Home

ତାଇଓ୍ବାନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଗିଲା ଚାଇନା

ତାଇପେ,୭।୪: ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ଆମେରିକା ଗସ୍ତକୁ ନେଇ ବିଳିବିଳାଉଛି ଚାଇନା। ତାଇଓ୍ବାନ ରାଷ୍ଟ୍ରପତି ଆମେରିକା ରିପପ୍ଲିକାନ ହାଉସର ଅଧ୍ୟକ୍ଷ କଓ୍ବେିନ ମ୍ୟାକକାର୍ଥିଙ୍କ ସହ ସାକ୍ଷାତ କରିବାରୁ ଚାଇନା ଆହୁରି ରାଗି ଯାଇଛି। ରାଗ ସୁଝାଇବାକୁ ଯାଇ ଚାଇନା ଆମେରିକା…

ଭାଜପାରେ ସାମିଲ ହେଲେ କିରଣ ରେଡ୍ଡୀ

ନୂଆଦିଲ୍ଲୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ…

ପାକିସ୍ତାନରେ ବଢୁଛି ଘରୋଇ ହିଂସା, ସମାଧାନ ଖୋଜୁଛନ୍ତି ମହିଳା

ଇସଲାମାବାଦ,୭।୪: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଭଳି ଦେଶର ମହିଳାଙ୍କ ଉପରେ ଭେଦଭାବ ଓ ଦୁର୍ବବ୍ୟହାରର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଘରୋଇ ହିଂସାରେ ବୃଦ୍ଧି କାରଣରୁ ଏହାର ସମାଧାନ ପାଇଁ ଦାବି କରାଗଲାଣି। ନ୍ୟୁଜ ଇଣ୍ଟରନ୍ୟାଶନାଲ ମତରେ ସ୍ତମ୍ଭକାର ଇମାନ ସମାର…

ପୁଟିନଙ୍କ ସିକ୍ରେଟ୍‌ ଲାଇଫ୍‌ଷ୍ଟାଇଲରୁ ପର୍ଦ୍ଦା ହଟାଇଲେ ରୁଷିଆ ଅଧିକାରୀ

ମସ୍କୋ,୭ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ପରସ୍ପର ବିରୋଧରେ ସାମରିକ ସୁବିଧା ହାସଲ କରିବା ଲକ୍ଷ୍ୟରେ ଉଭୟ ଦେଶ ନିଜ ନିଜ ରଣନୀତି ଅନୁଯାୟୀ ଆଗକୁ ବଢୁଛନ୍ତି। ଏହି ସମୟରେ ରୁଷିଆ…

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ରିଲାଏନ୍ସ କୋଚିଂରେ ତନାଘନା

ବଲାଙ୍ଗୀର ଅଫିସ,୭ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ତଦନ୍ତ କାର୍ଯ୍ୟକୁ ନିରୀକ୍ଷଣ କରିବା ପାଇଁ ବୁଧବାରଠାରୁ ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କ୍ୟାମ୍ପ କରି ରହିଛନ୍ତି। ଗୁରୁବାର ତଦନ୍ତର ଷଷ୍ଠଦିନ ପୂର୍ବାହ୍ନରୁ କ୍ରାଇମବାଞ୍ଚ ଆଇଜି ସିହ୍ନା ପ୍ରତ୍ୟକ୍ଷଭାବେ ବଲାଙ୍ଗୀର ମନୋହରପୁର…

୧୬୦ କି.ମି.ଚାଲିକି ଗାଁକୁ ଆସିଲେ ଦାଦନ ଶ୍ରମିକ

ଭବାନୀପାଟଣା,୭।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ଜିଲାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। କଳାହାଣ୍ଡି ଜିଲାରୁ ସୁଦୂର ବାଙ୍ଗାଲୁରକୁ ଦାଦନ ଖଟିବାକୁ ଯାଇ ସେଠାରେ ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହୋଇ କୌଣସି ପାଉଣା ନ ପାଇ ଶେଷରେ…

ଟ୍ରଫି, ମାନପତ୍ର ନେଇଯାଅ, କାମ ଦିଅ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୭ା୪ (ଡି.ଏନ୍‌.ଏ.): କୋଭିଡ ମହାମାରୀ ସମୟରେ ନିଜର ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ରାଜ୍ୟ ବାହାରେ ଥିବା ପ୍ରାୟ ୬ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମଟିଆଭଟା…

ଦେଶରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୫୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ଆସିଥିବା ସଂଖ୍ୟା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ…

ବ୍ୟାରେଜ ନିର୍ମାଣ: ବେଆଇନ କାମ ନେଇ ଅସନ୍ତୋଷ

କୁଚିଣ୍ଡା,୭ା୪(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଞ୍ଚାୟତ ଜନକଡ଼ିହିଠାରେ ଭେଡେନ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କାମ ଚାଲୁରହିଛି। ହେଲେ ଠିକା ସଂସ୍ଥାର ବେଆଇନ କାମ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଗୋଛରା ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ,…

ଦୁର୍ନୀତି ପାଇଁ ଶିକ୍ଷକଙ୍କ ଜମାଖାତାରେ ଟଙ୍କା

ସମ୍ବଲପୁର,୭ା୪(ବ୍ୟୁରୋ): ସ୍କୁଲ ପିଲାଙ୍କ ପାଇଁ ବ୍ୟାଗ କିଣା ଟଙ୍କାକୁ ହରିଲୁଟ କରିବାକୁ ଯୋଜନା କରାଯାଉଛି। ଧନକଉଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଛି। କେବଳ ଧନକଉଡା ନୁହେଁ ଜିଲାର ଅଧିକାଂଶ ବ୍ଲକରେ ଏଭଳି…

ଲୋକଙ୍କ ଭରସା ହରାଉଛି ଭାଜପା

ସରଣ୍ଡା,୭।୪(ଡି.ଏନ.ଏ.): ଅତାବିରା ଏନ୍‌ଏସି ନିର୍ବାଚନ ଶେଷ ହୋଇ ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଏନ୍‌ଏସିର ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ୧୨ଟି କାଉନସିଲର ପଦବୀରୁ ୧୧ଟି ପଦବୀ…

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ

ସୁନ୍ଦରଗଡ଼,୭।୪(ଡି.ଏନ.ଏ.): ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?