Home

ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର

ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର ହୋଇଛି। ଗତ ୧୯ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଦେଇଥିବା ନିର୍ଦ୍ଦେଶ ଅନୁସାରେ…

ସୁବର୍ଣ୍ଣରେଖାର ୪ ବାଲି ସଇରାତ ବନ୍ଦ

ଜଳେଶ୍ୱର, ୨ା୧୧(ରବିନାରାୟଣ ପାତ୍ର) ଏନ୍‌ଜିଟିର ରୋକ ଓ ଅନ୍ୟ ବିଭିନ୍ନ କାରଣରୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଥିବା ମୋଟ ୨୩ଟି ବାଲି ସଇରାତରୁ ଚଳିତବର୍ଷଠାରୁ ୪ଟିକୁ ବନ୍ଦ କରାଯାଇଛି। ନୂଆ ଆଇନ ଅନୁଯାୟୀ ୧୯ଟି ସଇରାତରୁ ବାଲି ଉତ୍ତୋଳନ…

ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ ରଖି ଲୋକେ ଶୀତବସ୍ତ୍ର କିଣିବା ଆରମ୍ଭ କଲେଣି। ବ୍ରହ୍ମପୁରର ଏସ୍‌ଏସ୍‌ଭିଟି ପଡିଆରେ ଏବେଠୁ…

ଧାନକ୍ଷେତରେ ଗୋରୁ ଚରାଇଲେ ଚାଷୀ

ପାରଳାଖେମୁଣ୍ଡି/ମୋହନା,୨ା୧୧ (ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତି ଦେଖିବାକୁ ମିଳିଛି। ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି। ବର୍ଷାଭାବ ଯୋଗୁ ଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ମନୋଭାବ ପରିଲକ୍ଷିତ…

ଶେଷ ସମୟର ବନ୍ଧୁ ନରହରି ସ୍ବାଇଁ: ଦାହ କଲେଣି ୪୪୨୫ ମୃତଦେହ

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ମଣିଷ ଜୀବନରେ ଜନ୍ମ ଆଉ ମୃତ୍ୟୁ ଧୃବ ସତ୍ୟ। ମୃତ୍ୟୁ ପରେ ଯେ ଶ୍ମଶାନରେ ଉପସ୍ଥିତ ରହେ, ସେ ହିଁ ପ୍ରକୃତ ବନ୍ଧୁ। ଏଭଳି ଜଣେ ଦରଦୀ ବନ୍ଧୁ ମଣିଷ ହେଉଛନ୍ତି ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର…

ଭଙ୍ଗା ଗମ୍ବୁଜ ମରାମତି କରି ଅର୍ଥ ଲୁଟ୍‌ ମସୁଧା

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ମହାଭାରତ ଯୁଗର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟ ସର୍ବଜନବିଦିତ ା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଏବେ ଏହି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିଲା ଖଣିଜ…

ପ୍ରଦୂଷଣ ବଳୟରେ ଛଟପଟ ପଥଚାରୀ

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ଜିଲା ପ୍ରଶାସନ ଏବଂ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଆଗରେ ଜନସାଧାରଣଙ୍କ ସ୍ବାର୍ଥ କିପରି ବଳି ପଡେ ତାହାର ଜ୍ୱଳନ୍ତ ଉଦାହରଣ ମାନପୁର ବ୍ରିଜ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ଆର୍ଥିକ ଅଭିବୃଦ୍ଧିର…

ପାଣି ଅଭାବରୁ ଧାନଗଛରୁ ଥୋଡ଼ ବାହାରୁନି

ମହାକାଳପଡ଼ା,୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନରେ କେନାଲ ବନ୍ଧ ପାର୍ଶ୍ୱ ଖାଲୁଆ ଜମିକୁ ଛାଡ଼ି ଦେଲେ ଅନ୍ୟ ଢିପଜମି ଫାଟି ଅଁା କଲାଣି। ଅଣଜଳସେଚିତ ଜମିରେ ପାଣି ଅଭାବରୁ ଧାନଗଛ ଏବେ ଗର୍ଭ ଧାରଣ କରିଛି। ପାଣି ମୁନ୍ଦେ…

ତଦନ୍ତରେ ସହଯୋଗ ପାଇଁ ତିସ୍ତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨ା୧୧(ପି.ଟି.): ପାଣ୍ଠି ହେରଫେର ମାମଲାରେ ସମ୍ପୃକ୍ତ ଆକ୍ଟିଭିଷ୍ଟ ତିସ୍ତା ସିତଲଓ୍ବାଡ୍‌ ଓ ତାଙ୍କ ସ୍ବାମୀ ଜାଭେଦ ଆନନ୍ଦଙ୍କୁ ତଦନ୍ତରେ ଗୁଜରାଟ ପୋଲିସକୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କୁ ପୂର୍ବରୁ ମିଳିଥିବା ଆଗୁଆ ଜାମିନ୍‌ରେ ହସ୍ତକ୍ଷେପ…

ସାତଭାୟାରେ ସୃଷ୍ଟି ହୋଇଛି ନୂଆ ବେଳାଭୂମି

କେନ୍ଦ୍ରାପଡ଼ା, ୨ା୧୧ (ଜଗନ୍ନାଥ ଧଳ) ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ…

ହାସିନାଙ୍କ ଝିଅ ଡବ୍ଲ୍ୟୁଏଚ୍‌ଓ ରିଜିଓନାଲ ଡାଇରେକ୍ଟର

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ୍‌ ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଦକ୍ଷିଣ-ପୂର୍ବ ଏସିଆ ରିଜିୟନ୍‌ ପାଇଁ ନୂଆ ଆଞ୍ଚଳିକ ନିର୍ଦ୍ଦେଶିକା ନିର୍ବାଚିତ ହୋଇଛନ୍ତି। ସେ ୨୦୨୪ରୁ ୪ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।…

ନନ୍ଦିନୀ ଦାସଙ୍କୁ ବ୍ରିଟିଶ୍‌ ଏକାଡେମୀ ବୁକ୍‌ ପ୍ରାଇଜ୍‌

ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ୍‌ ଏକାଡେମୀ ବୁକ୍‌ ପ୍ରାଇଜ୍‌ ବିଜୟିନୀ ହୋଇଛନ୍ତି। ଏହି ୪୯ ବର୍ଷୀୟା ଇଂଲିଶ୍‌ ପ୍ରଫେସର ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡରେ ପ୍ରାଧ୍ୟାପନା କରନ୍ତି। ନନ୍ଦିନୀ ତାଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ: ଇଂଲଣ୍ଡ, ମୋଗଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri