କମିବ ‘ମୋ ବସ୍‌’ ଭଡ଼ା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ‘ମୋ ବସ୍‌’ ପ୍ରତି ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେବାପରେ ଏବେ ବସ୍‌ ଭଡ଼ା କମାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବିଶେଷକରି ‘ମୋ ବସ୍‌’ର ଶୀତତାପ ନିୟନ୍ତ୍ରିତ (ଏସି-ବସ୍‌)ଗୁଡ଼ିକର ଭଡ଼ା କମାଇବାକୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ସ୍ଥିର କରିଛି। ଡିସେମ୍ବର ୧ରୁ ଜାନୁୟାରୀ ୩୧ ଯାଏ ଆଗାମୀ ୨ମାସ ପର୍ଯ୍ୟନ୍ତ ‘ମୋ ବସ୍‌’ର ଏସି-ବସ୍‌ଗୁଡିକରେ ଯାତ୍ରୀଙ୍କୁ ରିହାତି ଦିଆଯିବ। ତେବେ ଶୀତଦିନକୁ ଦୃଷ୍ଟିରେ ରଖି ଏସି-ବସ୍‌ର ଭଡ଼ାକୁ ୩୮% ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ବେଳେ ମାସିକ ପାସ୍‌ର ଦର ମଧ୍ୟ କମାଯାଇଛି। ପୂର୍ବରୁ ଏସି-ବସ୍‌ଗୁଡିକରେ ପ୍ରଥମ ୨ କି.ମି. ପାଇଁ ସର୍ବନିମ୍ନ ଭଡ଼ା ୮ ଟଙ୍କା ନିଆଯାଉଥିବା ବେଳେ ଏବେ ଏହାକୁ କମାଇ ୫ ଟଙ୍କା କରାଯାଇଛି। ସେହିଭଳି ସର୍ବାଧିକ ଭଡ଼ା ୧୦୦ ଟଙ୍କା ବଦଳରେ ୭୦ ଟଙ୍କା ସ୍ଥିର ହୋଇଛି। ଏନେଇ ଏକ ଖବରଦାତା ସମ୍ମିଳନୀରେ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି।
ବର୍ତ୍ତମାନ ଶୀତତାପ ନିୟନ୍ତ୍ରିତ ବସ୍‌ର ଭଡ଼ା ଅଣଶୀତତାପ ନିୟନ୍ତ୍ରିତ-ବସ୍‌ ଭଡ଼ାଠାରୁ ୬୦ରୁ ୧୪୦% ଅଧିକ ରହୁଛି। ନୂଆ ଦର ଅନୁଯାୟୀ ଉଭୟ ବସ୍‌ ମଧ୍ୟରେ ଭଡ଼ା ବ୍ୟବଧାନ ମାତ୍ର ୩୦% ଅଧିକ ରହିବ। ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ କ୍ରମାଗତ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖୁଚୁରା ଟଙ୍କା ଅଭାବକୁ ଦୃଷ୍ଟିରେ ରଖି ୫, ୮, ୧୦, ୧୩, ୧୫ ଓ ୧୭ ଟଙ୍କା ଥିବା ଅଣଶୀତତାପ ନିୟନ୍ତ୍ରିତ ବସ୍‌ ଭଡ଼ାକୁ ୫, ୧୦, ୧୫ ଓ ୨୦ ଟଙ୍କାରେ ପରିବର୍ତ୍ତିତ କରିବାକୁ ସ୍ଥିର ହୋଇଛି। ଏହାଦ୍ୱାରା ୪୧% ଅଣଶୀତତାପ ନିୟନ୍ତ୍ରିତ ବସ୍‌ ଯାତ୍ରୀ ରିହାତି ପାଇବେ ଏବଂ ମାତ୍ର ୯% ଯାତ୍ରୀ ସାମାନ୍ୟ ମୂଲ୍ୟବୃଦ୍ଧିରେ ପ୍ରଭାବିତ ହେବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଅଣଶୀତତାପ ନିୟନ୍ତ୍ରିତ ବସ୍‌ର ମାସିକ ଭଡ଼ା ୬୦୦ରୁ ୫୫୦ ଟଙ୍କାକୁ ହ୍ରାସ କରାଯିବାକୁ ଥିବାବେଳେ ଶୀତତାପ ନିୟନ୍ତ୍ରିତ ଭଡ଼ା ୯୦୦ ଟଙ୍କାରୁ ୭୫୦ ଟଙ୍କାକୁ କମାଯିବ। ଏହାବ୍ୟତୀତ ଅଣଶୀତତାପ ନିୟନ୍ତ୍ରିତ ବସ୍‌ର ମ୍ୟାଜିକ ପାସ୍‌ ଭଡ଼ା ୧୨୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ଏବଂ ଶୀତତାପ ନିୟନ୍ତ୍ରିତ ବସ୍‌ ପାଇଁ ୧୮୦୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା କରାଯାଇଛି। ପ୍ରଦୂଷଣ ମାତ୍ରା ରୋକିବା ଲାଗି ଲୋକଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରିବାକୁ ଉତ୍ସାହିତ କରିବା କ୍ରୁଟ୍‌ର ମୁଖ୍ୟ ଲକ୍ଷ୍ୟ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?