ଡା.ଏସ୍‌.କେ.ଦାଶଙ୍କୁ ମାନବବାଦୀ ସମ୍ମାନ

ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ଏସ୍‌ .କେ.ଦାଶଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଡା.ଦାଶଙ୍କୁ ଆର୍କ କ୍ଲମ୍ଫ ସୋସାଇଟିର ସମ୍ମାନଜନକ ସଦସ୍ୟତା ସହ ଆମେରିକାର ମିନେସୋଟାର ରୋଟାରି କ୍ଲବ ଦ୍ୱାରା ମାନବବାଦୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏ ସମ୍ପର୍କରେ ରୋଟାରି କ୍ଲବ ଏଡିନାର ସଭାପତି ସେଲି ଲୋବେର୍ଗ କହିଛନ୍ତି, ଡା. ଦାଶଙ୍କର ଏହି ମହତ୍‌ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ସ୍ବୀକୃତି ଦେଇ ଆମେ ବେଶ୍‌ ଗର୍ବିତ। ସେହିଭଳି ଇଣ୍ଡିଆନ ଆସୋସିଏସନ ଅଫ୍‌ ମିନେସୋଟାର ସଭାପତି ତାନ୍‌ୱି ପ୍ରିଜେ ଡା. ଦାଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଡା. ଦାଶ ପ୍ରୋବାଇଓଟିକସ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବହୁଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ସେହିପରି ଡା. ଦାଶଙ୍କ ନାମରେ ନାମିତ ମିନେସୋଟା ଇତିହାସ ସଂଗ୍ରହାଳୟର ରୋଟୁଣ୍ଡା ସହ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ମିନେସୋଟା ବ୍ଲୁ କ୍ରସ୍‌ ବ୍ଲୁ ସିଲ୍‌ଡର ମୁଖ୍ୟ ନାଶ ସେଖ୍‌ କହିଛନ୍ତି। ସେହିଭଳି ମିନେସୋଟା କନକର୍ଡିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ ଉପାଧ୍ୟକ୍ଷ ଡା. ବ୍ରୁସ୍‌ କୋରୀ ଡା. ଦାଶଙ୍କ ସମ୍ପର୍କରେ ଅନେକ ରୋଚକ କଥାର ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଡା. ଦାଶ ଜଣେ ଉଦ୍ୟୋଗୀ ତଥା ଉଦ୍ଭାବକ ଯିଏ କି ତାଙ୍କର କାର୍ଯ୍ୟ ମାଧ୍ୟମରେ ୧୦୦ ବିଲିୟନ ଡଲାରର ପ୍ରୋବାଇଓଟିକ ଶିଳ୍ପ ଗଠନ କରିବାରେ ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri