ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ ବର୍ଷ ଦାଦାସାହେବ ଫାଲକେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି।
ଅଭିନେତ୍ରୀ ୱାହିଦା ରେହମାନ ‘ଗାଇଡ’, ‘ପ୍ୟାସା’, ‘କାଗଜ କେ ଫୁଲ’ ଏବଂ ‘ଚୌଧାଭି କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ ’, ‘ଗାଇଡ’ , ‘ଖାମୋଶି’ ଏବଂ ଅନ୍ୟାନ୍ୟ ଫିଲ୍ମରେ ୫ ଦଶନ୍ଧି ଧରି ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଚମତ୍କାର ଅଭିନୟ ପାଇଁ ଅଭିନେତ୍ରୀ ‘ରେଶମା ଔର ଶେରା’ରେ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣରେ ପୁରସ୍କୃତ ହୋଇଥିବା ୱାହିଦା ଜୀ ଜଣେ ଭାରତୀୟ ମହିଳାଙ୍କ ଉତ୍ସର୍ଗୀକୃତତା, ପ୍ରତିବଦ୍ଧତା ଏବଂ ଶକ୍ତିର ଉଦାହରଣ ଦେଇଛନ୍ତି, ଯିଏ ନିଜ କଠିନ ପରିଶ୍ରମ ସହିତ ଉଚ୍ଚ ସ୍ତରର ବୃତ୍ତିଗତ ଉତ୍କର୍ଷ ହାସଲ କରିପାରିଛନ୍ତି।
ୱାହିଦା ରେହମାନ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ସେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୁଅନ୍ତି। ସେ ଶେଷ ଥର ପାଇଁ ୨୦୨୧ରେ ମୁକ୍ତିଲାଭ କରିଥିବା ବୟ ସ୍ପୋର୍ଟସ ଡ୍ରାମା ‘ସ୍କାଟର୍ ଗାର୍ଲ’ରେ ଦେଖିବାକୁ ମିଳିଥିଲା।
I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema.
Waheeda ji has been critically acclaimed for her…
— Anurag Thakur (@ianuragthakur) September 26, 2023

