ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍ ଲାଇଟ୍…
ରାତିରେ ଘରେ ନୀଳ ରଙ୍ଗର ବେଡ୍ ଲାଇଟ୍ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ମାତ୍ର ୩୦…
ଆକାଶରୁ ରୁପା ବର୍ଷା!
ପାଟନା,୬।୧୧: ବିହାର ରାଜ୍ୟ ସୀତାମାଢ଼ିର ସୁରସଣ୍ଡରେ ଆକାଶରୁ ରୁପା ବର୍ଷା ହେଉଥିବା ଖବର ସାମ୍ନାକୁ ଆସିଛି। ବୁଧବାର ସକାଳେ ଟାଓ୍ବାର ଛକରୁ ବରାହି ଗାଁକୁ ଯାଉଥିବା ରାସ୍ତାରେ ରୁପା ପଡ଼ିଥିବା ନେଇ ଗୁଜବ ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ…
ପୋଲିସକୁ ଝଟକା, ଓକିଲଙ୍କ ଉପରେ ନିଆଯିବନି କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ
ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପୋଲିସ ଓ ଓକିଲଙ୍କ ବିବାଦ ଥମିବାର ନାଁ ନେଉନି। ତିସ୍ ହଜାରୀ ହିଂସା ମାମଲାରେ ବୁଧବାର ହାଇକୋର୍ଟରୁ ପୋଲିସକୁ ଆଉ ଏକ ଝଟକା ଲାଗିଛି। ପୋଲିସ ଓ ଓକିଲଙ୍କ ବିବାଦ ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବ ରାୟକୁ କାଏମ…
ଏମିତି ଅଫିସ ଯେଉଁଠି ହେଲ୍ମେଟ୍ ପିନ୍ଧି କାମ କରନ୍ତି କର୍ମଚାରୀ
ଚଷମା ଏବଂ ଟୋପି ପିନ୍ଧି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଆମେ ଦେଖିଛୁ। ମାତ୍ର ହେଲମେଟ ପିନ୍ଧି କାମ କରିବା କଥା କେହି କେବେହେଲେ କଳ୍ପନା ମଧ୍ୟ କରି ନ ଥିବେ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ଉତ୍ତରପ୍ରଦେଶର…
ଆସିଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲ୍ହାଲ୍’ର ଝଲକ
ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲ୍ହାଲ୍’ର ଟିଜର ଶେୟାର କରିଛନ୍ତି। ଏଥିରେ ତାଙ୍କୁ କ୍ରିତି ସେନନ୍ଙ୍କ ଭଉଣୀ ନୂପୁରଙ୍କ ସହ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଗାୟକ ବି. ପ୍ରାକ୍ଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ‘ତେରା…
ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ ନୁହନ୍ତି। ଏବେ ସେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଚଲାପଥକୁ ଅନୁସରଣ…
ବିବାହ ପରେ କରୀନାଙ୍କୁ କ୍ୟାରିୟର ବୁଡ଼ିଯିବା ଡର ଥିଲା
କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି କରୀନା କପୁର। ବିବାହ ପରେ ଦର୍ଶକ ଭାବିଥିଲେ ତାଙ୍କ କ୍ୟାରିୟର ନିଶ୍ଚିତ ପ୍ରଭାବିତ ହେବ। ଖୋଦ୍ କରୀନାଙ୍କୁ ବି ପ୍ରେଗ୍ନାନ୍ସି ପରେ କ୍ୟାରିୟର ବୁଡ଼ିଯିବା ଭୟ ଘାରିଥିଲା। ଏକ ସାକ୍ଷାତକାରରେ କରୀନା କହିଛନ୍ତି,…
କ୍ୟାବିନ୍ ଓଲଟାଇବାକୁ କେନ୍ଦ୍ର କରି ବଚସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପାସପୋର୍ଟ ଅଫିସ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାବିନ୍ ଓଲଟାଇବାକୁ କେନ୍ଦ୍ର କରି ପ୍ରଥମେ ବଚସା ଏବଂ ପରେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଅଭୟ ନାୟକ।…
ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ମାଡ଼ ଘଟଣା : କେନ୍ଦ୍ର ପରିଦର୍ଶନ କଲେ ବିଧାୟକ
ଆନନ୍ଦପୁର,୬।୧୧(ସ୍ବ.ପ୍ର..): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଞ୍ଚାୟତ ଶିବନାରାୟଣପୁର ୧ନଂ. ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କ୍ଷୋଭ ପ୍ରକାଶ…
ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି
ପାଟକୁରା,୬।୧୧(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍କୁ ନଜରରେ ରଖି ବୁଧବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏନେଇ ଏକ ବୈଠକର ଆୟୋଜନ କରାଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ…
ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରି ଜଳାଇଲେ ଡ୍ରଗ୍ସ୍ ମାଫିଆ
ନ୍ୟୁ ମେକ୍ସିକୋ,୬।୧୧: ଉତ୍ତର ମେକ୍ସିକୋରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡ୍ରଗ୍ସ୍ ମାଫିଆମାନେ ଗୋଟିଏ ପରିବାରର ୬ ଶିଶୁ ଏବଂ ୩ ମହିଳାଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୮ ମାସର ଯାଆଁଳା ଶିଶୁ ରହିଥିବା ପୋଲିସ ପକ୍ଷରୁ ସୂଚନା…
ବାଇକ୍ ଦୁର୍ଘଟଣା : ୨ ଜଣଙ୍କ ଜୀବନଗଲା
ଯାଜପୁର ରୋଡ୍,୬।୧୧(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଯାଜପୁର ରୋଡ୍ ଜହ୍ନା ପୂର୍ତ୍ତ ବିଭାଗ ରାସ୍ତା ପାଟୁଳୀ ଛକ ନିକଟରେ ବୁଧବାର ସକାଳୁ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ…
Archives


