କନିଷ୍କା ବିମାନ ଦୁର୍ଘଟଣା: କାନାଡା ଗୁରୁତ୍ୱ ନ ଦେବା ନେଇ ଏବେ ଉଠିଲା ପ୍ରଶ୍ନ

ଅଟାଓ୍ବା,୨୬।୯: ଭାରତ-କାନାଡା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। କାନାଡା ଦେଶରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖଲିସ୍ତାନ ସମର୍ଥକମାନେ ପ୍ରାୟ ୫୦ ବର୍ଷ ଧରି କାନାଡାରେ ମୁକ୍ତ ଭାବରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଛନ୍ତି, ତଥାପି ସେଠାରେ କ୍ଷମତାକୁ ଆସୁଥିବା ସରକାର ଏହି ଆତଙ୍କବାଦୀଙ୍କ ଧମକ, ହିଂସା ତଥା ଡ୍ରଗ କାରବାର ଉପରେ ନିରବ ରହିଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଏୟାର ଇଣ୍ଡିଆ କନିଷ୍କା ବିମାନ ଦୁର୍ଘଟଣା।

୧୯୮୫ ଜୁନ ୨୮ରେ ଯେତେବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆ କନିଷ୍କା ବିମାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା କୁହାଯାଉଥିଲା। ଦୁର୍ଘଟଣାରେ ଅଧିକାଂଶ କାନାଡୀୟଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ କାନାଡା ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରି ନ ଥିଲା। ଏୟାର ଇଣ୍ଡିଆ ଫ୍ଲାଇଟ୍‌ କନିଷ୍କା ୧୮୨ ବିସ୍ଫୋରଣ ହେଉଛି କାନାଡା ଇତିହାସରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ।

କାନାଡା ସରକାର ଏହି ଘଟଣାରେ ଆତଙ୍କବାଦୀଙ୍କ ଉପରେ କୋହଳ ମନୋଭାବ ପୋଷଣ କରିଥିଲେ। କାନାଡାର ସୁରକ୍ଷା ଏଜେନ୍ସିର ଅବହେଳା ଯୋଗୁଁ ବିମାନ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ତଲୱିନ୍ଦର ସିଂ ପରମାର ଏବଂ ତାଙ୍କ ସମର୍ଥକମାନେ ସହଜରେ ଖସି ଯାଇଥିଲେ। କାନାଡା ଏହି ବିଷୟରେ କୌଣସି ଅନୁସନ୍ଧାନ କରିଛି କି ନାହିଁ, ସେ ବିଷୟରେ କୌଣସି ତଥ୍ୟ ନାହିଁ। ଅପରାଧୀଙ୍କୁ ଖୋଜିବା ଏବଂ ପ୍ରକୃତ ଷଡଯନ୍ତ୍ରର ଖୁଲାସା କରିବାରେ କାନାଡିୟ ଏଜେନ୍ସିଗୁଡ଼ିକ କୌଣସି ତତ୍ପରତା ଦେଖାଇ ନ ଥିବା ଜଣାଯାଇଛି।
ଏହାଯୋଗୁ କାନାଡା ଏବେ ଏହି ଆତଙ୍କବାଦୀଙ୍କ ପାଇଁ ଚରାଭୂଇଁ ପାଲଟି ଯାଇଛି। ପରମାର ବର୍ତ୍ତମାନ କାନାଡାର ଖଲିସ୍ତାନୀ ସମର୍ଥକଙ୍କ ହିରୋ ପାଲଟି ଯାଇଛନ୍ତି । ପରିସ୍ଥିତି ଏପରି ଯେ ପ୍ରତିବନ୍ଧକ ଲାଗିଥିବା ଗୋଷ୍ଠୀ ଶିଖ ଫର ଜଷ୍ଟିସ ନିଜ ମିଶନର ନାମ ପରମାର ନାମରେ ନାମିତ କରିଛି। ଏହା ଖଲିସ୍ତାନୀ ଉଗ୍ରବାଦୀଙ୍କ ମନୋବଳକୁ ଆହୁରି ବଢାଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?