Posted inଖେଳ

ଭାରତକୁ ତୃତୀୟ ସ୍ଥାନ

ବ୍ୟାଙ୍କକ୍‌, ୧୭ା୭(ପି.ଟି.): ଭାରତର ଆଭା ଖଟୁଆ (୧୯.୦୬ ମିଟର) ଏଠାରେ ଅନୁଷ୍ଠିତ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ଶଟ୍‌ପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ସେ ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ୟୋତି ଆରାଜୀ ଓ ପାରୁଲ ଚୌଧାରୀ ଚାମ୍ପିୟନଶିପ୍‌ରେ ସେମାନଙ୍କ ଦ୍ୱିତୀୟ ପଦକ ହାସଲ କରିଛନ୍ତି। ଫଳରେ ଭାରତ ୨୭ ପଦକ (୬ସ୍ବର୍ଣ୍ଣ, ୧୨ରୌପ୍ୟ ଓ ୯ବ୍ରୋଞ୍ଜ) ସହ ପଦକ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରି ଚାମ୍ପିୟନଶିପ୍‌ରେ ଏହାର ଅଭିଯାନ ଶେଷ କରିଛି। ତନ୍ମଧ୍ୟରେ ଅନ୍ତିମ ଦିବସରେ ଭାରତ ୧୩ ପଦକ ଜିତିଛି। ତନ୍ମଧ୍ୟରେ ୮ରୌପ୍ୟ ଓ ୫ ବ୍ରୋଞ୍ଜ ରହିଛି। ଜାପାନ ୩୭ (୧୬ ସ୍ବର୍ଣ୍ଣ, ୧୧ ରୌପ୍ୟ, ୧୦ ବ୍ରୋଞ୍ଜ) ଓ ଚାଇନା ୨୨ (୮ ସ୍ବର୍ଣ୍ଣ, ୮ରୌପ୍ୟ,୬ ବ୍ରୋଞ୍ଜ) ପଦକ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୮ ବର୍ଷୀୟା ଆଭା ଖଟୁଆଙ୍କ ପାଖାପାଖି ଏକ ମିଟର (୯୩ ସେଣ୍ଟିମିଟର) ଉନ୍ନତି ଘଟିଛି। ପୂର୍ବରୁ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୭.୧୩ ରହିଥିଲା। ଏଠାରେ ସେ ୪ କିଲୋଗ୍ରାମ ଓଜନର ଶଟ୍‌ପୁଟ୍‌ ୧୮.୦୬ ମିଟର ଦୂର ଫିଙ୍ଗି ଚାଇନାର ସଙ୍ଗ୍‌ ଜିଆୟୁଆନ୍‌ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଖଟୁଆ ଭେଟେରାନ ମନପ୍ରୀତ କୌରଙ୍କ ଜାତୀୟ ରେକର୍ଡର ସମକକ୍ଷ ହୋଇଥିଲେ, ଯିଏକି ଏଠାରେ ପ୍ରଥମ ରାଉଣ୍ଡ ଥ୍ରୋ ୧୭ ମିଟର ସହ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଏସିଆନ ଚାମ୍ପିୟନଶିପ୍‌ରେ ଗୁରୁବାର ପ୍ରଥମ ଭାରତୀୟ ଭାବେ ୧୦୦ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ଜିତିଥିବା ୟାରାଜୀ ୨୩.୧୩ ସେକେଣ୍ଡ ଟାଇମିଂରେ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଛନ୍ତି। ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପାରୁଲ ଚୌଧାରୀ ୫୦୦୦ ମିଟର ରେସ୍‌ରେ ଏକ ରୌପ୍ୟ ଜିତିଛନ୍ତି। ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପଦକ। ଶୁକ୍ରବାର ୩୦୦୦ମିଟର ଷ୍ଟିପଲଚେଜ୍‌ରେ ସ୍ବର୍ଣ୍ଣ ଜିତିଥିବା ଚୌଧାରୀ ୧୫ ମିନିଟ ୫୨.୩୫ ସେକେଣ୍ଡ ଟାଇମିଂରେ ଜାପାନର ୟୁମା ୟାମାମୋତୋ (୧୫:୫୧.୧୬)ଙ୍କ ଠାରୁ ପଛରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୫୦୦୦ ମିଟରରେ ୨୮ ବର୍ଷୀୟା ଚୌଧାରୀ (୧୫:୧୦.୩୫)ଙ୍କ ନାମରେ ଜାତୀୟ ରେକର୍ଡ ରହିଛି। ଅଙ୍କିତା (୧୬:୦୩.୩୩) ବ୍ରୋଞ୍ଜ ଜିତିଥିଲେ। ଫଳରେ ଭାରତ ଏହି ଇଭେଣ୍ଟରୁ ଦୁଇ ପଦକ ଅକ୍ତିଆର କରିପାରିଛି। ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ଡି.ପି. ମନୁ ତାଙ୍କ ଶ୍ରେଷ୍ଠ ଥ୍ରୋ ୮୧.୦୧ମିଟର ସହ ରୌପ୍ୟ ପାଇଥିବା ବେଳେ ଗୁଲବୀର ସିଂ ୧୩ ମିନିଟ ୪୮.୩୩ ସେକେଣ୍ଡ ଟାଇମିଂରେ ଏକ ବ୍ରୋଞ୍ଜ ଜିତିଛନ୍ତି। ପୂର୍ବରୁ କିଶନ କୁମାର ଓ କେ.ଏମ୍‌. ଚନ୍ଦା ସେମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ସହ ଯଥାକ୍ରମେ ପୁରୁଷ ଓ ମହିଳା ୮୦୦ମିଟର ରେସ୍‌ରେ ପ୍ରତ୍ୟେକ ଗୋଟିଏ ଲେଖାଏ ରୌପ୍ୟ ଜିତିଛନ୍ତି। କୁମାର (୧ମିନିଟ ୪୫.୮୮ ସେକେଣ୍ଡ) କାତାରର ଆବୁବାକର ଏଚ୍‌. ଅବ୍‌ଦୁଲ୍ଲାଙ୍କ ପଛରେ ଦ୍ୱିତୀୟ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଚନ୍ଦା (୨:୦୧.୫୮) ଶ୍ରୀଲଙ୍କାର ଏମ୍‌.କେ. ଦିସାନାୟକଙ୍କ ପଛକୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସକାଳ ସେସନରେ ପ୍ରିୟଙ୍କା ଗୋସ୍ବାମୀ ଓ ବିକାଶ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ୨୦ମିଟର ଚାଲିରେ ରୌପ୍ୟ ଓ ବ୍ରୋଞ୍ଜ ଜତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri