Posted inଜାତୀୟ

ଶିବଶକ୍ତି-ଭୀମଶକ୍ତି ମିଳିତ: ଆମ୍ବେଡ଼କରଙ୍କ ନାତିଙ୍କ ଦଳ ସହ ମେଣ୍ଟ କଲେ ଉଦ୍ଧବ…

ମୁମ୍ବାଇ,୨୩।୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଭୀମରାଓ ଆମ୍ବେଡ଼ରକଙ୍କ ନାତି ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ଆସନ୍ତା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ଶିବଶକ୍ତି-ଭୀମଶକ୍ତି ମିଳିତ ହୋଇ ଏହି ଘୋଷଣା କରିଛନ୍ତି ବୋଲି କୁହାଯାଉଛି। ଗତ ବର୍ଷ ଶିବସେନା ବିଭାଜନ ପରେ ଏହା ହେଉଛି ପ୍ରଥମ ପ୍ରମୁଖ ନିର୍ବାଚନ। ଏହି ଅବସରରେ ପ୍ରକାଶ ଆମ୍ବେଡକର କହିଛନ୍ତି ଯେ କଂଗ୍ରେସ ଏପର୍ଯ୍ୟନ୍ତ ମିଳିତ ମଞ୍ଚରେ ଯୋଗ ଦେଇ ନାହିଁ, କିନ୍ତୁ ଆଶା କରୁଛି ଯେ ଶରଦ ପାୱାରଙ୍କ ଏନସିପି ମଧ୍ୟ ଆସିବ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ। ବାସ୍ତବରେ ପ୍ରକାଶ ଆମ୍ବେଡକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଏବଂ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇବାକୁ ମନା କରିଦେଇଥିଲେ। ସେବେଠାରୁ ଆଶା କରାଯାଉଥିଲା ଯେ ପ୍ରକାଶ ଉଦ୍ଧବ ଠାକରେଙ୍କ ସହ ଯିବେ।

ମିଳିତ ମଞ୍ଚ ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି, ଆଜି ଜାନୁୟାରୀ ୨୩ ହେଉଛି ବାଲାସାହେବ ଠାକରେଙ୍କ ଜନ୍ମ ବାର୍ଷିକୀ। ମୁଁ ସନ୍ତୁଷ୍ଟ ଏବଂ ଖୁସି ଯେ ମହାରାଷ୍ଟ୍ରର ଅନେକ ଲୋକ ଆମକୁ ଏକାଠି ହେବାକୁ ଚାହୁଁଛନ୍ତି। ପ୍ରକାଶ ଆମ୍ବେଡକର ଏବଂ ମୁଁ ଆଜି ଏକ ମିଳିତ ମଞ୍ଚ ଗଠନ କରିବାକୁ ଆସିଛୁ। ମୋର ଜେଜେବାପା ଏବଂ ପ୍ରକାଶ ଆମ୍ବେଡକରଙ୍କ ଜେଜେବାପା ସହକର୍ମୀ ଥିଲେ ଏବଂ ସେମାନେ ସେହି ସମୟରେ ସାମାଜିକ ପ୍ରସଙ୍ଗ ବିରୁଦ୍ଧରେ ଲଢ଼ିଥିଲେ। ଠାକରେ ଏବଂ ଆମ୍ବେଡକରଙ୍କ ଇତିହାସ ରହିଛି। ବର୍ତ୍ତମାନ ସେମାନଙ୍କର ଭବିଷ୍ୟତ ପିଢ଼ି ଦେଶର ସାମ୍ପ୍ରତିକ ପ୍ରସଙ୍ଗ ପାଇଁ ଲଢ଼ବିାକୁ ଆସିଛନ୍ତି।

ପ୍ରକାଶ ଆମ୍ବେଦକର କହିଛନ୍ତି ଯେ ଏହି ମିଳିତ ମଞ୍ଚ ଦ୍ୱାରା ଦେଶରେ ଏକ ନୂତନ ରାଜନୀତିର ଆରମ୍ଭ ମାତ୍ର। ସେ କହିଛନ୍ତି, ଆମେ ସାମାଜିକ ପ୍ରସଙ୍ଗରେ ବିରୋଧର ଆୟୋଜନ କରିଛୁ। ଆମେ ସାମାଜିକ ପ୍ରସଙ୍ଗରେ ଜିତିବା ଭୋଟରଙ୍କ ହାତରେ, କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ଉପଯୁକ୍ତ ଲୋକଙ୍କୁ ସିଟ ଦେବା ରାଜନୈତିକ ଦଳଙ୍କ ହାତରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ...

ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ…

ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର...

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା...

ହୁଓ୍ବେଇ ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍‌ ଟେଲିକମ୍‌ କମ୍ପାନୀ ହୁଓ୍ବେଇର...

୬ ରାଜ୍ୟର ୬ଟି ଗ୍ରୀନ୍‌ଜୋନ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ,୫।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି ସଂକ୍ରମଣ ଆଧାରରେ...

ଶାସକ ଏଲ୍‌ଡିଏଫ୍‌ ବିଜୟୀ

ଥିରୁଭାନନ୍ଥପୁରମ୍‌, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ବହୁ ଆଗରେ ରହି ବଡ଼ ବିଜୟ ହାସଲ...

ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି

କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ...

ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଫିନ୍‌ଟେକ ପ୍ଲାଟ୍‌ଫର୍ମ ଫୋନ୍‌ ପେ ପକ୍ଷରୁ ସ୍ମାର୍ଟ ସ୍ପିକରର ଶୁଭାରମ୍ଭ କରାଯାଇଛି। ଉକ୍ତ ସ୍ମାର୍ଟ ସ୍ପିକର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସହରର...

Advertisement
Archives

Model This Week