ପାକିସ୍ତାନରେ ଚିନି ଦାମ କିଲୋଗ୍ରାମ ପିଛା ୧୬୦ ଛୁଇଁଲା, ଅଟା ୩୨୦…
ଇସଲାମାବାଦ,୧୭।୭ : ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ପାକିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଗତ କିଛି ସପ୍ତାହ ଧରି ଦେଶରେ ଅଟା ମୂଲ୍ୟ ଆକାଶଛୁଆଁ ହୋଇପଡିଛି। ଅଟା ମୂଲ୍ୟ କରାଚି ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସମସ୍ତ ରେକର୍ଡ ଭାଙ୍ଗିଛି। ପାକିସ୍ତାନର କରାଚିରେ…
ହସ୍ପିଟାଲରୁ ଫେରିଲେ ନେତାନ୍ୟାହୁ…
ଜେରୁଜେଲମ୍,୧୭।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡାକ୍ତରମାନେ ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମୁଣ୍ଡ ବୁଲାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ସୂଚନାନୁସାରେ, ୭୩ ବର୍ଷିୟ ନେତାନ୍ୟାହୁଙ୍କୁ ସାମାନ୍ୟ…
କିମ୍ଙ୍କ ଆଣବିକ ପରୀକ୍ଷଣ ନେଇ ଆମେରିକାର ବଢ଼ିଲା ଚିନ୍ତା…
ଓ୍ବାଶିଂଟନ,୧୭।୭ : ଉତ୍ତର କୋରିଆ ଦ୍ୱାରା କ୍ରମାଗତ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଆମେରିକା ବର୍ତ୍ତମାନ ଏକ ବିବୃତ୍ତି ଜାରି କରିଛି। ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଉତ୍ତର କୋରିଆ ଆଉ ଏକ ଆଣବିକ ପରୀକ୍ଷା କଲେ ଆମେରିକା…
ଅଲକାରାଜ ନୂଆ ଚାମ୍ପିୟନ
ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର କାର୍ଲୋସ ଅଲ୍କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍ ତଥା ୭ ଥର…
ଆୟୁଷଙ୍କୁ ତ୍ରିମୁକୁଟ, ଶ୍ରୁତିଙ୍କୁ ଦ୍ୱିମୁକୁଟ
ବଲାଙ୍ଗୀର,୧୭ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ବ୍ୟାଡ୍ମିଣ୍ଟନ ଇନ୍ଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ସିନୟର ର଼୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲରେ ଆୟୁଷ ଦାସ ପୁରୁଷ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ମ୍ୟାଚ୍ ଜିତି…
ଧନଞ୍ଜୟଙ୍କ ଦୃଢ଼ ବ୍ୟାଟିଂ
ଗାଲେ, ୧୭।୭: ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ରବିବାର ଏଠାରେ ଆରମ୍ଭ ହୋଇଛି। ପାକିସ୍ତାନ ବୋଲରମାନେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ହେଁ ଧନଞ୍ଜୟ ଡି’ସିଲ୍ଭାଙ୍କ ଦୃଢ଼ ବ୍ୟାଟିଂ ବଳରେ ଶ୍ରୀଲଙ୍କା ଏକ…
ଭାରତକୁ ତୃତୀୟ ସ୍ଥାନ
ବ୍ୟାଙ୍କକ୍, ୧୭ା୭(ପି.ଟି.): ଭାରତର ଆଭା ଖଟୁଆ (୧୯.୦୬ ମିଟର) ଏଠାରେ ଅନୁଷ୍ଠିତ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ମହିଳା ଶଟ୍ପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ସେ ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ୟୋତି ଆରାଜୀ ଓ ପାରୁଲ ଚୌଧାରୀ…
କଳିଙ୍ଗରେ ‘ପାସ୍ ଦି ବଲ୍ ଟ୍ରଫି ଟୁର୍’
ଭୁବନେଶ୍ୱର, ୧୭।୭(ତପନ ସ୍ବାଇଁ): ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ୬ଷ୍ଠ ସଂସ୍କରଣ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହାର ଅଂଶବିଶେଷ ଭାବେ ‘ପାସ୍ ଦି ବଲ୍ ଟ୍ରଫି ଟୁର୍’ କାର୍ଯ୍ୟକ୍ରମ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ…
କିମ୍ସରେ ଖୁବ୍ଶୀଘ୍ର ବର୍ନ ୟୁନିଟ୍
ଭୁବନେଶ୍ୱର,୧୭।୭: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା କିମ୍ସ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। ଏପରିକି ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଖୁବ୍ଶୀଘ୍ର…
ସୋନିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୧୭।୭: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ନୂଆ ପାର୍ଟି ସ୍ପିକର ଏସ୍ଆର୍ଏସ୍-ଏକ୍ସଭି୮୦୦କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଏଥିରେ ସବୁ ଦିଗକୁ ମୁହଁ କରିଥିବା ପାର୍ଟି ସାଉଣ୍ଡ ରହିଛି, ଯାହା କୋଠରିର ପ୍ରତିଟି କୋଣରେ ସ୍ପଷ୍ଟ ସାଉଣ୍ଡ ପହଞ୍ଚାଇବ। ଏକ୍ସ-ବାଲାନ୍ସ…
ଡା.ଏସ୍.କେ.ଦାଶଙ୍କୁ ମାନବବାଦୀ ସମ୍ମାନ
ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ର ଅଧ୍ୟକ୍ଷ ଡା. ଏସ୍ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି…
କିଆ ଇଣ୍ଡିଆର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୧୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆ ନିକଟରେ ଏକ ଐତିହାସିକ ସଫଳତା ହାସଲ ସହ ବିଗତ ୪୬ ମାସରେ ୧୦ ଲକ୍ଷ ୟୁନିଟ୍ ଯାନ ଉତ୍ପାଦନକରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏପରିକି ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁରଠାରେ…

