Posted inଜାତୀୟ

ଅବିବାହିତା ମହିଳାଙ୍କୁ ମିଳୁ ସରୋଗେସି ଅଧିକାର: କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧ : ଅବିବାହିତ ମହିଳାମାନେ ମଧ୍ୟ ସରୋଗେସିର ଅଧିକାର ପାଇବା ଉଚିତ କି? ସୁପ୍ରିମକୋର୍ଟ ଏହି ମାମଲାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଉତ୍ତର ଲୋଡି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଅବିବାହିତା ମହିଳାଙ୍କୁ ସରୋଗେସି ପାଇବାକୁ ରୋକିବା ପାଇଁ ସରୋଗେସି ଆକ୍ଟର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅବିବାହିତା ମହିଳାଙ୍କୁ ’ଇଚ୍ଛା କରୁଥିବା ମହିଳା’ଙ୍କର ସଂଜ୍ଞାରୁ ବାଦ ଦେଇଥିବା ସରୋଗେସି ଆକ୍ଟ, ୨୦୨୧ ର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ନିୟମ ଅନୁଯାୟୀ ଇଚ୍ଛୁକ ମହିଳାମାନଙ୍କ ମଧ୍ୟରେ ଏଭଳି ଭାରତୀୟ ମହିଳା ଅଛନ୍ତି ଯେଉଁମାନଙ୍କର ବୟସ ୩୫ ରୁ ୪୫ ବର୍ଷ ମଧ୍ୟରେ। ସେମାନେ ବିଧବା କିମ୍ବା ଛାଡପତ୍ର ପାଇଛନ୍ତି ଏବଂ ସରୋଗେସି ଅଧିକାର ପାଇବାକୁ ଚାହୁଁଛନ୍ତି।

ଅବିବାହିତା ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିବାବେଳେ ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଏହି ଆବେଦନପତ୍ରର ଏକ ନକଲ ଅତିରିକ୍ତ ସୋଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ପୂର୍ବରୁ ମଧ୍ୟ ସମାନ ମାମଲା ଦେଖିବାକୁ ମିଳିଛି।

ଏହି ଆବେଦନରେ ମହିଳାମାନେ କହିଛନ୍ତି ଯେ କେବଳ ବିବାହିତ ମହିଳାଙ୍କୁ ଏହି ଅଧିକାର ପ୍ରଦାନ କରି ବିଧବା ଏବଂ ଛାଡପତ୍ର ପାଇଥିବା ମହିଳା ତଥା ଅବିବାହିତା ମହିଳାଙ୍କୁ ଏନେଇ ବାରଣ କରିବା ଯୋଗୁ ସମାନତା ଅଧିକାର ସହ ଜଡିତ ସମ୍ବିଧାନର ଧାରା ୧୪କୁ ଉଲ୍ଲଂଘନ କରାଯାଉଛି। ଏହି ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ଏପରି ବ୍ୟବସ୍ଥା ଜଣେ ମହିଳାଙ୍କର ସ୍ବାଧୀନତା ଅଧିକାର ଏବଂ ତାଙ୍କର ପ୍ରଜନନ ନିଷ୍ପତ୍ତି ଉପରେ ନିୟନ୍ତ୍ରଣକୁ ଉଲ୍ଲଂଘନ କରୁଛି। ଅବିବାହିତା ମହିଳାଙ୍କୁ ସରୋଗେସି ଅଧିକାରରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ସୁପାରିଶକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?