ମହାନଦୀ ବନ୍ୟାଜଳ ଘେରରୁ ଜଣେ ଉଦ୍ଧାର, ୧ ନିଖୋଜ
ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )ମହାନଦୀ ମଧ୍ୟଭାଗରେ ଥିବା କୁଦରେ ବୁଧବାର ୨ଜଣ ଗାଈ ଚରାଳିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମେଣ୍ଢା ଫସି ରହି ଯାଇଥିଲେ। ଗାଈ, ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ମହାନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁ ଏଭଳି…
ଓଏଏସ୍ ପାଇଲେ ବୋରିଗୁମ୍ମାର ସଂଗ୍ରାମ
ବୋରିଗୁମ୍ମା, ୩।୮(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକକୁ ଗର୍ବିତ କରିଛନ୍ତି ମାଳଦା ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମର ସଂଗ୍ରାମ ଭୂମିଆ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ସେ ୪୨୫…
ମହାପ୍ରଭୁଙ୍କ ସ୍ଥାନରେ ଅପରାଧର ସ୍ଥାନ ନାହିଁ
ପୁରୀ,୩।୮(ଅଜିତ୍ ମହାନ୍ତି)ପୁରୀ ପୋଲିସକୁ ଏକ ସଫଳତା ମିଳିଛି। ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ସଦର ଥାନା ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମର ଶ୍ରୀଧର ଜେନା…
ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ
ଟରୌବା (ତ୍ରିନିଦାଦ), ୩ା୮ (ପି.ଟି.): ମଙ୍ଗଳବାର ସମାପିତ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍କୁ ୨-୧ରେ ଜିତିବା ପରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବାକୁ ଯାଉଛି ଭାରତ। ମଙ୍ଗଳବାର ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍ରେ ପ୍ରଥମେ…
ଭାରତରେ ୨୦ ନକଲି ବିଶ୍ୱବିଦ୍ୟାଳୟ: ୟୁଜିସି
ନୂଆଦିଲ୍ଲୀ,୩ା୮: ଭାରତରେ ୨୦ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବା ବୁଧବାର ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ପ୍ରଦାନ ପାଇଁ ଅଧିକୃତ ନୁହନ୍ତି। ଜାଲ୍ ବିଶ୍ୱବିଦ୍ୟାଳୟ ମଧ୍ୟରୁ ସର୍ବାଧିକ ୮ଟି ଦିଲ୍ଲୀରେ ରହିଛି।…
ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଆରମ୍ଭ
ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଦକ୍ଷତା ଥିବା ପ୍ରତିଭାଙ୍କୁ ଖୋଜି ବାହାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିବସରେ ୩୨ଜଣ…
କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା
ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ ଗାଁକୁ ଯାଇଥିବା ମାଟି ରାସ୍ତା କାଦୁଅରେ ପଚପଚ। ବର୍ଷା ଦିନେ ଗାଁକୁ ଚାରିଚକିଆ ଗାଡି…
ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି
ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )କଟକ ଜିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଭଜନ ମଣ୍ଡପ ଓ ମନ୍ଦିରରେ ମହାନଦୀର ପ୍ରଥମ ବନ୍ୟାଜଳ ବୁଧବାର ରାତିରେ ପଶିଛି। ସନ୍ଧ୍ୟା ସୁଦ୍ଧା ମନ୍ଦିର ସମ୍ମୁଖରେ ଥିବା ସମସ୍ତ ପାହାଚ ବୁଡ଼ିଯିବା ସହ ମନ୍ଦିର ବେଢ଼ା…
ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ
କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି।…
ଆଥଲେଟିକ୍ସରେ ବ୍ରୋଞ୍ଜ୍ରୁ ଭାରତର ଅଭିଯାନ
ଚେଙ୍ଗଡୁ, ୩।୮: ଏଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ବୁଧବାର ଭାରତର ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଭବାନୀ ଯାଦବ ଭଗବତୀ ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୬.୩୨ ମିଟର ଜମ୍ପକରି ଏହି…
ଜିଆନ୍ଲୁଗି ବଫନଙ୍କ ଅବସର
ପାର୍ମା,୩ା୮(ପି.ଟି.): ଇଟାଲୀ ଦଳର ବିଶ୍ୱ ବିଜୟୀ ଗୋଲକିପର ତଥା ଜୁଭେଣ୍ଟସ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିଥିବା ଜିଆନ୍ଲୁଗି ବଫନ ୪୫ ବର୍ଷ ବୟସରେ କ୍ଲବ୍ ଫୁଟବଲରୁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବରେ ପରିଗଣିତ ହେଉଥିବା ବଫନ…
ମହରମ୍ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ
ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି। ଏବେ ଇସ୍ରୋ ପକ୍ଷରୁ ୩ୟ ଥର ପାଇଁ ପଠାଯାଇଥିବା ଚନ୍ଦ୍ରୟାନ-୩ ପୂର୍ବ ନିର୍ଦ୍ଧାରିତ ସମୟ…
Archives


