା, ଲୋକନାଥ ପଣ୍ଡା, ଶ୍ରୀଟୁଞ୍ଜୟା ପାନିଗ୍ରାହି, ଜଗବନ୍ଧୁ ହୋଟା, ପଦ୍ମନାଭ ଗୁରୁ, ତ୍ରିଲୋଚନ ପାନିଗ୍ରାହି ଏବଂ ଅନ୍ୟମାନେ ମିଳିତ ଭାବରେ ଏବଂ ପୃଥକ ଭାବରେ କାର୍ଯ୍ୟ କରି ଭାରତରେ ବ୍ରିଟିଶ ଉପନିବେଶ ବିସ୍ତାରକୁ ପ୍ରତିରୋଧ କରିଥିଲେ, ଏବଂ ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ପଶ୍ଚିମ ଓଡିଶା ଅଞ୍ଚଳର ଅଧିକାଂଶ ଉପରେ ନିୟନ୍ତ୍ରଣ କରିବାରେ ବାଧା ଦେଇଥିଲେ।

ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ ୨୩ ଜାନୁଆରୀ ୧୮୬୪ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଗିରଫ ହୋଇଥିଲେ । ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲା ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ ବିତାଇଥିଲେ। ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୀରଗଡ଼ ଦୁର୍ଗରେ ସୁରେନ୍ଦ୍ର ସାଏ ଦେହତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସ୍ତ୍ରୀଙ୍କ ନଖରାମି, ୨.୬ କୋଟି ଦେଲେ ପ୍ରସବ କରିବି ସନ୍ତାନ

ଦୁବଇ: ଦୁଇ ମନ ଦୁଇ ହୃଦୟ ମିଶିଲେ ବିବାହ ଭଳି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହାପରେ ପରିବାର ବଢିଥାଏ। କେତେବେଳେ ଏବଂ କିପରି ସେମାନେ...

କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ...

ଏହି ଦେଶରେ ଘର ଆଗରେ ସ୍ତ୍ରୀଙ୍କ ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ବାଧ୍ୟତାମୂଳକ, ଜାଣନ୍ତୁ…

ବ୍ରୁନେଇ ବ୍ରୁନେଇ ହେଉଛି ପୃଥିବୀର ଧନୀ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଦକ୍ଷିଣ-ପୂର୍ବ ଏସୀୟ ଏହି ବିକାଶଶୀଳ ଦେଶଟି କେତେକ ସ୍ବତନ୍ତ୍ର କାରଣ ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ...

ଜବ୍‌ ଖୋଜୁଝନ୍ତି କି,ଚେକ୍‌ କରନ୍ତୁ ଏସବୁ ସାଇଟ୍‌

ଦିନଥିଲା, ଭଲ ଜବ୍‌ଟିଏ ଖୋଜିବା ଥିଲା ଏକ କଷ୍ଟକର କାର୍ଯ୍ୟ। କେବେ ଖବରକାଗଜରେ ବିଜ୍ଞାପନକୁ ଅପେକ୍ଷା କରିବାକୁ ପଡ଼ୁଥିଲା ତ ଆଉ କେବେ ବାୟୋଡାଟା ଏବଂ...

ଫୁଟ୍‌ବଲର ହେବାକୁ ଚାହୁଁଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ଶ୍ରଫ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ର ଏହି...

ନେଟ୍‌ଫ୍ଲିକ୍ସରେ ‘ଦି ଇନ୍ଦ୍ରାଣୀ ମୁଖାର୍ଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’

ନୂଆଦିଲ୍ଲୀ,୩।୩କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ‘ଦି ଇନ୍ଦ୍ରାଣୀ ମୁର୍ଖାଜିଆ ଷ୍ଟୋରି: ବରିଡ୍‌ ଟ୍ରୁଥ୍‌’ ସିରିଜ୍‌ର ପ୍ରସାରଣ ଓଟିଟି...

ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ…

ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ...

ପ୍ୟାଡ ଓମେନ ମାୟା ବିଶ୍ୱକର୍ମା

ମଧ୍ୟପ୍ରଦେଶ ନରସିଂହପୁର ଜିଲାର ମାୟା ବିଶ୍ୱକର୍ମା ସାରା ଭାରତରେ ବେଶ୍‌ ପରିଚିତ ‘ପ୍ୟାଡ ଓମେନ୍‌’ ଭାବେ। ସେ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳକୁ ଯାଇ ଲୋକଙ୍କୁ ମାସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri