ଉଇ ଲାଗି ନଷ୍ଟ ହେଲାଣି ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ

ରଣପୁର,୨ା୪ (ସୁକାନ୍ତ କିଶୋର ଡାକୁଆ):ରାଜ୍ୟ ସରକାର ବହୁ ପୁରଣା ଓ ବିପଦ ସଙ୍କୁଳରେ ଥିବା ସରକାରୀ କାର୍ଯ୍ୟାଳୟର ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ମଞ୍ଜୁର କରି ନୂଆ କୋଠାଘର ନିର୍ମାଣ କରୁଛନ୍ତି। ହେଲେ ନୟାଗଡ଼ ଜିଲା ରଣପୁର ତହସିଲ ଅଧୀନରେ ଥିବା ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଟି ପୁରଣା ମାଟି ଓ ଆଜେବେଷ୍ଟସ କାଠରେ ୬୮ବର୍ଷ ତଳେ ନିର୍ମାଣ ହୋଇଥିଲା। ଏବେ ଏହି ଘରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲାବେଳେ ପ୍ରଶାସନ ନିଦରେ ଶୋଇଛି। ରାଜ୍ୟ ସରକାର କି ଜିଲା ପ୍ରଶାସନ ସହ ସ୍ଥାନୀୟ ନେତାଙ୍କର ଏହି କାର୍ଯ୍ୟାଳୟ ଉପରେ ନଜର ପଡୁନି। ଏଥିଯୋଗୁ ଭଙ୍ଗା ମାଟି ଦଦରା ଆଜବେଷ୍ଟସ ଘରେ ଚାଲିଛି କାର୍ଯ୍ୟାଳୟ। ଫଳରେ ଆଜବେଷ୍ଟସର ଓରା ଶେଣୀ ଉଇ ପୋକ ଲାଗି ଫାଟି ଅଁା କଲାଣି। କାନ୍ଥରୁ ଛେଳା ଛେଳା ମାଟି ଖସୁଛି। କାର୍ଯ୍ୟାଳୟରେ ଥିବା କାଠ ଅଲମୀରା, ଟେବୁଲ ଓ ଆସବାବପତ୍ର କଥା ନ କହିଲେ ଭଲ, ସବୁ ଉଇ ଲାଗି ଖତରା ହୋଇ ଭଗ୍ନ ଅବସ୍ଥାରେ ଓହଳି ପଡ଼ି ରହିଛି। ରାଜସ୍ବ ଭଳି ଏକ ଗୁରୁତ୍ୱପୁର୍ଣ ବିଭାଗରେ ସାଧାରଣ ଲୋକଙ୍କର ରେକର୍ଡ ପତ୍ର ଅସୁରକ୍ଷିତ ଭାବେ ପଡି ରହିଛି।
ରାଜ୍ୟ ସରକାର ବିକାଶର ନାରା ଦେଉଥିବା ବେଳେ ଏହି ଅଞ୍ଚଳର ଏକମାତ୍ର ଉକ୍ତ ରାଜସ୍ବ କାର୍ଯ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି କର୍ଯ୍ୟାଳୟଟି ୧୯୫୬ ମସିହାରେ ଏଠାରେ ପ୍ରତିଷ୍ଠା ହୋଇଥିବା ବେଳେ, ଏପର୍ଯ୍ୟନ୍ତ ଏହାର ଠିକ୍‌ ପୁନରୁଦ୍ଧାର ଆଉ ହୋଇପାରିନାହିଁ। କିନ୍ତୁ ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟାଳୟଟି ବହୁ ରାଜସ୍ବ ପ୍ରଦାନ କରୁଛି। ସାମନ୍ୟ ବର୍ଷା ହେଲେ ଏଠି କାର୍ଯ୍ୟାଳୟ ଗୃହଟି ପାଣିରେ ଭାସେ। ତେଣୁ ଲୋକମାନେ ବିଭନ୍ନ କାମ ନେଇ ଆସିଥିବାବେଳେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟର କର୍ମଚାରିମାନଙ୍କ ପାଇ ଉଦ୍ଦିଷ୍ଟ ଚେୟାର ଟେବୁଲ ଭାଙ୍ଗି ଯାଇଛି। ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟାଳୟରେ ବସିବା ପାଇ ଚୌକିଟିଏ ନାହିଁ। ଯାହାଫଳରେ ଏହି କାର୍ଯ୍ୟାଳୟକୁ କାମ ପାଇ ଯାଇଥିବା ଲୋକଟିଏ ଦିନ ସାରା ଠିଆ ହୋଇ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଆଗରୁ ଏହି କାର୍ଯ୍ୟାଳୟରେ ବିଦ୍ୟୁତର ବ୍ୟବସ୍ଥା ନ ଥିଲା। ବିଦ୍ୟୁତ୍‌ ଖୁଣ୍ଟରେ ହୁକ୍‌ ପକାଇ କମ୍ପ୍ୟୁଟର ଚଳାଉ ଥିଲେ। ଏହି ଅଞ୍ଚଳର ଲୋକମାନେ ତହସିଲଦାରଙ୍କୁ ବହୁବାର ଅଭିଯୋଗ କରିବା ପରେ ଏବେ କିଛି ମାସ ହେବ ସ୍ଥାୟୀ ଭାବେ ବିଦ୍ୟୁତ ଅଣାଯାଇଛି। କାର୍ଯ୍ୟାଳୟ ଘରଟି ବହୁ ପୁରୁଣା ହୋଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି ସାମାନ୍ୟ ବର୍ଷା ପବନ ଆସିଲେ, କାର୍ଯ୍ୟ କରୁଥୁବା କର୍ମଚାରୀମାନେ ଭୟରେ ଘର ବାହାରକୁ ବାହାରି ଆସୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଲଗାଈ ବେଆଇନ ଭାବେ ଦୋକାନ କ୍ୟାବିନ ପକାଇଛନ୍ତି। ଯାହାକି ରାଜସ୍ବ କାର୍ଯ୍ୟାଳୟ ଏଠାରେ ଅଛି ବୋଲି ଦେଖା ବି ଯାଉନାହିଁ। ରଣପୁର ତହସିଲଦାରଙ୍କୁ ବହୁବାର ସ୍ଥାନୀୟ ଅଞ୍ଚଳବାସୀ ଲିଖିତ ଓ ମୌଖିକ ଅଭିଯୋଗ କରାଯାଇଛି। ଏହି ଜବରଦଖଲ ଉପରେ ସ୍ଥାନୀୟ ତହସିଲିଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯାହା ଫଳରେ ଆଉ କିଛି ବ୍ୟକ୍ତି ତହସିଲଦାରଙ୍କ ନୀରବତାକୁ ନେଇ କାର୍ଯ୍ୟାଳୟର ପାଚେରି ଉପରେ ସ୍ଥାୟୀ ଦୋକାନ ଘର ନିର୍ମାଣ କଲେଣି। ନୟାଗଡ ଜିଲାର ସମସ୍ତ ବିଭାଗର କାର୍ଯ୍ୟାଳୟ ଗୃହ ରୂପାନ୍ତିକରଣ ହୋଇଥିବା ବେଳେ ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଉନ୍ନତି ଅଣଦେଖାକୁ ନେଇ ଜିଲା ପ୍ରଶାସନ ଓ ରଣପୁର ବିଧାୟକଙ୍କୁ ଏହି ଅଞ୍ଚଳରେ ସମାଲୋଚନା ହେଉଥିବା ଜଣାପଡିଛି। ତେଣୁ ଏଠି ପ୍ରଶ୍ନ ଉଠେ ଯେ, ଏଭଳି ବିପଦ ପୂର୍ଣ୍ଣ ରାଜସ୍ବ କାର୍ଯ୍ୟାଳୟର ଘର ଭାଙ୍ଗି କିମ୍ବା ବିଜୁଳି ଘଡଘଡିରେ, ଯଦି କାର୍ଯ୍ୟାଳୟର କିମ୍ବା ସାଧାରଣଜନତାଙ୍କର କିଛି କ୍ଷତି ହୁଏ, ତେବେ ଏଥିପାଇଁ ଦାୟୀ କିଏ ରହିବେ। ଏ ସମ୍ପର୍କରେ ତହସିଲିଦାର ରବୀନ ଚଚିଲି ମିଶ୍ରଙ୍କୁ ପଚାରିବାରେ ଦର୍ପନାରାୟଣପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରଟି ଭଗ୍ନ ଅବସ୍ଥାରେ ଅଛି। ଏ ନେଇ ଆମେ ସରକାରଙ୍କୁ ପ୍ରପୋଜାଲ ପଠାଇବୁ ନିର୍ଦ୍ଦେଶ ଆସିଲେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?