କିଆ ଇଣ୍ଡିଆର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆ ନିକଟରେ ଏକ ଐତିହାସିକ ସଫଳତା ହାସଲ ସହ ବିଗତ ୪୬ ମାସରେ ୧୦ ଲକ୍ଷ ୟୁନିଟ୍‌ ଯାନ ଉତ୍ପାଦନକରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏପରିକି ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁରଠାରେ ଥିବା କିଆ ଇଣ୍ଡିଆର ଆଧୁନିକ ଉପତ୍ାଦନ କେନ୍ଦ୍ରରୁ ଏକ ନିୟୁତ (୧୦ଲକ୍ଷ) ତମ ଯାନ ଉତ୍ପାଦନ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶର ଅର୍ଥ,ଯୋଜନା ଏବଂ ଲେଜିସ୍‌ଲେଟିଭ ବ୍ୟାପାର ମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ରେଡ୍ଡୀ, ଉଦ୍ୟୋଗ, ଭିତ୍ତିଭୂମି, ନିବେଶ ଓ ବାଣିଜ୍ୟ, ସୂଚନା ପ୍ରଯୁକ୍ତିମନ୍ତ୍ରୀ ଗୁଡ଼ିଭଡ଼ା ଅମରନାଥ, ସାଂସଦ ଗୋରାନ୍ତଲା ମାଧବ ଓ ପେନୁକୋଣ୍ଡାର ବିଧାୟକ ଜି. ଶଙ୍କର ନାରାୟଣଙ୍କ ସମେତ କିଆ ଇଣ୍ଡିଆର ଏମ୍‌ଡି ତଥା ସିଇଓ ତାଏ-ଜିନ୍‌ ପାର୍କ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତାଏ-ଜିନ୍‌ ପାର୍କ କହିଛନ୍ତି, ଏହା ଆମ ପାଇଁ ଖୁସିର ଦିନ ହୋଇଥିବା ବେଳେ ଆମ କର୍ମଚାରୀ ଓ ପାର୍ଟନରଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ପାଲଟିଛି। ସେହିଭଳି ଆମେ ସର୍ବଦା ଭାରତୀୟ ବଜାରରେ ଅଟୋମୋଟିଭ ଉକତ୍ର୍ଷ ଦିଗରେ କାର୍ଯ୍ୟ କରୁଛୁ ବୋଲି ପାର୍କ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ, କିଆ ଇଣ୍ଡିଆର ଆଧୁନିକ ଉପତ୍ାଦନ କେନ୍ଦ୍ରରୁ ମୋଟ ୫,୩୨,୪୫୦ ୟୁନିଟ୍‌ କିଆ ସେଲ୍‌ଟସ, ୩,୩୨,୪୫୦ ୟୁନିଟ୍‌ କିଆ ସୋନେଟ୍‌, ୧,୨୦,୫୧୬ ୟୁନିଟ୍‌ କିଆ କାରେନ୍ସ ଏବଂ ୧୪,୫୮୪ ୟୁନିଟ୍‌ କିଆ କାର୍ନିଭାଲ ଭଳି ଯାନ ଉତ୍ପାଦନ କରାଯାଇଛି ା ଅପରପକ୍ଷରେ କିଆର ଏହି ଉଲ୍ଲେଖନୀୟ ସଫଳତା ତଥା ଭାରତୀୟ ବଜାର ପ୍ରତି କିଆର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ଏବଂ ଏହାର ରଣନୈତିକ ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଛି। ବିଶେଷକରି ୨୦୧୯ ଅଗଷ୍ଟରେ କିଆ ଇଣ୍ଡିଆର ବ୍ରାଣ୍ଡ୍‌ ସେଲ୍‌ଟସ୍‌ ମଡେଲର ଶୁଭାରମ୍ଭ ସହ ଭାରତୀୟ ବଜାରରେ କିଆ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରିଥିଲା। ବିଗତ ୪୬ ମାସ ମଧ୍ୟରେ କିଆ ୧୦,୦୦,୦୦୦ ବିକ୍ରୟ ସଫଳତା ହାସଲ କରିପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri