Posted inଖେଳ

ଅଲକାରାଜ ନୂଆ ଚାମ୍ପିୟନ

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ଓ୍ବିମ୍ବେଲଡନରେ ଜୋକୋଭିଚ୍‌ଙ୍କ ବିଜୟ ପଥରେ ବ୍ରେକ୍‌ ଲାଗିଛି। ଫାଇନାଲର ପ୍ରଥମ ସେଟ୍‌କୁ ଅତି ସହଜରେ ଜିତିଥିଲେ ଜୋକୋଭିଚ୍‌। ନିଜ ଅଭିଜ୍ଞତାର ଉପଯୋଗ କରି ସେ ୬-୧ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେଟ୍‌ରେ କିନ୍ତୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅଲକାରାଜ। ଉଭୟଙ୍କ ପଏଣ୍ଟ ୬-୬ ହେବାପରେ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଆଲକାରାଜ ୮-୬ରେ ବାଜି ମାରିଥିଲେ। ତୃତୀୟ ସେଟ୍‌କୁ ଅତି ସହଜରେ ୬-୧ରେ ଜିତିଥିଲେ ବିଶ୍ୱର ଏହି ନମ୍ବରଓ୍ବାନ ଖେଳାଳି। ମାତ୍ର ୪ର୍ଥ ସେଟ୍‌ରେ ପୁଣି ନିଜ ଦକ୍ଷତା ଦେଖାଇଥିଲେ ଜୋକୋଭିଚ୍‌। ୬-୩ରେ ବିଜୟୀ ହୋଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‌କୁ ଅଲକାରାଜ ୬-୪ରେ ଜିତି ହୋଇଥିଲେ ନୂଆ ଚାମ୍ପିୟନ। ପ୍ରଥମଥରପାଇଁ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଚାମ୍ପିୟନ ହୋଇଥିଲେ। ଗତବର୍ଷ ସେ ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ ଏବଂ ଏହାଥିଲା ତାଙ୍କର ଶ୍ରେଷ୍ଠ। ୨୦୨୨ରେ ୟୁଏସ୍‌ ଓପନ ଜିତି ଗ୍ରାଣ୍ଡସ୍ଲାମ ବିଜୟର ସ୍ବାଦ ଚାଖିଥିବା ଆଲ୍‌କାରାଜ ଚଳିତ ବର୍ଷ ଫ୍ରେଞ୍ଚ୍‌ ଓପନ କ୍ଲେ କୋର୍ଟ ଟୁର୍ନାମେଣ୍ଟର ସେମିଫାଇନାଲିଷ୍ଟ ଥିଲେ।
ଅନ୍ୟପକ୍ଷରେ ଜୋକୋଭିଚ୍‌ ଏହା ପୂର୍ବରୁ ସେ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯, ୨୦୨୧ ଓ ୨୦୨୨ରେ ଚାମ୍ପିୟନ ଏବଂ ୨୦୧୩ରେ ରନରଅପ୍‌ ହୋଇଥିଲେ। ୨୦୨୩ରେ ତାଙ୍କୁ ପୁଣି ରନରଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହା ବ୍ୟତୀତ ସେ ୧୦ ଥର ଅଷ୍ଟ୍ରେଲିଆନ ଓପନ, ୩ ଥର ଫ୍ରେଞ୍ଚ୍‌ ଓପନ ଏବଂ ୩ ଥର ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଜୋକୋଭିଚ୍‌ ଓ ଅଲ୍‌କାରାଜଙ୍କ ମଧ୍ୟରେ ଏହାଥିଲା ୩ୟ ମୁକାବିଲା। ୨୦୨୨ରେ ମାଡ୍ରିଡ୍‌ ଓପନ ସେମିରେ ଅଲକାରାଜ ବିଜୟୀ ହୋଇଥିବା ବେଳେ ୨୦୨୩ ରୋଲାଣ୍ଡ ଗ୍ୟାରୋସ୍‌ ସେମିଫାଇନାଲରେ ଜୋକୋଭିଚ୍‌ ବାଜି ମାରି ନେଇଥିଲେ। ଓ୍ବିମ୍ବେଲଡନ ଫାଇନାଲରେ ବିଜୟୀ ହୋଇ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି ଅଲ୍‌କାରାଜ।
ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୪, ୬-୪ ସିଧାସଳଖ ସେଟରେ ପରାସ୍ତ କରି ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋନ୍ଦ୍ରୋସୋଭା ଓ୍ବିମ୍ବେଲଡନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri