ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ
ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଅପରାହ୍ନ ୫ଟା ୨୦ମିନିଟରେ ସେ ରାଉରକେଲା ବିମାନବନ୍ଦରରେ ପହଞ୍ଚତ୍ବେ। ଏହାପରେ ୫ଟା ୩୦ରେ ସେ ବିଶ୍ରା ଛକ ନିକଟରେ ନିର୍ମିତ ବିର୍ସା ମୁଣ୍ଡା ଆଥ୍ଲେଟିକ ଷ୍ଟାଡିୟମକୁ ଉଦ୍ଘାଟନ କରିବେ। ଏଥିସହ ଷ୍ଟାଡିୟମ…
ମୁଣ୍ଡ ପିଛା ଋଣଭାର ୧୯,୮୨୫ ଟଙ୍କା
ଭୁବନେଶ୍ୱର,୧୦ା୩(ବ୍ୟୁରୋ):ରାଜ୍ୟରେ ଋଣ ଭାର ବଢ଼ି ଚାଲିଛି। ମୁଣ୍ଡ ପିଛା ଋଣ ଭାର ୧୯,୮୨୫ ଟଙ୍କାରେ ପହଞ୍ଚିଲାଣି। ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ଋଣ ଭାର ୮୭୭୨୬.୬୧ କୋଟି ଟଙ୍କାରେ ପହଞ୍ଚଛିି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭା ବଜେଟ ଅଧିବେଶନରେ ଏହି…
୨୦ରେ କୃଷକ ଆନ୍ଦୋଳନ
ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମିଲରଙ୍କ ଅଘୋଷିତ କଟ୍ନି ଛଟନିର ପ୍ରତିବାଦ ସହ ପେନ୍ସନ ବାବଦରେ ଚାଷୀଙ୍କୁ ୫ହଜାର ଟଙ୍କା ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ କୃଷକମାନେ ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବେ। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ…
ଆୟତ୍ତରେ ନାହିଁ ଜଙ୍ଗଲ ନିଆଁ
ଭୁବନେଶ୍ୱର,୧୦ା୩(ବ୍ୟୁରୋ):ରାଜ୍ୟରେ ଜଙ୍ଗଲ ନିଅଁା ଆୟତ୍ତରେ ନାହିଁ। କେବଳ ବର୍ଷା ହି ଭରସା। ଗତ ନଭେମ୍ବରରୁ ରାଜ୍ୟରେ ବର୍ଷା ହୋଇନାହିଁ। ଅନ୍ୟପଟେ ତାପମାତ୍ରା ମଧ୍ୟ ବଢ଼ିଚାଲିଛି। ଗତ କିଛି ସପ୍ତାହ ହେବ ରାଜ୍ୟର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି। କୋରାପୁଟରୁ କନ୍ଧମାଳ, ଗଞ୍ଜାମରୁ…
ରାଜଧାନୀରେ ନବବଧୂଙ୍କୁ ତଣ୍ଟିଚିପି ହତ୍ୟା
ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜରିପାଟଣା ଗାଁରେ ଜଣେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଛି। ମୃତା ମହିଳା ଜଣକ ହେଲେ ଉକ୍ତ ଗାଁର ପ୍ରଭାତ ପରିଡ଼ାଙ୍କ ସ୍ତ୍ରୀ ତଥା ଜଗତ୍ସିଂହପୁର ଜିଲା ଡିହସାହିର ଲକ୍ଷ୍ମୀପ୍ରିୟା ମହାନ୍ତି। ଯୌତୁକ ପାଇଁ ସ୍ବାମୀ…
୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ସୂଚନା
ଭୁବନେଶ୍ବର, ୧୦ା୩(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଗୁରୁବାର ସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍ରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ରାଜସ୍ବ ବିଭାଗ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ…
ଆଜିଠୁ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା
କଟକ ଅଫିସ,୧୦ା୩:ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୦ ତାରିଖରେ ସରିବ। ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ସମୟ…
ପୁଣି ମିଶାଇଲ୍ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ
ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ ଉନଙ୍କ ଦେଶ ଏକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିଶାଇଲ୍ ମାଡ କରିଛି। ଏହି ପରୀକ୍ଷଣର…
ଫାଟିଲା ଫ୍ରିଜ୍: ପୋଲିସ ଅଧିକାରୀଙ୍କ ସମେତ ୨ ମୃତ
କୋଏମ୍ବାଟୁର,୧୦।୩: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଫ୍ରିଜ୍ ହଠାତ୍ ଫାଟିଯିବାରୁ ବ ଏକ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାର ପୋଲାଚି ନିକଟ ନାଲୁର ଗାଁର ଅଟେ।…
ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ
ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଡଜନ ଲୋକ ଗୁରୁତର ଆହତ ହୋଇଥିଲେ। ଗତ ମାର୍ଚ୍ଚ ୫ରେ ଏହି ଘଟଣା ଘଟିଥିଲା।…
ଜର୍ମାନୀର ହମବର୍ଗ ସହରରେ ଗୁଳିକାଣ୍ଡ, ୬ ମୃତ ଅନେକେ ଆହତ
ହମବର୍ଗ,୧୦ ।୩: ଜର୍ମାନୀର ହମବର୍ଗ ସହରରେ ଫୁଟିଛି ଗୁଳି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ବଡ ଧରଣର ଅଭିଯାନ ଚାଲିଛି । ହମବର୍ଗ…
ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ
ପୁତ୍ରଜୟା, ୯ା୩: ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍ ୟାସିନ୍ଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଛି। ମାଲେସିଆ ଆଣ୍ଟି କରପସନ୍ କମିଶନଙ୍କୁ ତାଙ୍କ ବିରୋଧରେ କେତେକ ପ୍ରମାଣ…
Archives


