କମିଲା ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟ ଭିତରକୁ ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଏଥିଯୋଗୁ ଗତ କିଛିଦିନ ଧରି ଲାଗିରହିଥିବା ଥଣ୍ଡା ଗାଏବ ହୋଇଯାଇଛି। ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍ସିୟସ୍…
ଏସ୍ସିବିରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ପ୍ରସ୍ତୁତି
କଟକ ଅଫିସ, ୨୭ା୧୨:ଏସ୍ସିବି ମେଡିକାଲରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗୀଙ୍କ ପଞ୍ଜୀକରଣ ଲାଗି କାର୍ଡିଓଲୋଜି ବିଭାଗରେ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ଆସନ୍ତା ୨୯ ତାରିଖଠାରୁ କାର୍ଯ୍ୟାରମ୍ଭ କରିବ…
ଆନ୍ଦୋଳନରୁ ଓହରିଲେ ପାଚିକା ସହାୟିକା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ):୧୩ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ପାଚିକା ସହାୟିକା ଶେଷରେ ଧାରଣାରୁ ଉଠିଛନ୍ତି। ଦେଢ଼ମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ପାଚିକା ସହାୟିକା ମଜଦୁର ସଂଘ ଆନ୍ଦୋଳନରୁ ଓହରିଛି।…
ଶିମିଳିପାଳରେ ପିସିସିଏଫ୍
ବାରିପଦା ଅଫିସ,୨୭ା୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଦନ୍ତା ଶିକାର ଓ ମହାବଳ ବାଘ ଚମଡ଼ା ବିକ୍ରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍) ଏସ୍.କେ. ପୋପଲି ସୋମବାର ଶିମିଳିପାଳକୁ ଆସି…
ନୟାଗଡ଼ରେ ଶ୍ରୀମନ୍ଦିରର ଆଜ୍ଞାମାଳ ପହଞ୍ଚିଲା
ନୟାଗଡ଼ ଅଫିସ/ପୁରୀ ଅଫିସ,୨୭ା୧୨:ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଉଦ୍ଦେଶ୍ୟରେ ରଥକାଠ ନିମନ୍ତେ ପୁରୀର ଶ୍ରୀମନ୍ଦିରରୁ ପ୍ରତିନିଧିମଣ୍ଡଳୀ ପ୍ରଭୁଙ୍କ ଅଙ୍ଗବସ୍ତ୍ର, ପାଟପତନୀ, ଧଣ୍ଡାମାଳ, ନଡ଼ିଆ, ବାନା, ଆଜ୍ଞାମାଳ ସାଙ୍ଗରେ ଧରି ସୋମବାର ସନ୍ଧ୍ୟାରେ ନୟାଗଡ଼ ଡିଏଫ୍ଓ ଅଫିସରେ ପହଞ୍ଚତ୍ଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତ୍ୱାଧାରକ…
ବିଏସ୍କେୱାଇରେ ୧୨ ମାସରେ ଚିକିତ୍ସିତ ହେଲେଣି ୬.୩୧ ଲକ୍ଷ
ଭୁବନେଶ୍ବର,୨୭ା୧୨(ବ୍ୟୁରୋ):ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ବିଶେଷ ଅଗ୍ରଗତି ହାସଲ କିରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟାନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ବିଏସ୍କେୱାଇ ବିଷୟରେ…
ଆଜିଠୁ ବରଗଡ଼ ଧନୁଯାତ୍ରା
ବରଗଡ଼ ଅଫିସ୍,୨୭।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ। କୋଭିଡ୍ କଟକଣା ଯୋଗୁ…
ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍ଏଚ୍ଡିସି) ଗୃହ ଋଣ ଦୁର୍ନୀତି ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏମ୍/ଏସ୍ ରଶ୍ମି ମାସ୍ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିଃକୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍ କାଗଜପତ୍ରରେ ୨୧.୩୫ ଲକ୍ଷ ଟଙ୍କାର ଗୃହ…
ଆଜି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ):କିଛି ମାସ ପରେ ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଚାଇନାରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ କରୋନା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନ ୪ଟା ୩୦ ମିନିଟ୍ରେ ସମୀକ୍ଷା କରିବେ। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ…
ଶିବାନ୍ଙ୍କ ପାଇଁ ପୋଲିସ ପାଲଟିଲା ସାନ୍ତା
ଗାଜିଆବାଦ୍, ୨୭।୧୨:ମା’ବାପା ସବୁବେଳେ ପିଲାଙ୍କ ଖୁସି ପାଇଁ ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କେବେ କେମିତି ଅଭିଭାବକମାନେ ପିଲାଙ୍କ ଜିଦ୍କୁ ପୂରା ନ କଲେ କିଛି ସମୟର କନ୍ଦାକଟା ପରେ ପିଲାମାନେ ବୁଝିଯାଆନ୍ତି। କିନ୍ତୁ ଉତ୍ତର…
୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା
ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜ୍ନେସ ରିସର୍ଚ୍ଚ (ସିଇବିଆର୍) ପକ୍ଷରୁ…
‘ସେବା ଏଜେଣ୍ଡାରୁ ବିଜେଡି ହଟିନାହିଁ’
ପୁରୀ ଅଫିସ/ ଭୁବନେଶ୍ୱର (ବ୍ୟୁରୋ),୨୭ା୧୨:ମା’ମାନେ ଆଗେଇ ଆସନ୍ତୁ। ଦାୟିତ୍ୱ ନିଅନ୍ତୁ। ସେମାନଙ୍କ ଆଶୀର୍ବାଦ ରହିଲେ ୨୫ କି ୫୦ ନୁହେଁ, ବିଜେଡି ଶହେବର୍ଷ ଓଡ଼ିଶା ଲୋକଙ୍କ ସେବା କରି ଚାଲିବ। ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ବାଭିମାନର ଜୟ ନାଦ କରିଚାଲିଥିବ ବୋଲି…
Archives


