ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି

କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ବେଳେ ପ୍ରଥମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇ ତିନି ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ହିତାଧିକାରୀ ଅଧା ଘର ନିର୍ମାଣ କରି ଦ୍ବିତୀୟ କିସ୍ତି ଟଙ୍କାକୁ ଅପେକ୍ଷା କରିଥିବା ବେଳେ ପଟ୍ଟା ନ ଥିଲେ ଦ୍ବିତୀୟ କିସ୍ତି ମିଳିବନି ବୋଲି କୁନ୍ଦୁରା ବ୍ଲକରେ ନୂଆ କରି ଯୋଗଦେଇଥିବା ବିଡିଓ କପିଳେଶ୍ବର ତାଣ୍ଡି କହିଛନ୍ତି। ଫଳରେ ଅଧା ଗୃହ ନିର୍ମାଣ କରି ବହୁ ଗରିବ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି। ପ୍ରଶାସନର ଏତାଦୃଶ ନିଷ୍ପତ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋରାପୁଟ ଜିଲାର କୁନ୍ଦୁରା ବ୍ଲକ ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ତାଲିକାରେ ଜିଲାରେ ପ୍ରଥମ ସ୍ଥାନରେ ରହିଛି। କୁନ୍ଦୁରା ବ୍ଲକ ଅଧୀନରେ ୧୬ଟି ପଞ୍ଚାୟତ ରହିଥିବା ବେଳେ ଗତ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରାୟ ୪୦୦ରୁ ଅଧିକା ନିର୍ମାଣ ନ ହୋଇ ପଡ଼ି ରହିଛି। ସେହିଭଳି ୨୦୨୩ରେ ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ୨୨୫୦ ଗୃହରୁ ମାତ୍ର ୨୦୦ ଗୃହ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ବିଡିଓ ତାଣ୍ଡି କହନ୍ତି, ଯେଉଁ ହିତାଧିକାରୀଙ୍କ ପଟ୍ଟା ନାହିଁ ସେମାନଙ୍କ ବିଲ ପଟ୍ଟା ଦାଖଲ କରିବାକୁ ହିତାଧିକାରୀଙ୍କୁ କୁହାଯାଇଛି। ସେମାନେ ଏହା ଦାଖଲ କରିବା ପରେ ସେମାନଙ୍କ ଦ୍ୱିତୀୟ କିସ୍ତି ଅର୍ଥ ଜମାଖାତାରେ ପୈଠ କରାଯିବ। ପଟ୍ଟା ନ ଥାଇ ଜଣେ ବ୍ୟକ୍ତିଙ୍କୁ କିପରି ପ୍ରଶାସନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ପାଇଁ ଯୋଗ୍ୟ ହିତାଧିକାରୀ ରୂପେ ତାଲିକାଭୁକ୍ତ ହୋଇପାରିଲା ଏବଂ ପଟ୍ଟା ନ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖତାକୁ ପ୍ରଶାସନ କିପରି ପ୍ରଥମ କିସ୍ତି ଟଙ୍କା ଛାଡିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏହି କାର୍ଯ୍ୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ସହାୟକ ନିୟୋଜିତ ରହିଥିବା ବେଳେ ଏବେ ସେମାନେ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି। ୨୦୧୧ ବସତି ବନ୍ଦୋବସ୍ତ ତଥା ସେଟେଲମେଣ୍ଟ ଅନୁସାରେ କୁନ୍ଦୁରା ବ୍ଲକ୍‌ରେ ୫୦ ପ୍ରତିଶତ ଜାଗାର ପଟ୍ଟା ନ ଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ତହସିଲଦାରଙ୍କ ଦ୍ୱାରା ପଟ୍ଟା ନ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ଏହା ପ୍ରଦାନ କରିବା ପାଇଁ ନିୟମ ରହିଛି। ଏହି ନିୟମକୁ ଉପଯୋଗ ନ କରି ପ୍ରଶାସନ ଗରିବ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। କୁନ୍ଦୁରା ବ୍ଲକରେ ଗତ ୨ ବର୍ଷ ମଧ୍ୟରେ ୪ ଜଣ ବିଡିଓଙ୍କ ବଦଳି ହେବାଓ ସମସ୍ତ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ଯୋଗୁ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଗୃହ ନିର୍ମାଣରେ ବିଳମ୍ବ ହେଉଥିବା ଆଲୋଚନାହେଉଛି। ଏଥିପ୍ରତି ଜିଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ଲାଗି ସାଧାରରରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?