ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି

ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ ଦେଇ ଜୟଯୁକ୍ତ କରାଉଥିଲେ। ନିର୍ବାଚନରେ ଅର୍ଥ ଅପେକ୍ଷା ପ୍ରାର୍ଥୀ ଓ ଦଳର ସୁନାମ ଦ୍ୱାରା ଭୋଟରଗଣ ପ୍ରଭାବିତ ହେଉଥିଲେ। ମାତ୍ର ଏବେ ସେଥିରେ ବହୁ ପରିବର୍ତ୍ତନ ଆସିଯାଇଛି। ପ୍ରାର୍ଥୀମାନଙ୍କର ଦଳପ୍ରତି ଆନୁଗତ୍ୟ ରହୁନଥିବାରୁ ବାରମ୍ବାର ଦଳବଦଳ କରିବା ଦ୍ୱାରା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ତା’ ସହିତ ଅପର୍ଯ୍ୟାପ୍ତ ଧନବଳରେ ଭୋଟରଙ୍କୁ ସବୁଦଳ ପ୍ରଭାବିତ କରିବାକୁ ଚେଷ୍ଟା କରିବା ଦ୍ୱାରା ଏହା ଗଣତନ୍ତ୍ର ପ୍ରତି ଏକ ବିପଦ ରୂପେ ମୁଣ୍ଡ ଟେକିଛି ବୋଲି ମତ ପ୍ରକାଶ ପାଇଛି। ‘ମୁକ୍ତଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଉଦ୍ୟମରେ ୧୯୬ତମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଡା. ଅଶୋକ କୁମାର ମହାପାତ୍ର କହିଲେ, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ନେତା ଓ ରାଜନୈତିକ ଦଳ ଆଗେଇ ଆସିବା ନିତାନ୍ତ ଆବଶ୍ୟକ। ଏଥିସହ ଭୋଟରମାନେ ମିଛ ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ନ ହେବା ପାଇଁ ସେ ଅନୁରୋଧ କରିଥିଲେ। ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଯୋଗଦେଇ, କ୍ରମାଗତ ଭାବେ ନିର୍ବାଚନ ଖର୍ଚ୍ଚବହୁଳ ହୋଇ ଚାଲୁଥିବା କହିଥିଲେ। ୨୦୧୯ ନିର୍ବାଚନର ଖର୍ଚ୍ଚଠାରୁ ୨୦୨୪ ନିର୍ବାଚନ ଖର୍ଚ୍ଚ ପ୍ରାୟ ଦୁଇଗୁଣ ହେବାକୁ ଯାଉଛି। ନିର୍ବାଚନ କମିଶନରଙ୍କ ଦ୍ୱାରା ନିର୍ବାଚନ ଆୟୋଜନ ପାଇଁ ଖର୍ଚ୍ଚ ବ୍ୟତୀତ ସବୁଠାରୁ ବଡ଼ ଖର୍ଚ୍ଚ ହେଉଛି ଦଳମାନଙ୍କର ପ୍ରଚାର ଓ ପ୍ରସାର ବାବଦରେ ହେଉଥିବା ଖର୍ଚ୍ଚ। ତେଣୁ ନିର୍ବାଚନ ପଦ୍ଧତିରେ ସଂସ୍କାର ଆଣିବା ନିହାତି ଆବଶ୍ୟକ ବୋଲି କହିଥିଲେ। ସଭାରେ ସାରଳା ଦାସ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ‘ଶାରଳା ପଞ୍ଜିକା’ ଉନ୍ମୋଚିତ ହୋଇଥିଲା। ସଭାରେ ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିବାବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri