ଟୁଇଟରରେ ଭୂମିଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ଭୂମି ପାଡନେକର ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଭର୍ସାଟାଇଲ ଆକ୍ଟିଂ ସାଙ୍ଗକୁ ସିମ୍ପଲ୍‌ ଆଉ ଷ୍ଟାଇଲିଶ୍‌ ଲୁକ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରୁଛି। ତେବେ ଭୂମି ଏବେ ନିଜ ଅପ୍‌କମିଂ ଫିଲ୍ମ ‘ପତି, ପତ୍ନୀ ଔର ଓ୍ବ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହା ପୂର୍ବରୁ ତାଙ୍କର ଦୁଇଟି ଫିଲ୍ମ ‘ସୋନ୍‌ଚିଡିଆ’ ଏବଂ ‘ସାଣ୍ଢ୍‌ କି ଅଁାଖ’ ରିଲିଜ୍‌ ହୋଇଥିଲା। ଏହି ଦୁଇଟି ଫିଲ୍ମରେ ସେ ନନ୍‌-ଗ୍ଲାମରସ୍‌ ଲୁକ୍‌ରେ ନଜରକୁ ଆସିଥିଲେ। ହେଲେ ‘ପତି, ପତ୍ନୀ ଔର ଓ୍ବ’ ଫିଲ୍ମରେ ସେ ଷ୍ଟାଇଲିଶ୍‌ ହାଉସ୍‌ଓ୍ବାଇଫ୍‌ ଭୂମିକାରେ ନଜରକୁ ଆସିବେ।
ଭୂମି ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଖୁବ୍‌ ପ୍ରଶଂସା ମିଳିଚାଲିଛି। ହେଲେ ଏତେ ବ୍ୟସ୍ତତା ଭିତରେ ମଧ୍ୟ ସେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କୁ ନିଜ ଅପ୍‌ଡେଟ୍‌ ଦେବାକୁ ଭୁଲନ୍ତି ନାହିଁ। ସେ ପ୍ରାୟତଃ ନିଜର ଗ୍ଲାମ୍‌ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାରି ଭିତରେ ଟୁଇଟରରେ ଜଣେ ଫ୍ୟାନ୍‌ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭୂମିଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫ୍ୟାନ୍‌ ଜଣକ ଲେଖିଛନ୍ତି, “ହାଲୋ ସୁନ୍ଦରୀ ମ୍ୟାଡାମ୍‌। ଆପଣଙ୍କ ଫଟୋ ନ ଦେଖି ମୁଁ ଗୋଟିଏ ଦିନ ମଧ୍ୟ ରହିପାରିବିନି। ଆପଣ ଖୁବ୍‌ ସୁନ୍ଦର। ହୁଏତ ଆପଣ ଜଣେ ସାଧାରଣ ଝିଅ ହୋଇଥାଇପାରନ୍ତି, କିନ୍ତୁ ଆପଣ ଜଣେ ବଡ଼ ସେଲିବ୍ରିଟି। ମୁଁ କେତେ ବି ଭଲ ପାଇଲେ ଆପଣ ଜଣେ ସାଧାରଣ ବ୍ୟକ୍ତିକୁ ବିବାହ କରିବା ସମ୍ଭବ ନୁହେଁ, ସେଥିପାଇଁ ଦୁଃଖ ଲାଗେ।”
ଟୁଇଟରରେ ଫ୍ୟାନ୍‌ଙ୍କ ନିକଟରୁ ଏଭଳି ବିବାହ ପ୍ରସ୍ତାବ ପାଇବା ପରେ ଭୂମି ମଧ୍ୟ ମଜାଦାର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ବ୍ୟକ୍ତି, ବାହାଘର ଚାନ୍ସ ଏବେ ବି କମ୍‌ ରହିଛି। କିନ୍ତୁ ଆପଣ ମୋତେ ମିସ୍‌ କରିବେ, ସେ କଥା ମୁଁ ହେବାକୁ ଦେବିନାହିଁ। ଯଥାସମ୍ଭବ ବଡ଼ ପରଦାରେ ମୁଁ ଆସୁଥିବି ବୋଲି ଭୂମି ଉତ୍ତର ଦେଇଛନ୍ତି। ଏହା ପରେ ଫ୍ୟାନ୍‌ ଜଣକ ପୁଣି ଭୂମିଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରି ଜୀବନରେ ମରିବା ପୂର୍ବରୁ ଅନ୍ତତଃ ଥରେ ତାଙ୍କୁ ସାକ୍ଷାତ୍‌ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ଅନ୍ୟ ଫ୍ୟାନ୍‌ମାନେ ମଧ୍ୟ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଭୂମି, କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ଫିଲ୍ମ ‘ପତି, ପତ୍ନୀ ଔର ଓ୍ବ’ ଡିସେମ୍ବର ୬ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri