Home

ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ: ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ

ପୁରୁଷୋତ୍ତମପୁର,୨।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛନ୍ତି। ପାହାଡ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୨୫ ରୁ ମନ୍ଦିର ଦ୍ୱାର ଫିଟା ଯାଇ…

ଉଇ ଲାଗି ନଷ୍ଟ ହେଲାଣି ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ

ରଣପୁର,୨ା୪ (ସୁକାନ୍ତ କିଶୋର ଡାକୁଆ):ରାଜ୍ୟ ସରକାର ବହୁ ପୁରଣା ଓ ବିପଦ ସଙ୍କୁଳରେ ଥିବା ସରକାରୀ କାର୍ଯ୍ୟାଳୟର ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ମଞ୍ଜୁର କରି ନୂଆ କୋଠାଘର ନିର୍ମାଣ କରୁଛନ୍ତି। ହେଲେ ନୟାଗଡ଼ ଜିଲା ରଣପୁର ତହସିଲ ଅଧୀନରେ…

ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ଦିରରେ ଶପଥ

ନୟାଗଡ଼,୨ା୪ (ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ପ୍ରସିଦ୍ଧ ଶୈବପୀଠ ଯାମୁପାଟଣାସ୍ଥିତ ଦୁତୀକେଶ୍ୱର ମନ୍ଦିରରେ ସୋମବାର ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ ଭୋଟ ଦେବା, ବିଜୟ ପାଇଁ ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତିସଭ୍ୟ ଶପଥ…

ଆଚରଣବିଧି ଲାଗୁ ପରେ ବି ହଟୁନି ନେତାଙ୍କ ହୋର୍ଡିଂ

ବ୍ରହ୍ମବରଦା,୨।୪(ଯଯାତି କେଶରୀ ବେହେରା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସାରା ଦେଶରେ ଆଚରଣବିଧି ଲାଗୁ ହୋଇଛି। ଏ ନେଇ ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବାବେଳେ ଗାଁ ଗହଳିରେ ପୋଲିସ ଓ ଜବାନମାନଙ୍କ ଦ୍ୱାରା ଫ୍ଲାଗ୍‌ ମାର୍ଚ୍ଚ କରାଯାଇ ମତଦାତାମାନଙ୍କ…

ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ୱର,ସାକ୍ଷୀଗୋପାଳ୨।୪(ସୁନିତ୍‌ ମିଶ୍ର/ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର):ପବିତ୍ର ଓଡ଼ିଶା ଦିବସ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ଓଡ଼ିଆ ଜାତିର ପୁଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ସ୍ଥିତ ଗୋପବନ୍ଧୁଙ୍କ ଅନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋରେ ପହଞ୍ଚିବା ପରେ…

ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୪ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ନିଜ ଏକ୍ସ ଆକାଉଣ୍ଟରେ ଶାନ୍ତିଲତାଙ୍କ ଅମର ଆତ୍ମାର…

ଭଜି ଭଜି ଚାଲିଗଲେ…

ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ….। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ ସମ୍ରାଜ୍ଞୀ ଭାବେ ପରିଚିତ ଶାନ୍ତିଲତା ବାରିକ ଛୋଟରାୟ। ସେ ନିଜକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ…

ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି

ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ…

୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା

ଭୁବନେଶ୍ୱର,୨ା୪(ଅନିଲଦାସ):ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି।…

ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୁକୁଣା ରଥ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨ା୪(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସର୍ଦ୍ଦାରୀ ମହାରଣା ସେବାୟତ ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ରଥଖଳାରେ ରଥ ନିର୍ମାଣ ଚାଲିଛି।…

ଅସ୍ମିତା ସବୁବେଳେ ସ୍ବାଭିମାନ ସହ ଯୋଡ଼ିହୋଇ ରହିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ଭାଷା ଓ ସଂସ୍କୃତି ହିଁ ଆମର ଅସ୍ମିତା। ଆଉ ଅସ୍ମିତା ସବୁବେଳେ ସ୍ବାଭିମାନ ସହ ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱରରେ ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଓଡ଼ିଶାର…

ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ୱର, ୨।୪(ଅସମାପିକା ସାହୁ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେବ। ଖାତା ଦେଖିବାକୁ ମୋଟ ୬,୫୦୦ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍‌ଲାଇନରେ ୨,୮୦୦ ଶିକ୍ଷକ ଖାତା ଦେଖୁଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?