Home

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ୍‌,୨।୨(ସ୍ବ.ପ୍ର): ଆନ୍ଧ୍ରର ଶିବଲିଙ୍ଗପୁରଠାରେ ଏକ ଟନେଲରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ଯୋଗୁ ବିଶାଖାପାଟଣା-କିରଣ୍ଡଲ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ବିଶାଖାପାଟଣା ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି ା ମିଳିଥିବା ସୁଚନା ଅନୁଯାୟୀ, ଗୁରବାର…

ଆସାମରେ ୪ ହଜାରରୁ ଅଧିକ ବାଲ୍ୟ ବିବାହ ମାମଲା ରୁଜୁ: ୩ ଫେବୃୟାରୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ…

ଗୁଆହାଟୀ,୨।୨ : ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଏହା ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟୁଇଟ କରି କହିଛନ୍ତି ଯେ ରାଜ୍ୟରେ ବାଲ୍ୟ ବିବାହର…

ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ ଘଟଣା ଥିଲା। ଉକ୍ତ ମଲାମାଛ ଓ ପାଣିର ନମୁନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

୨୮ ମାସର ଲଢ଼େଇ ପରେ ଜେଲରୁ ମୁକୁଳିଲେ ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ…

ଲକ୍ଷ୍ନୌ,୨।୨ : ଜାମିନ ମଞ୍ଜୁର ହେବାର ଦିନକ ପରେ କେରଳର ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ ୨୮ ମାସର ଆଇନଗତ ଲଢ଼େଇ ପରେ ଗୁରୁବାର ଜେଲରୁ ମୁକୁଳିଛନ୍ତି। ଅକ୍ଟୋବର ୨୦୨୦ରେ କପ୍ପନ ଏବଂ ଅନ୍ୟ ତିନିଜଣ ହା୍‌ଥରସ ଅଭିମୁଖେ ଯାଉଥିବାବେଳେ ଗିରଫ…

ଉପରାଷ୍ଟ୍ରପତି-ଆଇନମନ୍ତ୍ରୀଙ୍କୁ ପଦରୁ ହଟାଇବା ଲାଗି ହାଇକୋର୍ଟରେ ପିଟିଶନ…

ମୁମ୍ବାଇ,୨।୨ : ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ନ୍ୟାୟପାଳିକା ଉପରେ ଉଭୟଙ୍କ ଦ୍ୱାରା ନିକଟରେ ପ୍ରଦାନ କରାଯାଇଥିବା ବିବୃତ୍ତି ଭାରତର ସମ୍ବିଧାନ…

୫ ଡଲାର କରେନି୍ସ ନୋଟରୁ ହଟିବେ ମହାରାଣୀ: ଅଷ୍ଟ୍ରେଲିଆ ରିଜର୍ଭବ୍ୟାଙ୍କ ନିଷ୍ପତ୍ତି…

ମେଲବୋର୍ନ,୨।୨ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଣୀ ଏଲିଜାବେଥ ଆଉ ଅଷ୍ଟ୍ରେଲିଆର ପାଞ୍ଚ ଡଲାର କରେନ୍ସି ନୋଟରେ ଦେଖାଯିବେ ନାହିଁ। ଏହା ବଦଳରେ ଅଷ୍ଟ୍ରେଲିଆ ଏହାର ଆଦିବାସୀ ସଂସ୍କୃତିର…

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଭାରତ ଆମରିକା ମଧ୍ୟରେ ଖୁବ ଶୀଘ୍ର ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଭାରତ ଏବଂ ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ଶୀଘ୍ର ହୋଇପାରେ। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଆମେରିକାରୁ ୩୦ ଏମକ୍ୟୁ-୯ବି  ପ୍ରିଡେଟର ଡ୍ରୋନ କିଣିବ। ଏହି ଚୁକ୍ତି ସହିତ ଭାରତର ଏଲଏସି ଏବଂ…

ରେକର୍ଡ ବର୍ଷା କଲେ ଗିଲ୍‌

ଅହମ୍ମଦାବାଦ,୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି। ଟି-୨୦ରେ ନ୍ୟୁଜିଲାଣ୍ଡ ଉପରେ ଟିମ ଇଣ୍ଡିଆର ଏହା ହେଉଛି ସବୁଠାରୁ ବଡ ବିଜୟ। ଏହି ବିଜୟରେ ଶୁବମନ ଗିଲଙ୍କର ଏକ…

ଶାହାବାଜ-ଇମ୍ରାନଙ୍କ ସରକାର ଅଧିକ ଦୁର୍ନୀତିଗ୍ରସ୍ତ…

ବର୍ଲିନ,୨।୨ : ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ (ଟିଆଇ) ସଂଗଠନ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଶାହାବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ସରକାରଙ୍କ ଅଧୀନରେ ପାକିସ୍ତାନ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡିଛି। ଟିଆଇ ପାକିସ୍ତାନର ଅଧ୍ୟକ୍ଷ ଏକ ପ୍ରେସ…

ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…

ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି। ରାୱଲପିଣ୍ଡିସ୍ଥିତ…

ସ୍କୁଟିକୁ ଧକ୍କା ଦେଲା କାର: ଚାଲିଗଲା ମା’-ପୁଅଙ୍କ ଜୀବନ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ସ୍କୁଟି ଚାଳକ ଓ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri