ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ ପ୍ରେରଣ କଲା ବେଳେ ଧମନୀର ଓ୍ବାଲ୍‌ ବା ପାଚେରିରେ ଯେଉଁ ଚାପ ଅନୁଭୂତ ହୁଏ, ତାହାକୁ କୁହାଯାଏ ‘ସିଷ୍ଟୋଲିକ୍‌ ରକ୍ତଚାପ’। କିନ୍ତୁ ହୃତ୍‌ପିଣ୍ଡ ସଙ୍କୁଚିତ ହେବା ପରେ ଅତି ସ୍ବଳ୍ପ ସମୟ ପାଇଁ ତାହା ଶିଥିଳ ହୋଇ ରହେ। ଏହି ସମୟରେ ମଧ୍ୟ ଅବ୍ୟାହତ ରହିଥାଏ ରକ୍ତ ପ୍ରବାହ ଏବଂ ଧମନୀର ପାଚେରିରେ ସାମାନ୍ୟ ଚାପ ଅନୁଭୂତ ହୁଏ। ଏହି ପ୍ରକାରର ଚାପକୁ କୁହାଯାଏ ‘ଡାୟୋଷ୍ଟୋଲିକ ରକ୍ତଚାପ’ ଏବଂ ଏହା ସିଷ୍ଟୋଲିକ ରକ୍ତଚାପ ଠାରୁ ଊଣା। ସିଷ୍ଟୋଲିକ୍‌ ଚାପ ହେଉଛି ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ସର୍ବାଧିକ ଚାପ ଏବଂ ଡାୟୋଷ୍ଟୋଲକ ଚାପ ହେଉଛି ହୃତ୍‌ପିଣ୍ଡ ଶିଥିଳତା ବା ପ୍ରସାରଣ ସମୟର ସର୍ବନିମ୍ନ ଚାପ।
ଆମ ସମସ୍ତଙ୍କର କ’ଣ ରକ୍ତଚାପ ରହିଛି :  ହଁ, ପିଲା, ବୁଢ଼ା, ନାରୀ, ପୁରୁଷ ସମସ୍ତଙ୍କର ରକ୍ତଚାପ ଅଛି। ଏପରି କି ପ୍ରତ୍ୟେକ ଶିଶୁ ମଧ୍ୟ ନିଜ ରକ୍ତଚାପକୁ ଧରି ଭୂମିଷ୍ଠ ହୋଇଥାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତିଙ୍କର ରକ୍ତଚାପକୁ ଆମେ ସାଧାରଣ ରକ୍ତଚାପ ବା ‘ନର୍ମାଲ ବ୍ଲଡ ପ୍ରେସର’ ବୋଲି କହିଥାଉ। ଏହା ବଢ଼ିଗଲେ ସେହି ଅସ୍ବାଭାବିକତାକୁ କୁହାଯାଏ ‘ଉଚ୍ଚ ରକ୍ତଚାପ’ ବା ହାଇପର ଟେନ୍‌ସନ୍‌ (‘ହାଇପର’ର ଅର୍ଥ ଅଧିକ ଏବଂ ‘ଟେନ୍‌ସନ୍‌’ର ଅର୍ଥ ଚାପ)। ଶରୀର ସାରା ରକ୍ତ ସଞ୍ଚାଳନ ପାଇଁ ରକ୍ତଚାପ ଅପରିହାର୍ଯ୍ୟ। ରକ୍ତର ଚାପ ଥିବାରୁ ହିଁ ରକ୍ତରେ ଥିବା ଜଳ, ଅମ୍ଳଜାନ ଓ ଖାଦ୍ୟ ଉପାଦାନମାନ ଶରୀରର ସବୁକୋଷରେ ସହଜରେ ପହଞ୍ଚତ୍ଥାଏ।
ରକ୍ତଚାପକୁ ପ୍ରକାଶ କରାଯାଏ କିପରି ରକ୍ତଚାପକୁ ଦୁଇଟି ସଂଖ୍ୟା ଭାବରେ ପ୍ରକାଶ କରାଯାଏ ଓ ଭଗ୍ନାଂଶ ଲେଖିବା ପ୍ରକାରେ ଉପର ଓ ତଳ ରୀତିରେ ଲେଖାଯାଏ। ଏଥିରେ ଉପର ସଂଖ୍ୟାଟି ସିଷ୍ଟୋଲିକ୍‌ ରକ୍ତଚାପ ଏବଂ ତଳ ସଂଖ୍ୟାଟି ଡାୟୋଷ୍ଟୋଲିକ୍‌ ରକ୍ତଚାପ। ରକ୍ତଚାପର ଏକକ ହେଉଛି ମିଲିମିଟର ଅଫ୍‌ ମକ୍ୟୁରୀ (mm of Hg)। ଉଦାହରଣସ୍ବରୂପ ୧୨୦/୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି ବୋଲି ଲେଖିଲେ ସିଷ୍ଟୋଲିକ୍‌ ରକ୍ତଚାପ ହେଉଛି ୧୨୦ ଏବଂ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି। ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କର ସିଷ୍ଟୋଲିକ ଓ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି।
୧୮ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କର ସିଷ୍ଟୋଲିକ୍‌ ଓ ଡାୟୋଷ୍ଟୋଲିକ୍‌ ରକ୍ତଚାପ ଯଥାକ୍ରମେ ୧୨୦ରୁ କମ୍‌ ଓ ୮୦ରୁ କମ୍‌ ରହିଥିଲେ ତାହା ସାଧାରଣ ରକ୍ତଚାପ ବା ନର୍ମାଲ ବ୍ଲଡ ପ୍ରେସର। ଏହା ଯଥାକ୍ରମେ ୧୨୦ରୁ ୧୩୯ ଏବଂ ୮୦ରୁ ୮୯ ମଧ୍ୟରେ ରହିଥିଲେ ତାହା ପ୍ରାକ୍‌ ଉଚ୍ଚ ରକ୍ତଚାପ ଅବସ୍ଥା ବା ପ୍ରିହାଇପରଟେନ୍‌ସନ୍‌। ମାତ୍ର ଏହା ଯଥାକ୍ରମେ ୧୪୦ରୁ ବେଶି ଏବଂ ୯୦ରୁ ବେଶି ରହିଥିଲେ ତାହା ଉଚ୍ଚ ରକ୍ତଚାପ ବା ‘ହାଇପରଟେନ୍‌ସନ୍‌’। ଏହି ପରିପ୍ରେକ୍ଷୀରେ ଦେଖିଲେ ରକ୍ତଚାପ ୧୨୦/୮୦ ମିଲିମିଟର ଅଫ୍‌ ମକ୍ୟୁରୀରୁ ବେଶି ରହିଥିଲେ ତାହା ଆଦୌ ନିରାପଦ ନୁହେଁ।
କେଉଁ କେଉଁ କାରକ ରକ୍ତଚାପକୁ ପ୍ରଭାବିତ କରିଥାନ୍ତି
-ବାପା କିମ୍ବା ମା’ ଉଭୟ ଉଚ୍ଚ ରକ୍ତଚାପ ରୋଗୀ ହୋଇଥିଲେ ସନ୍ତାନମାନେ ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ବେଶି।
-ବୟସ ବଢ଼ିଲେ ରକ୍ତଚାପ କିଛି ମାତ୍ରାରେ ବଢ଼ିପାରେ। ତେବେ ୪୫ରୁ ୬୦ ବର୍ଷ ବୟସ ଏହି ରୋଗ ପାଇଁ ସମ୍ବେଦନଶୀଳ ବୟସ। ଶିଶୁ ଓ କିଶୋରୀକିଶୋରମାନଙ୍କଠାରେ ମଧ୍ୟ ରକ୍ତଚାପ ବଢ଼ିପାରେ।
-ସୁସ୍ଥ ପୁରୁଷମାନଙ୍କ ତୁଳନାରେ ସୁସ୍ଥ ମହିଳାମାନଙ୍କ ରକ୍ତଚାପ ସାମାନ୍ୟ ଊଣା। ଠିଆ ହେବା ଭଙ୍ଗୀରେ ସିଷ୍ଟୋଲିକ୍‌ ଚାପ ଟିକିଏ କମ୍‌ ଏବଂ ଡାୟୋଲୋଷ୍ଟିକ ଚାପ ଟିକିଏ ବେଶି। ବିଛଣାରେ ଶୋଇ ରହିବା ଅବସ୍ଥାରେ ଡାୟୋଷ୍ଟୋଲିକ୍‌ କମ୍‌ ଓ ସିଷ୍ଟୋଲିକ୍‌ ବେଶି।
-ବ୍ୟାୟାମ କରୁଥିବା ବେଳେ ରକ୍ତଚାପ ବଢ଼ିଯାଏ ଏବଂ ବ୍ୟାୟାମ ବନ୍ଦ କରିଦେଇ ବିଶ୍ରାମ ନେଲେ ରକ୍ତଚାପ ତାହାର ପୂର୍ବ ଅବସ୍ଥାକୁ ଫେରିଆସେ।
-କ୍ରୋଧ, ବିରକ୍ତି, ବିଷାଦ, କଳହ, ଅଶାନ୍ତି ଓ ଅସ୍ବାଭାବିକ ମାନସିକ ଚାପ ରକ୍ତଚାପକୁ ବଢ଼ାଇ ଦିଏ।
-ଶରୀରରେ ଚର୍ବି ଜମି ମେଦବହୁଳତା ପ୍ରକାଶ ପାଇଲେ ରକ୍ତଚାପ ବଢ଼ିଯାଇ ପାରେ।
-ନିୟମିତ ଭାବରେ ଅଧିକ ପରିମାଣର ଲୁଣ, ଲହୁଣି, ଘିଅ, ବନସ୍ପତି, ଅନ୍ୟାନ୍ୟ ତେଲ, ମଦ, ପଶୁ ମାଂସ ବିଶେଷଭାବରେ ଚର୍ବି ଲାଗିଥିବା ମାଂସ ଖାଇଲେ ରକ୍ତଚାପ ବଢ଼ିଯିବାର ଆଶଙ୍କା ଅଧିକ। ବେଶି ପରିମାଣର ଫାଷ୍ଟଫୁଡ୍‌ ଏବଂ ମିଠା ଖାଇଚାଲିଲେ ମେଦବହୁଳତା ହୋଇ ରକ୍ତଚାପ ବଢ଼ାଏ। ଏକ ଆକଳନରୁ ଜଣାପଡିଛି ଯେ, ପୃଥିବୀରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୦୦ କୋଟି ୩୦ ଲକ୍ଷ। ଏମାନଙ୍କ ମଧ୍ୟରେ କେବଳ ଭାରତରେ ରହିଛନ୍ତି ୨୨ କୋଟି। ଏଭଳି ରୋଗୀଙ୍କ ସଂଖ୍ୟା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କମ୍‌।
ଲକ୍ଷଣ : ଜାଣି ରଖନ୍ତୁ ଯେ, ରକ୍ତଚାପ ଅଧିକ ଥିବା ସତ୍ତ୍ୱେ କୌଣସି ଲକ୍ଷଣ ପ୍ରକାଶ ପାଉ ନ ଥିବା ଅତି ସାଧାରଣ। ତେଣୁ ଉଚ୍ଚ ରକ୍ତଚାପକୁ କୁହାଯାଏ ନିଃଶବ୍ଦ ଘାତକ (sailent killer) ବା ନୀରବ ଘାତକ। ତେବେ ରକ୍ତଚାପର ମାତ୍ରା ବେଶି ବଢ଼ିଗଲେ ମୁଣ୍ଡ ବଥାଏ, ମୁଣ୍ଡ ଘୂରାଇପାରେ, ନାକରୁ ରକ୍ତ ପଡ଼ିପାରେ, ଆଖିକୁ ଜାଳୁଜାଳୁଆ ଦେଖାଯାଇପାରେ, କାନରେ ସେଁ ସେଁ ଶବ୍ଦ ଶୁଣାଯାଇପାରେ। କାହା କାହାଠାରେ ଅନୁଭୂତ ହୋଇପାରେ ଶ୍ୱାସକଷ୍ଟ।
କେଉଁ କେଉଁ ଜଟିଳତା ପ୍ରକାଶ ପାଇପାରେ : ରକ୍ତଚାପ ବେଶି ରହିଲେ ହୃଦ୍‌ ରକ୍ତନଳୀ ଆକ୍ରାନ୍ତ ହୋଇ ହୋଇପାରେ ହାର୍ଟ ଆଟାକ୍‌। ହୋଇପାରେ ହାର୍ଟ ଫେଲ୍ୟୁୟର। ମସ୍ତିଷ୍କର ରକ୍ତନଳୀ ଫାଟିଯାଇ ମସ୍ତିଷ୍କ ଭିତରକୁ ରକ୍ତସ୍ରାବ ହୋଇପାରେ; ଫଳରେ ଜାତ ହୋଇପାରେ ବ୍ରେନ୍‌ ଆଟାକ ବା ଷ୍ଟ୍ରୋକ୍‌ ଏବଂ ପାରାଲିସିସ। ଚକ୍ଷୁ ଭିତରକୁ ରକ୍ତସ୍ରାବ ହୋଇ ଦୃଷ୍ଟିଶକ୍ତି ହାନି ହୋଇପାରେ। ପ୍ରକାଶ ପାଏ କ୍ରନିକ କିଡ୍‌ନୀ ଡିଜିଜ ବା ଦୀର୍ଘକାଳୀନ ବୃକ୍‌କ ରୋଗ ଓ ତଜ୍ଜନିତ ରେନାଲ ଫେଲ୍ୟୁୟର। ଘଟିପାରେ ସ୍ମୃତିହାନି ତଥା ଏକାଗ୍ରତାହାନି। (କ୍ରମଶଃ..)
ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩, ଅଭିନବ ବିଡ଼ାନାସୀ, କଟକ-୧୪
ମୋ : ୯୪୩୭୭୬୬୧୧୭

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri